କମ୍ପନିରୁ ହାନିକାରକ ଗ୍ୟାସ ନିର୍ଗତ ଯୋଗୁଁ ଗଛରୁ ପତ୍ର ଝାଡିଲା ଭଳି ମାଙ୍କଡ଼ ଓ ପାରାଙ୍କ ଶବ !

Spread the love

ମୁମ୍ବାଇ: ମହାରାଷ୍ଟ୍ରର ପନବେଲ ନିକଟସ୍ଥ HOC COMPANY ଆଖପାଖରେ ଗ୍ୟାସ ନିର୍ଗତ ଫଳରେ 31ଟି ମାଙ୍କଡ ଓ 14ଟି ପକ୍ଷୀଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଲା । ମୃତ୍ୟୁ କରିଥିବା ମାଙ୍କଡ଼ ଏବଂ ପକ୍ଷୀଙ୍କ ଶବକୁ ଯାଞ୍ଚ କରିବା ପାଇଁ ମୁମ୍ବାଇରେ ଥିବା HAFKIN LABକୁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣର ଜଣାଯିବ । ଗ୍ରାମର ବାସିନ୍ଦାଙ୍କ କହିବା ଅନୁସାରେ, କମ୍ପାନୀ ନିଜର ପ୍ରକଳ୍ପକୁ ବଞ୍ଚାଇବା ପାଇଁ ବନ୍ୟଜୀବଙ୍କୁ ମାରିଦେଇଛି । ଏହି ଘଟଣାର ଉପଯୁକ୍ତ ପଦକ୍ଷେପ ନେଇ ନିରୀକ୍ଷଣ କରିବା ପାଇଁ ଗ୍ରାମବସୀମାନେ ମିଡ଼ିଆ ସାମ୍ନା କହିଛନ୍ତି । ଏହି ମାମଲାରେ ବନ୍ୟାଜୀବି ଅଧିନିୟମ ଆକ୍ଟରେ ଏକ ମକଦ୍ଦମା ରୁଜ୍ଜ କରାଯାଇଛି । ଡ୍ରାଇଭରଙ୍କ ସହ HOC ଏବଂ BPCL COMPANYର ଅନ୍ୟ ସାତ କର୍ମଚାରୀଙ୍କୁ ମଧ୍ୟ ପଚରା ଉଚ୍ଚରା କରିବା ପାଇଁ ନିଆଯାଇଛି । ବନବିଭାଗ ଏହାର ସୂଚନା ଦେଇଛନ୍ତି ।

ରାୟଗଡା ପରିବେଶ କମିଟିର ସଦସ୍ୟ ପ୍ରମୋଦ ରାଇଲକରଙ୍କ କହିବା ଅନୁସାରେ ନାଇଟ୍ରିକ ଏସିଡ଼ ଦ୍ୱାରା ମାଙ୍କଡ଼ ମାନଙ୍କ ମୃତ୍ୟୁ ହୋଇ ପାରିବନାହିଁ । କିନ୍ତୁ ଇନ୍ଧନ ଗ୍ୟାସର ନିର୍ଗତ ଫଳରେ ମାଙ୍କଡ଼ ଓ ପକ୍ଷୀଙ୍କ ମୃତ୍ୟୁ ଘଟିଛି । ପ୍ରଶାସନ ଏହି ସୂଚନାକୁ ଛୁପାଇ ରଖିଛନ୍ତି । ଏହାର ପରୀକ୍ଷା କରିବା ଦରକାର ।

ସେହି ଗ୍ରାମରେ ଥିବା ସମୀର ଖାନ ନାମଙ୍କ ବ୍ୟକ୍ତି ଆରୋପ ଲଗାଇଛନ୍ତି ଯେ, BPCL OIL REFINERY COMPANY ପରିବେଶ ବିଭାଗ ସହ ଯଦି ବୁଝାମଣା ହୋଇଥାନ୍ତା ସେହି ସମୟରେ ଏହି କମ୍ପାନୀକୁ ମାନ୍ୟତା ମିଳି ନ ଥାନ୍ତା କିମ୍ବା ଏହି ଛୋଟ ଛୋଟ ନିରୀହ ବନ୍ୟା ମାଙ୍କଡ଼ ଏବଂ ପକ୍ଷୀଙ୍କ ମୃତ୍ୟୁ ଆଜି ଘଟି ନ ଥାନ୍ତା ।

ଗ୍ରାମରେ ଥିବା କୈଳାସ କଲିଙ୍କ କହିବା ଅନୁସାରେ ଘଟିଥିବା ଘଟଣାର ଗହୀରତ ଭାବରେ ଯାଞ୍ଚ କରିବା ଦରକାର । କମ୍ପାନୀ ଠାରୁ ଆମ ଗଣନ ମାତ୍ର 500 ମିଟର ଦୂର । ଯଦି ବନ୍ୟଜୀବଙ୍କ ଜୀବନକୁ ବିପଦ ଅଛି ତା’ହାଲେ ଆମମାନଙ୍କର ଜୀବନ ମଧ୍ୟ ସଙ୍କଟାପର୍ଣ୍ଣରେ ରହିଅଛି । 330 ଏକର ଜମିରେ Hindustan Organic Chemical Company ରାୟଗଡାରେ ରହିଅଛି । ଏହା ମଧ୍ୟରୁ 22 ଏକର ଜମିକୁ ISRO (Indian Space Research Organization)କୁ ଦିଆଯାଇଛି । Nitric acid plant ଏହି ସ୍ଥାନରେ ରହିଅଛି । ବୁଧବାର ରାତିରେ nitric acid ନିର୍ଗତ ହୋଇଥଲା କିନ୍ତୁ ଏହି କଥା କମ୍ପାନୀ ଲୁଚାଇଥିଲା । Animal Rights ସଂଗଠନ ଏହି କଥାକୁ ଲୋକଲୋଚନକୁ ଆଣିଥିଲା ।

ପରିବେଷ ବିଭାଗଙ୍କ କହିବା ଅନୁସାରେ ଏହି nitric acid ଗ୍ୟାସ ଦ୍ୱାରା ମାଙ୍କଡ଼ ମାନଙ୍କର ମୃତ୍ୟୁ ଘଟି ନାହିଁ । N-2o4 ନାମକ ଇନ୍ଧନ ଗ୍ୟାସ ନିର୍ଗତ କାରଣରୁ ଏହି ବନ୍ୟଜୀବଙ୍କ ମୃତ୍ୟୁ ଘଟିଛି ଏବଂ ସମସ୍ତ ମାଙ୍କଡ଼, ପକ୍ଷୀଙ୍କ ଶବ HAFKIN LABକୁ ପଠାଯାଇଛି ରିପୋର୍ଟ ଆସିବ ପରେ ଜଣା ପଡ଼ିବ ଯେ ଏହାର ମୁଖ୍ୟ ସତ କାରଣ କଣ ?