ମନସ୍କାମନା ପୂର୍ଣ୍ଣ ପାଇଁ ସଠିକ୍ ଉପାୟ, ୨୪ଘଣ୍ଟା ମଧ୍ୟରେ ଦେଖାଯିବ ଏହାର ପ୍ରଭାବ ।

Spread the love

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଅନେକ ଇଚ୍ଛା ରଖନ୍ତି; ସେଥି ମଧ୍ୟରୁ କିଛି ଠିକ୍ ସମୟରେ ପୁରା ହୋଇଯାଏ କିନ୍ତୁ ଅନ୍ୟ କିଛି ଆଶା ହିଁ ଆଶାରେ ରହି ଯାଇଥାଏ । ଯାହା ଚାହିଁଲେ ମଧ୍ୟ ପୁରା ହୋଇପାରେ ନାହିଁ । ଏମିତି ପରିସ୍ଥିତିରେ ଜ୍ୟୋତିଷ ହିଁ ଆପଣଙ୍କର ସହାୟତା କରିପାରିବ । ଜ୍ୟୋତିଷ ଓ ପ୍ରାଚୀନ ଶାସ୍ତ୍ର ଅନୁସାରେ, ଏମିତି ଅନେକ ଉପାୟ ରହିଛି, ଯାହା ନିଜ ମନସ୍କାମନା ପୂର୍ଣ୍ଣ କରିବାରେ ସହାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି ନିର୍ଭୁଲ ଉପାୟ ବିଷୟରେ କହିବୁ; ଯାହାର ପ୍ରଭାବ ୨୪ ଘଣ୍ଟା ମଧ୍ୟରେ ଦେଖାଯିବ ଏବଂ ଶୀଘ୍ର ଆପଣଙ୍କର ମନସ୍କାମନା ପୂରଣ ହୋଇପାରିବ ।

ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ମନସ୍କାମନା ଥାଏ, କାହାର ଭଲ ଚାକିରୀ ପାଇଁ ଇଚ୍ଛା ଥାଏ ତ କାହାର ବହୁତ ଗୁଡ଼ିଏ ଟଙ୍କା ରୋଜଗାର କରିବାର ଇଚ୍ଛା, କେତେ ଜଣ ଭଲ ସମ୍ପର୍କ ପ୍ରତିଷ୍ଟା କରିବାର ଇଚ୍ଛା ଥାଏ ତ କାହାର ସୁସ୍ଥ ଜୀବନଯାପନ କରିବାର ଇଚ୍ଛା ଥାଏ ଓ କିଏ ନିଜ ସ୍ୱପ୍ନ ପୁରା କରିବାର ଇଚ୍ଛା କରନ୍ତି । ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ, ଆପଣ ନିଜର ଯେକୌଣସି ମନସ୍କାମନା ପୂରଣ କରିବା ପାଇଁ କି କି ଉପାୟ ଅବଲମ୍ବନ କରିବେ । ଏହି ଉପାୟ ଗୁଡ଼ିକ ବହୁତ ସରଳ ଓ ସିଦ୍ଧ ଅଟେ ।

ବିଶେଷ ଇଚ୍ଛା ପୂରଣ ହେତୁ ତୁଲସୀର ଉପାୟ :

ହିନ୍ଦୁ ଧର୍ମରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଘରରେ ତୁଲସୀ ଗଛ ଥାଏ । ଏମିତିରେ ଆପଣ ପ୍ରତିଦିନ ସକାଳୁ ଏହି ଗଛ ମୂଳରେ ଜଳ ଢାଳିଲେ, ଆପଣଙ୍କ କଲ୍ୟାଣ ହୋଇଥାଏ । ଏହା ସହ ଆପଣଙ୍କ ବିଶେଷ ଇଚ୍ଛା ପୂରଣ ପାଇଁ ସନ୍ଧ୍ୟା ସମୟରେ ତୁଲସୀ ଗଛ ମୂଳେ ମାଟିର ଘିଅ ଦୀପ ନିଶ୍ଚିତ ରୁପେ ଜଳାନ୍ତୁ । ଦୀପ ଜଳେଇବା ସମୟରେ ଭଗବାନ ବିଷ୍ଣୁଙ୍କ ନିକଟରେ ନିଜ ମନସ୍କାମନା ପୂର୍ଣ୍ଣ ନିମନ୍ତେ ପ୍ରାର୍ଥନା କରନ୍ତୁ ।

ରୁଦ୍ରାକ୍ଷାରେ କରନ୍ତୁ ମନସ୍କାମନା ପୂରଣର ଉପାୟ :

ସୋମବାର ଦିନ ଶିବ ଭକ୍ତଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । ଏହିଦିନ ଭଗବାନ ଶିବଙ୍କ ଆରଧାନ ସିଦ୍ଧ ପ୍ରାପ୍ତି ହେବାରେ ସହାୟକ ହୋଇଥାଏ । ତେଣୁ ଆପଣ ଯେକୌଣସି ସୋମବାର ଦିନ ଶିବ ମନ୍ଦିରରେ ଗୌରୀ-ଶଙ୍କରଙ୍କୁ ରୁଦ୍ରାକ୍ଷା ଚଢାନ୍ତୁ ଏବଂ ଏହା ସହିତ ପ୍ରତି ସୋମବାର ଦିନ ନିୟମିତ ରୂପରେ ବେଲପତ୍ରରେ ଧଳାଚନ୍ଦନର ଟୋପା ଲଗାଇ ମନେମନେ ଭଗବାନ ଶିବଙ୍କୁ ଧ୍ୟାନ କରି ନିଜର ଇଚ୍ଛାକୁ ସାବ୍ୟସ୍ତ ଶିବଲିଙ୍ଗ ଉପରେ ଚଢାନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ମନସ୍କାମନା ଯଥା ଶୀଘ୍ର ପୂରଣ ହେବ ।

ବ୍ୟବସାୟରେ ଲାଭ ପାଇଁ ଫଳପ୍ରଦ ଉପାୟ :

ଯଦି ଆପଣଙ୍କୁ ଆପଣଙ୍କ ବ୍ୟବସାୟରେ ନିଜ ଇଚ୍ଛାମୁତାବକ ଲାଭ ହେଉ ନାହିଁ; ତେବେ ଯେକୌଣସି ଶନିବାର ଦିନ ନୀଳ କପଡ଼ରେ ୨୧ଟି ଲାଲ କାଇଁଚକୁ ବାନ୍ଧି ସିନ୍ଧୁକରେ ରଖି ଦିଅନ୍ତୁ ଏବଂ ଏହାକୁ ପ୍ରତ୍ୟେକ ଦିନ ଧୂପ, ଦୀପ ଦେଇ ନିଜ ଇଷ୍ଟ ଦେବୀଙ୍କୁ ଧ୍ୟାନ କରନ୍ତୁ । ଏମିତି କରିବା ଦ୍ୱାରା ନିଜ ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ହେବ ସହ ସଫଳତା ମଧ୍ୟ ପ୍ରାପ୍ତି ହେବ ।

ଅନାବଶ୍ୟକ ଖର୍ଚ୍ଚରୁ ବଞ୍ଚିତ ହେବା ଉପାୟ :

ଯଦି ଆପଣଙ୍କ ପରିବାରରେ ଅନାବଶ୍ୟକ ଦୁର୍ଘଟଣା ଯୋଗୁଁ କିମ୍ବା କୋର୍ଟ-କଚେରୀ କାରଣରୁ ଅନାବଶ୍ୟକ ଅର୍ଥ ଅଧିକ ବ୍ୟୟ ହୁଏ; ତେବେ ପ୍ରତ୍ୟେକ ମଙ୍ଗଳବାର ଦିନ ଏହି ଉପାୟ ନିଶ୍ଚିତ କରନ୍ତୁ । ସେଥିପାଇଁ ମଙ୍ଗଳବାର ଦିନ ସ୍ୱଚ୍ଛ ଲାଲ କପଡ଼ରେ ୫ପାଓ ବା ୧ କିଲୋ ୨୫୦ ଗ୍ରାମ ଲାଲ ମସୁରୀ ଡାଲି ବାନ୍ଧି ପରିବାର ସଦସ୍ୟଙ୍କ ଉପରୁ ୧୧ ଥର ଉତରେଇ କପଡା ସହିତ ପୋଖରୀ କିମ୍ବା ନଦୀରେ ଭସାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ପାରିବାରିକ ଅସୁବିଧାରୁ ମୁକ୍ତି ମିଳିବ ।

ଦୁର୍ଭାଗ୍ୟ ଦୂର କରିବା ଉପାୟ :

କୁହାଯାଏ କି ଭଗବାନ ଗଣେଷଙ୍କ ପୀଠରେ ଦରିଦ୍ରତାର ବାସ ହୋଇଥାଏ; ତେଣୁ ଯେବେ ମଧ୍ୟ ଘରେ ଭଗବାନ ଗଣେଷଙ୍କ ମୂର୍ତ୍ତି ଲଗେଇବେ, ତେବେ ଧ୍ୟାନ ରଖନ୍ତୁ ଯେ ଏହାର ଗଣେଶ ମୂର୍ତ୍ତିର ମୁଖ ଯେପରି ଘରର ଭିତରକୁ ହେବ । ନଚେତ ଭଗବାନ ଗଣେଷଙ୍କ ଫୋଟ ମୁଖ୍ୟ ଦ୍ଵାରର ଉଭୟ ପାର୍ଶ୍ୱରେ ଲଗାନ୍ତୁ । କାରଣ ଗୋଟିଏ ପାର୍ଶ୍ୱରେ ହେଲେ ଘରକୁ ଦୁର୍ଭାଗ୍ୟ ଓ ଦରିଦ୍ରତା ଆସିଥାଏ । ଏହା ସହିତ ଘରର ପୂଜା ଗୃହରେ ଭଗବାନ ଗଣେଶଙ୍କ ପ୍ରତିମା ଉପରେ ନିୟମିତ ରୂପରେ କିମ୍ବା ଅତିକମରେ ବୁଧୁବାର ଦିନ ଦୁବ ଚଢାନ୍ତୁ । ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୁଏ ।