୩ ଭାଇଙ୍କ ସହ ବିବାହ କରିଥିବା ୧୮ ବର୍ଷ ଝିଅର ଦୁଃଖ ଭରା କାହାଣୀ :-

Spread the love

ନୂଆଦିଲ୍ଲୀ:- କେବଳ ୧୮ ବର୍ଷ ବୟସରେ ଆଫଗାନିସ୍ତାନର ଏକ ଝିଅ ଦୁଇ ଥର ବିଧଵ ହେବ ପରେ, ତାହାର ତୃତୀୟ ବିବାହ କରିଦିଆ ଯାଇଥିଲା । ଝିଅଟିର ତିନୋଟି ଯାକ ବିବାହ ଗୋଟିଏ ହି ପରିବାରରେ ହୋଇଛି, କହିବାର ସିଧା ଅର୍ଥ ଏହା ଯେ, ଝିଅଟି ୩ ଭାଇଙ୍କ ସହ ଗୋଟିଏ ପରେ ଗୋଟିଏ ବିବାହ କରିଛି ।

ଏହି ଝିଅଟିର ନାମ ଖାଯିଦା ଅଟେ, ଯିଏ ଆଫଗାନିସ୍ତାନର ବାସିନ୍ଦା ଅଟେ । ବହୁତ ହିଁ ଦୁଃଖଦପୂର୍ଣ୍ଣ ଓ କଷ୍ଟଦାୟକ ଜୀବନ ବିତାଉଥିବା ଖାଯିଦା ନିଜ ସ୍ୱପ୍ନ ବିଷୟରେ କୌଣସି ମଧ୍ୟ କଥାବାର୍ତ୍ତା କାହା ସହିତ ବି କରିବାକୁ ଚାହାନ୍ତି ନାହିଁ, କାରଣ ହୁଏତ ସ୍ୱପ୍ନ ଭଳି ସେମିତି କିଛି ତାଙ୍କ ପାଇଁ ଦୁନିଆରେ ହିଁ ନାହିଁ ।

ସାଧାରଣତଃ ଦେଖା ଯାଇଥାଏ ଯେ ବିବାହିତ ସ୍ତ୍ରୀର ସ୍ୱାମୀ ମରିଗଲା ପରେ ତାର ସାନ ଭାଇ ସହ ବାହା ହେବାର ପ୍ରଥା ରହିଛି ।

ଭାରତରେ ମଧ୍ୟ ଏପରି ବହୁତ ମାମଲା ଦେଖିବାକୁ ମିଳିଥାଏ ଓ ଆଜି ବି ଏପରି ହେବାର ଦେଖା ଯାଇଥାଏ ।

ଠିକ୍ ଏହିପରି ଭାବରେ ଆଫଗାନିସ୍ତାନରେ ମଧ୍ୟ କିଛି ଏମିତି ସମାଜ ଅଛି ଯେଉଁଠି ଏହିଭଳି କିଛି ସମ୍ପର୍କର ଭାର ଛୋଟ ଭାଇକୁ ଉଠାଇବାକୁ ପଡିଥାଏ । କିନ୍ତୁ ଆଫଗାନିସ୍ତାନର ଏହି ସମାଜ ଗୁଡିକରେ ବିଧଵ ହୋଇଯାଇ ଥିବା ଝିଅମାନଙ୍କୁ ନିଜ ଇଚ୍ଛାରେ କୌଣସି ବି ନିଷ୍ପତ୍ତି ନେବାର ଅଧିକାର ନାହିଁ ।

ଖାଯିଦାର ଏହି ଦୁଃଖ ପୂର୍ଣ୍ଣ କାହାଣୀର ଆରମ୍ଭ ତାହାର ଜନ୍ମ ପୂର୍ବରୁ ହି ଆରମ୍ଭ ହୋଇଯାଇଥିଲା । ଏକ ଆମେରିକା ସମ୍ବାଦ ପତ୍ର ଦ୍ୱାରା ଲେଖା ଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଖାଯିଦାର ଜନ୍ମ ପୂର୍ବରୁ ହିଁ କୌଣସି ସମ୍ପର୍କୀୟ ସହିତ ତାହାର ବିବାହ ସ୍ଥିର କରାଯାଇଥିଲା । ଖାଯିଦା ୬ ବର୍ଷର ହେବା ପରେ ତାହାର ବାହାଘର ୨୧ ବର୍ଷୀୟ ହକ ସହିତ ହୋଇଥିଲା ।

କିନ୍ତୁ ଦୁଇ ଜଣଙ୍କ ବାହାଘର ସେତେବେଳେକୁ ବର୍ବାଦୀର ସୀମାରେ ପହଂଚି ଯାଇଥିଲା, ଯେତେବେଳେ ହକ ର ଭଉଣୀ ଆମେରିକୀୟ ଆକ୍ରମଣରେ ମରିଯାଇଥିଲା । ଭଉଣୀର ମୃତ୍ୟୁ ପରେ ହକ ତାଲିବାନରେ ସାମିଲ ହୋଇ ଯାଇଥିଲା । ଏହାପରେ ତାହା ଘଟିଥିଲା ଯାହା ସମସ୍ତେ ଭାବୁ ଥିଲେ, ହକ ମଧ୍ୟ ଆମେରିକୀୟ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ଯାହାପରେ ଖାଯିଦା କେବଳ ୧୦ ବର୍ଷ ବୟସରେ ବିଧଵା ହୋଇଯାଇଥିଲା ।

ହକ ର ମୃତ୍ୟୁ ପରେ ଖାଯିଦାର ବାହାଘର ୨୨ ବର୍ଷୀୟ ଅମିନୁଲ୍ଲାହ ସହ କରାଯାଇ ଥିଲା । ଅମିନୁଲ୍ଲାହ, ହକ ର ଛୋଟ ଭାଇ ଥିଲା, ଯିଏ କି ଜେନ ଯବନ ପୋଲିସ ଅଫିସର ଥିଲେ । ୨୦୧୪ରେ ଖାଯିଦା ଗର୍ଭବତୀ ହୋଇଥିଲା, ଏହି ସମୟରେ ଏକ ବୋମ ଧମାକାରେ ଅମିନୁଲ୍ଲାହର ମୃତ୍ୟୁ ହୋଇଗଲା ।

ଅମିନୁଲ୍ଲାହର ମୃତ୍ୟୁ ପରେ ଖାଯିଦା ୧୪ ବର୍ଷ ବୟସରେ ଗୋଟିଏ ଝିଅର ମାଆ ହୋଇଥିଲା । ଯାହାପରେ ତାହାର ବାହାଘର ଅମିନୁଲ୍ଲାହର ଛୋଟ ଭାଇ ସମସୁଦ୍ଦିନ ସହ ୨୦୧୫ରେ କରଯାଇଥିଲା । ସମସୁଦ୍ଦିନ ଆଫଗାନିସ୍ତାନରେ ରିକ୍ସା ଚଳାଉଛି ।