ଟୁଇଙ୍କଲ ହତ୍ୟାକାଣ୍ଡ । କେବଳ ୧୦ ହଜାର ଟଙ୍କା ପାଇଁ ଦେଢ଼ ବର୍ଷର ପିଲାଟିକୁ ମିଳିଥିଲା ଭୟଙ୍କର ମୃତ୍ୟୁ, ଆଖି କାଢ଼ିଦେଲେ, ହାତ କାଟି ଦେଇଥିଲେ । ପଢନ୍ତୁ ସାରା ଘଟଣା ।

Spread the love

ବାପା ଉଦ୍ଧାରରେ ଦେଇଥିବା ୧୦ ହଜାର ଟଙ୍କା ମାଗିଥିଲେ, ଏହାର ସଜା ଦେଢ଼ ବର୍ଷର ନିରୀହ ପିଲାଟିକୁ ମିଳିଛି । ଆପରାଧିମାନେ ପିଲାଟିର ଆଖି କାଢ଼ି ନେଲେ । ହାତ କାଟିଦେଲେ ଏବଂ ଗଳା ଚିପି ହତ୍ୟା କରି ଦେଇଥିଲେ । ପୋଲିସ ଏହି ଘଟଣାରେ ଦୁଇ ଜଣ ଆରୋପିଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି । ସେମାନଙ୍କ ଉପରେ ରାଷ୍ଟ୍ରୀୟ ସୁରକ୍ଷା କାନୁନ ଅନୁସାରେ ଯାଞ୍ଚ ଚାଲିଛି । ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଥାନା ଅଧିକାରୀଙ୍କ ସମେତ ଯାଞ୍ଚ କରୁଥିବା ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିଦିଆ ଯାଇଛି । ସୋସିଆଲ ମିଡିଆରେ Justic for Twinkle ଅଭିଯାନ ଚାଲିଛି । ଅଲ୍ଲୀଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଯାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟୁଇଟ୍ କରି ସମ୍ବେଧନ ଜଣାଇଛନ୍ତି । ଅନ୍ୟପଟେ ଏସଏସପି ଆକାଶ କୁଲହାରି ଏସଆଇଟି ଗଠନ କରିଛନ୍ତି । ପଢନ୍ତୁ ପୁରା ଘଟଣା ।

୩୦ ମଇରେ ହଜିଯାଇଥିଲା, ୨ ଜୁନରେ ଶବ ମିଳିଥିଲା :

ଟପ୍ପଲ ଥାନା ଅନ୍ତର୍ଗତ ବୁଢା ଗାଁର ଦେଢ଼ ବର୍ଷର ଟୁଇଙ୍କଲ ଶର୍ମା ପୁତ୍ରୀ ବନବାରି ଲାଲ ଶର୍ମା ୩୦ ମଇରେ ଘର ବାହାରେ ଖେଳୁଥିବା ସମୟରେ ହଜି ଯାଇଥିଲା ।୩୧ ମଇରେ ଟୁଇଙ୍କଲର ହଜିଯିବା ଖବର ଥାନାରେ ଜଣା ଯାଇଥିଲା । ୨ ଜୁନ ସକାଳେ ଟୁଇଙ୍କଲର ଶବ ଆରୋପୀ ଜାହିଦର ଘର ପାଖ ଆଲିଆ ଗଦାରୁ ମିଳିଥିଲା ।କପଡ଼ାରେ ଗୁଡ଼ାଇ ହୋଇଥିବା ଶବକୁ କୁକୁର ମାନେ ଟାଣୁ ଥିଲେ । ସଫାଇ କର୍ମଚାରୀ ଏହି ଖବର ପୋଲିସକୁ ଦେଇଥିଲା । କପଡା ଖୋଲି ଦେଖିବା ପରେ ସେଥିରୁ ଟୁଇଙ୍କଲର କ୍ଷତବିକ୍ଷତ ଶବ ମିଳିଥିଲା ।

ଅଲ୍ଲିଗଡ଼ ପଲବଲ ମାର୍ଗ ଜାମ କରାଯାଇଥିଲା :

ଶବକୁ ପୋଷ୍ଟମଟମ ପାଇଁ ପଠାଇ ଦିଆଯାଇଥିଲା । ପରିଜନଙ୍କ ସହ ଶହ ଶହ ସଂଖ୍ୟାରେ ଲୋକେ ପୋଲିସର ଗାଡି ଅଟକାଇ ଥିଲେ । ପରେ ଶବକୁ ଟପ୍ପଲ ଥାନା ନିକଟରେ ରଖି ଦିଆଗଲା । ଅଲ୍ଲିଗଡ଼ ପଲବଲ ମାର୍ଗ ଜାମ କରାଯାଇଥିଲା । ଉପସ୍ଥିତ ଲୋକେ ଥାନା ସାମ୍ନାରେ ପୋଲିସ ବିରୁଦ୍ଧରେ ନାରାବାଜି ଲଗାଇଥିଲେ । ଲୋକେ ଥାନା ଅଧିକାରୀଙ୍କ ନିଲମ୍ବନ ପାଇଁ ଗୁହାରି କରିଥିଲେ । ଲୋକେ ଆରୋପୀ ଜାହିଦ ଏବଂ ତାର ପରିବାରକୁ ଗିରଫ କରିବା ପାଇଁ କହିଥିଲେ । ବ୍ଲକ ପ୍ରମୁଖ ଋଷିପାଲ ସିଂହ, ଡାକ୍ତର ଚନ୍ଦ୍ରପ୍ରକାଶ ପାଞ୍ଚଳ, କର୍ମବୀର ସିଂ ସମେତ ଭାଜପା ନେତାମାନେ ଧାରଣାରେ ବସି ଯାଇଥିଲେ ।

ବାକି ୧୦ ହଜାର ଟଙ୍କା ମାଗିବା କାରଣରୁ ବିବାଦ ହୋଇଥିଲା :

ପିଲାଟିର ପରିଜନମାନେ ଆରୋପ ଲଗାଇଛନ୍ତି, ଜାହିଦ ଉପରେ ତାଙ୍କର ୧୦ ହଜାର ଟଙ୍କା ବାକିଥିଲା । ଟଙ୍କା ମାଗିବା ଫଳରେ ବିବାଦ ହୋଇଥିଲା । ସେହି ଦିନର ଆପମାନିତ ହେବାର ପ୍ରତିଶୋଧ ଜାହିଦ ଏହି ହତ୍ୟାକାଣ୍ଡ ଘଟାଇ ପୁରା କରିଥିଲା । ଏହି ପ୍ରତିଶୋଧ ନେବା ପାଇଁ ଜାହିଦ, ଅସଲମ ସହ ମିଶି ୩୦ ମଇରେ ପିଲାଟି ଖେଳୁଥିବା ସମୟରେ ଅପହରଣ କରି ନେଇଥିଲେ । ପରେ ପିଲାଟି ପିନ୍ଧିଥିବା ଓଢଣୀରେ ଗଳା ଦବାଇ ହତ୍ୟା କରିଦେଇଥିଲେ । ପରେ ସେମାନେ କପଡ଼ାରେ ଗୁଡ଼ାଇ ପିଲାଟିର ଶବକୁ ଆଲିଆ ଗଦାରେ ଫୋପାଡ଼ି ଦେଇଥିଲେ । ଯେତେବେଳେ ଅଳିଆ ଗଦାରୁ ଦୂର୍ଗନ୍ଧ ହୋଇଥିଲା, ସେହି ସମୟରେ ପୋଲିସକୁ ଏହି ଖବର ବିଷୟରେ ଜଣା ପଡିଥିଲା । ପୋଲିସ ଦୁଇଜଣ ଆପରାଧିଙ୍କୁ ଗିରଫ କରି ନେଇଛି ।

ସନ୍ଧାନୀ କୁକୁର ପ୍ରମାଣ ଖୋଜିଥିଲା :

ଅଳିଆ ଗଦାରୁ ଟୁଇଙ୍କଲର ଶବ ମିଳିଥିଲା, ଅନ୍ୟପଟେ ଡ଼ଗ ସ୍କ୍ୱାର୍ଡ ସେଠାରେ ପହଁଚି ପ୍ରମାଣ ପାଇବା ପାଇଁ ଚେଷ୍ଟା କରିଥିଲେ । ସେଠାରୁ ସନ୍ଧାନ ଆରମ୍ଭ କରି ଜାହିଦର ଘରେ ଯାଇ ପହଞ୍ଚିଥିଲା ଡ଼ଗ ସ୍କ୍ୱାର୍ଡ ଦଳ । ଏହାପରେ ପୋଲିସ ଜାହିଦକୁ ଗିରଫ କରିଥିଲା ।

ତିନି ଜଣ ଡାକ୍ତର ପୋଷ୍ଟମଟମ କରିଥିଲେ :

ତିନି ଜଣ ଡାକ୍ତରୀ ଦଳଙ୍କ ଅନୁସାରେ ଶବ ନଷ୍ଟ ହେବା କାରଣରୁ ତାର ପ୍ରମାଣ ମିଳିବାରେ ଅସୁବିଧା ହେଉଛି । ଶବର ହାତ କୌଣସି ପଶୁ ନେଇ ଯାଇଥାଇ ପାରେ କିମ୍ବା ଶବ ନଷ୍ଟ ହେବା କାରଣରୁ ହାତ କୌଣସି ସ୍ଥାନରେ ପଡିଯାଇଥିବ । ଶବ ବ୍ୟବଛେଦ ସମୟରେ ଶବ ନଷ୍ଟ ହୋଇ ଯାଇଥିବା କାରଣରୁ ଶରୀରର ଅଙ୍ଗ ଗୁଡିକ ବାହାରି ଯାଉଥିଲା । ପୋଲିସ ଏହା ସ୍ପଷ୍ଟ କରିଦେଇଛି, ପିଲାଟି ସହ କୌଣସି ଦୁଷ୍କର୍ମ ହୋଇନାହିଁ । ପୋଷ୍ଟମଟମ ପରେ ଡାକ୍ତରୀ ଦଳ କହିଛନ୍ତି, ଶବଟି ୩ କିମ୍ବା ୪ ଦିନ ହେଲାଣି ।

ପୋଷ୍ଟମଟମ ରିପୋର୍ଟରେ ତଥ୍ୟ ସାମ୍ନାକୁ ଆସିଛି :

• ପିଲାଟିର ଶରୀରରେ ଛୋଟବଡ଼ କ୍ଷତ ରହିଛି ।

• ପିଲାଟିର ଶରୀରରେ କିଡ୍ନୀ ମିଳିନାହିଁ ।

• ଇୟୁନିନର ବ୍ଲଡ଼ର ମିଳିନାହିଁ ।

• ଜେନିଟଲସ ମିଳି ନାହିଁ ।

• ପିଲାଟିର ଆଖି କାଢି ଦିଆଯାଇଛି ।

• ପିଲାଟିର ହାତଗୋଡ଼ ହତ୍ୟା ପୂର୍ବରୁ କଟାଯାଇଛି ।

• ହାତଟି ମୂଳରୁ କାଟି ଦିଆଯାଇଛି ।

ଏହି ଅଧିକାରୀ ମାନଙ୍କୁ ନିଲମ୍ବିତ କରାଯାଇଛି :

1. ନିରୀକ୍ଷକ କୁସଲପାଲ ସିଂ ଚହଳ,

2. ଉପନିରକ୍ଷକ ସତ୍ୟବିର ସିଂହ,

3. ଉପନିରକ୍ଷକ ଅରବିନ୍ଦ କୁମାର,

4. ଉପନିରକ୍ଷକ ସମିମ ଅହମଦ,

5. ଆରକ୍ଷୀ ରାହୁଲ ଯାଦବ

ଏସଆଇଟିର ଗଠନ

ଟପ୍ପଲ ହତ୍ୟାକାଣ୍ଡରେ ଏସପି ଆକାଶ କୁଲହାରୀ ଏସଆଇଟିର ଗଠନ କରିଛନ୍ତି । ଦେହତ ମଣିଲାଲ ପାଟିଦାରଙ୍କ ନେତୃତ୍ୱରେ ସିଓ ଖେର ପଙ୍କଜ ଶ୍ରୀବାସ୍ଥବଙ୍କ ପର୍ଯ୍ୟବେକ୍ଷଣରେ 4ଜଣ ବିବେଚକ ଯାଞ୍ଚ କରିବେ । 15ରୁ 20ଦିନ ରେ ରେପୋର୍ଟ ଦିଆଯିବ ।ବିବେଚକରେ ଇଂସିପେକ୍ଟର ଟପ୍ପଲ, ଇଂସିପେକ୍ଟର ମହିଳା ଥାନା ସହ 4ଜଣ ଇଂସିପେକ୍ଟର ସାମିଲ ହେବେ ।