Relationship: ବୋହୂକୁ ଝିଅ ପରି ସ୍ନେହ ଶ୍ରଦ୍ଧା ଦେଇଥାନ୍ତି, ଏହି ୬ ନାମଧାରଣକାରୀ ଶାଶୁ….

Spread the love

ଆଜି କାଲି ଶାଶୁ ଓ ବୋହୂଙ୍କ ମଧ୍ୟରେ ସମ୍ପର୍କ କହିବାକୁ ଗଲେ ମୂଷା ଓ ବିଲେଇ ଭଳି । ଏମାନଙ୍କ ମଧ୍ୟରେ ତାଳମେଳ ଠିକରେ ରହେନାହିଁ । ଅତୀତରୁ ଦେଖି ଆସୁଥିବେ ଶାଶୁ ଓ ବୋହୂ ମଧ୍ୟରେ ସମ୍ପର୍କ ସେତେଟା ଭଲ ନୁହେଁ । ସମାଜରେ ଏକ ଲୋକ କଥା ଶୁଣିଥିବେ, “ଶାଶୁ କେବେ ମାଆର ଜାଗା ନେଇପାରିବ ନାହିଁ ।” କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ନାମଧାରୀ ଶାଶୁଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ଶାଶୁମାନେ ନିଜ ବୋହୁକୁ ଝିଅର ମାନ୍ୟତା ଦେଇଥାନ୍ତି । ହଁ ଆଜ୍ଞ, କିଛି ଶାଶୁମାନେ ନିଜ ବୋହୂଙ୍କ ଭାବନକୁ ବୁଝିପାରନ୍ତି ଏବଂ ତାଙ୍କୁ ନିଜ ଝିଅପରି ଆଦର ଓ ପ୍ରେମ ମଧ୍ୟ କରନ୍ତି ।

D ନାମ ଧାରଣକାରୀ ଶାଶୁ :

ଏହି ଅକ୍ଷର ଧାରଣକାରୀ ଶାଶୁମାନଙ୍କ ସ୍ଵଭାବ ବନ୍ଧୁତ୍ଵ ପରି ହୋଇଥାଏ । ତେଣୁ ଏହିମାନେ ନିଜ ବୋହୂକୁ ମଧ୍ୟ ବନ୍ଧୁତ୍ଵର ବନ୍ଧନରେ ବାନ୍ଧି ରଖନ୍ତି । ଏହି ଅକ୍ଷର ଧାରଣକାରୀ ଶାଶୁମାନେ ନିଜ ବୋହୂଙ୍କୁ ହୃଦୟର ସହ ଯତ୍ନ ନିଅନ୍ତି । ଏହି ଶାଶୁମାନେ ଘରର ସଦସ୍ୟ ଓ ବୋହୂ ମଧ୍ୟରେ କୌଣସି ପ୍ରଭେଦ ରଖନ୍ତି ନାହିଁ ।

H ନାମ ଧାରଣକାରୀ ଶାଶୁ :

ଏହି ଅକ୍ଷରରେ ଆରମ୍ଭ ହୋଇଥିବା ମହିଳା (ଶାଶୁଙ୍କ ନାମ)ମାନେ ନିଜ ବୋହୂକୁ ଘର ଲକ୍ଷ୍ମୀ ବୋଲି ଭାବିଥାନ୍ତି । ଯାହାଫଳରେ ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜ ବୋହୂକୁ ଘରେ କୌଣସି ପ୍ରକାର ଅସୁବିଧା ହେବାକୁ ଦିଅନ୍ତି ନାହିଁ । ଏହି ଅକ୍ଷର ବିଶିଷ୍ଟ ମହିଳା (ଶାଶୁ) ମାନେ ନିଜ ବୋହୂକୁ ଝିଅର ଅଧିକାର ଦେଇଥାନ୍ତି । ଏହି ଅକ୍ଷର ବିଶିଷ୍ଟ ମହିଳା ଅର୍ଥାତ ଶାଶୁମାନଙ୍କ ସହ ବୋହୂର ସମ୍ପର୍କ ମଧ୍ୟ ଭଲ ରହିଥାଏ ଏବଂ ଉଭୟ ଶାଶୁ ଓ ବୋହୂ ପରସ୍ଵରକୁ ସହଯୋଗ ସାହାଯ୍ୟ ମଧ୍ୟ କରନ୍ତି ଓ ଏମାନଙ୍କ ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ରହିଥାଏ ।

J ନାମ ଧାରଣକାରୀ ଶାଶୁ :

ଏହି ଅକ୍ଷର ଧାରଣକାରୀ ମହିଳାମାନଙ୍କର ହୃଦୟ ବଡ ଅଟେ ଅର୍ଥାତ ନିର୍ମଳ ହୃଦୟ, ପେଟରେ ଛନ୍ଦ, କପଟ କିଛି ନଥାଏ । ଏହି ଅକ୍ଷର ଧାରଣକାରୀ ଶାଶୁମାନେ ସର୍ବଦା ପ୍ରୟାସ କରନ୍ତି ଯେ, ତାଙ୍କ ବୋହୂର କେବେ କୌଣସି ଅସୁବିଧା ନ ଆସୁ, ଯେଉଁଥିପାଇଁ ଏହି ଅକ୍ଷର ଧାରଣକାରୀ ଶାଶୁମାନେ ବୋହୂ ସହିତ ନିବିଡ ସମ୍ପର୍କରେ ଛନ୍ଦି ହୋଇଥାନ୍ତି । ଏହି ଶାଶୁମାନେ ଘରର ଅନ୍ୟ ସଦସ୍ୟ ଓ ବୋହୂ ମଧ୍ୟ ରେ କୌଣସି ତଫାତ ଦେଖନ୍ତି ନାହିଁ ।

N ନାମ ଧାରଣକାରୀ ଶାଶୁ :

ଏହି ଅକ୍ଷର ଧାରଣକାରୀ ମହିଳାମାନେ ଅର୍ଥାତ ଶାଶୁମାନେ ଅଧିକ ଯତ୍ନଶୀଳ ସ୍ଵଭାବର ଅଟନ୍ତି । କହିବାକୁ ଗଲେ ଏହି ଶାଶୁମାନେ ନିଜ ବୋହୂର ଆବଶ୍ୟତା ଠାରୁ ଅଧିକ ଯତ୍ନ ନେଇଥାନ୍ତି । ନିଜ ବୋହୂକୁ ଝିଅ ପରି ପ୍ରେମ କରିଥାନ୍ତି । ଏହି ଶାଶୁମାନଙ୍କ ବୋହୂ ପ୍ରତି ପ୍ରେମ ବାହାରକୁ ଦେଖାଯାଏ ନାହିଁ କିନ୍ତୁ ଅନ୍ତରଆତ୍ମାରେ ବୋହୂକୁ ଅତ୍ୟାଧିକ ସ୍ନେହା, ଶ୍ରଦ୍ଧା ଓ ପ୍ରେମ କରନ୍ତି । ଏହି ଶାଶୁମାନଙ୍କ ପ୍ରେମ ସେତେବେଳେ ଦେଖାଯିବା, ଯେତେବେଳେ ବୋହୂମାନେ କୌଣସି ଅସୁବିଧାରେ ପଢନ୍ତି । ଅସୁବିଧାରେ ସମୟରେ ଏହି ଅକ୍ଷର ଧାରଣକାରୀ ଶାଶୁମାନେ ନିଜ ବୋହୂକୁ ଏକାକୀ ଛାଡନ୍ତି ନାହିଁ ।

P ନାମ ଧାରଣକାରୀ ଶାଶୁ :

ଏହି ଅକ୍ଷରରେ ଆରମ୍ଭ ହୋଇଥିବା ନାମର ଶାଶୁମାନେ ଅଧିକ ଯତ୍ନଶୀଳ ନେଇଥାନ୍ତି । ଏହି ଅକ୍ଷର ଧାରଣକାରୀ ଶାଶୁମାନେ କେବଳ ବୋହୂକୁ ସାହାଯ୍ୟ, ସହଯୋଗ ନୁହେଁ ବରଂ ନିଜ ଝିଅଠୁ ମଧ୍ୟ ଅଧିକ ସ୍ନେହା ଶ୍ରଦ୍ଧା ଦେଇଥାନ୍ତି । ଏହି ଶାଶୁମାନେ ନିଜ ବୋହୂର ସମସ୍ତ କାର୍ଯ୍ୟକୁ ସମର୍ଥନ କରିଥାନ୍ତି ।

T ନାମ ଧାରଣକାରୀ ଶାଶୁ :

T ଅକ୍ଷରେ ଆରମ୍ଭ ହୋଇଥିବା ନାମ ବିଶିଷ୍ଟ ମହିଳାମାନେ ବା ଶାଶୁମାନଙ୍କ ମନରେ କୌଣସି ପ୍ରକାର ଛନ୍ଦ କପଟ ନ ଥାଏ । ଏହିମାନଙ୍କ ସ୍ଵଭାବ ଶାନ୍ତଶିଷ୍ଠ । ଏହି ଶାଶୁମାନେ ଝଗଡା ଠାରୁ ଦୂରେ ରହିବାକୁ ପସନ୍ଦ କରିଥାନ୍ତି, ଅର୍ଥାତ କୌଣସି କାରଣରୁ ବୋହୂକୁ ନେଇ ଘରେ ଯଦି କୌଣସି ସମସ୍ୟା ଉପୁଜେ, ଏହି ଶାଶୁମାନେ ବୋହୂର ପକ୍ଷଭୂତ ହୋଇ ସମସ୍ୟାକୁ ସମାଧାନ କରିଥାନ୍ତି । ଯାହାଫଳରେ ବୋହୂ ଓ ଶାଶୁ ମଧ୍ୟରେ ସମ୍ପର୍କ ଦୃଢୀଭୂତ ହୋଇଥାଏ ।