ଆଗାମୀ ତିନି ମାସ ଏହି ରାଶି ଗୁଡିକ ଉପରେ ଶନିଦେବଙ୍କ ପ୍ରକୋପ ରହିବ । ହାନିରୁ ବଞ୍ଚିବା ପାଇଁ ଏହି ଉପାୟ କରନ୍ତୁ ।

Spread the love

ଜାଣନ୍ତୁ କେଉଁ ରାଶି ଉପରେ ଶନିଙ୍କ ପ୍ରକୋପ ରହିବ ।

ପ୍ରକୃତିର ଏକ ନିୟମ ରହିଛି, ସୁଖଦୁଃଖ ପ୍ରତି ବ୍ୟକ୍ତିର ଜୀବନରେ ଆସିଥାଏ । ତଫାତ୍ କେବଳ ଏତିକି ହୋଇଥାଏ କାହା ଜୀବନରେ ଏହି ସୁଖଦୁଃଖ ଶୀଘ୍ର ଆସିଥାଏ ତ କାହା ଜୀବନରେ ବିଳମ୍ବରେ ଆସିଥାଏ । ଆଜି ଆମେ କିଛି ରାଶି ବିଷୟରେ କହିବୁ ଯେଉଁ ରାଶି ଗୁଡିକ ଉପରେ ଦୁଃଖର ବାଦଲ ଘେରି ରହିବାକୁ ଯାଉଛି । ଏହି ରାଶି ଗୁଡିକ ଉପରେ ଶନି ଦେଵଙ୍କ କୋପ ପଡିବ । ଏହି ପ୍ରରିପେକ୍ଷିରେ ଏହି ରାଶି ଗୁଡିକ ଜୀବନରେ ଦୁଃଖକଷ୍ଟ ଲାଗି ରହିବ ।

ଏହି ପ୍ରଭାବ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ରହିବ । ଜୋତିଷ ଶାସ୍ତ୍ର ଅନୁସାରେ ପ୍ରତି ରାଶି ଆକାଶ ଗଙ୍ଗରେ ଉପସ୍ଥିତ ଗୃହ ସହ ଜଡିତ ଅଟେ । ଏହି ଗୃହ ଗୁଡିକର ସ୍ଥାନ ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ସକାରାତ୍ମକ କିମ୍ବା ନକରାତ୍ମକ ପ୍ରଭାବ ପଡିଥାଏ । ଏହି ସ୍ଥିତି ଶନିଙ୍କ ପ୍ରଭାବରୁ ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ରାଶି ଏହି ସୂଚୀରେ ସାମିଲ ଅଛି; ତେବେ ଭୟ କରିବାର କୌଣସି କାରଣ ନାହିଁ । ଆମେ ଆପଣଙ୍କୁ ଏହି ଦୁଖଃରୁ ବର୍ତ୍ତିବାର ଉପାୟ ମଧ୍ୟ ଜଣାଇବୁ ।

ମିଥୁନ ରାଶି :

ଏହି ରାଶିର ଵ୍ୟକ୍ତିଙ୍କୁ ଧନ ହାନି ହୋଇପାରେ । ଏଥିପାଇଁ ଆପଣ ଆଗାମୀ ତିନି ମାସରେ କୌଣସି ସ୍ଥାନରେ ଧନର ନିବେଶ କରନ୍ତୁ ନାହିଁ । କୌଣସି ବ୍ୟକ୍ତିଙ୍କୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଏପରି ଯଦି କରନ୍ତି; ତେବେ ଆପଣଙ୍କୁ ଧନ ହାନି ହୋଇପାରେ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଶନିବାର ଦିନ ଶନି ମନ୍ଦିରକୁ ଯାଆନ୍ତୁ ଏବଂ ତେଲର ଦୀପକ ଲଗାନ୍ତୁ । ଏହାପରେ ମନ୍ଦିର ବାହାରେ ବସିଥିବା ଗରିବ ଲୋକଙ୍କୁ ଟଙ୍କା ଦାନ କରନ୍ତୁ । ଏହା ଦ୍ୱାରା ଧନ ସମ୍ବନ୍ଧୀୟ ଅସୁବିଧା ଦୂର ହୋଇଯିବ ।

ସିଂହ ରାଶି :

ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କୌଣସି ପ୍ରକାରର ଝଗଡ଼ାରେ ପଡନ୍ତୁ ନାହିଁ । ଆପଣଙ୍କ ରାଶି ଅନୁସାରେ ଆପଣଙ୍କ କୌଣସି ସମ୍ପର୍କୀୟଙ୍କ ସହ ଏକ ବଡ଼ ଝଗଡା ହୋଇପାରେ । ଏହି ଝଗଡା ଫଳରେ ଆପଣଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯିବ ଏବଂ ଅନ୍ୟ ଅସୁବିଧା ମଧ୍ୟ ଭୋଗି ପାରନ୍ତି । ଏହି ଅସୁବିଧାରୁ ମୁକୁଳୁବା ପାଇଁ ଶନିବାର ଦିନ ଶନି ଆରାଧନା କରନ୍ତୁ ଏବଂ ଶନିବାର ଦିନ କଳା କୁକୁରକୁ କ୍ଷୀର ଏବଂ ରୁଟି ଖାଇବା ପାଇଁ ଦିଅନ୍ତୁ ।

ମକର ରାଶି :

ଆଗାମୀ ତିନି ମାସ ପର୍ଯ୍ୟନ୍ତ ଆପଣଙ୍କୁ ଅସୁବିଧା ଭୋଗିବା ପାଇଁ ପଡିପାରେ । ଆପଣଙ୍କ ଭାଗ୍ୟ ଖରାପ ଯୋଗୁଁ ଆପଣଙ୍କ କାର୍ଯ୍ୟରେ ହାନି ସହିବା ପାଇଁ ପଡିପାରେ ।ଆପଣଙ୍କ ପ୍ରତିଟି କାର୍ଯ୍ୟରେ ବାଧା ଉପୁଜି ପାରେ । ଏଥିପାଇଁ ଏହି ତିନି ମାସ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ନିଜ ଖରାପ ସମୟକୁ ବଦଳାଇବା ଚାହୁଁଥିଲେ ଶନିଦେବଙ୍କୁ ତେଲରେ ଅଭିଷେକ କରନ୍ତୁ । ଆପଣ ମାସରେ ଥରେ କିମ୍ବା ତିନି ଥର ଏପରି କରନ୍ତୁ ।

ବିଛା ରାଶି :

ଏହି ରାଶିର ବ୍ୟକ୍ତି ସବୁଠୁ ଅଧିକ ହାନି ହୋଇପାରେ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ତିନି ମାସ ଦୁଖଃଭରା ହୋଇପାରେ । ଏଥିରୁ ବଞ୍ଚିବା ପାଇଁ ଶନିଦେବଙ୍କ ଉପବାସ କରନ୍ତୁ ଏବଂ ଶନିବାର ଦିନ କୌଣସି ଗରିବ ବ୍ୟକ୍ତିକୁ ଧାତୁ କିମ୍ବା ପୋଷାକ ଦାନ କରନ୍ତୁ । ଏହିପରି କରିବା ଦ୍ୱାରା ଆପଣଙ୍କ ଦୁଃଖ କମ ହୋଇ ପାରିବ ।