ମାଆଙ୍କ ସହ ଯୁକ୍ତି ତର୍କ ହେଲାପରେ ଝିଅ ଏମିତି କିଛି ପାଗଳାମି କରି ବସିଲେ, ଦେଖନ୍ତୁ କଣ କରିଥିଲା ଝିଅ ।

Spread the love

ଏହି ଘଟଣାଟି ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଏହି ଘଟଣାଟି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ସାରଦା ହସ୍ପିଟାଲରୁ ସମ୍ମୁଖକୁ ଆସିଛି । ଏଠାରେ ଚିକିତ୍ସିତ ହେବାକୁ ଆସିଥିବା ଝିଅଟି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ଲୋକମାନେ ସଠିକ ସମୟରେ ଝିଅତିର ଜୀବନ ରକ୍ଷା କରିଥିଲେ । ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାଟିର ଯାଞ୍ଚ କରୁଛନ୍ତି । କିନ୍ତୁ ଏହି ଆତ୍ମହତ୍ୟା ଚେଷ୍ଟା କରିଥିବା ସମୟରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଘଟଣାଟିର ଭିଡ଼ିଓ ବନାଇ ଦେଇଛନ୍ତି ଏବଂ ପରେ ଏହି ଲାଇଭ ବିଡିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଛନ୍ତି । ଏହି ଭିଡ଼ିଓଟି ଇଣ୍ଟର୍ନେଟର ଜୋରଦାରରେ ଭାଇରଲ ହେବାକୁ ଲାଗିଛି ।

ଏହି ଘଟଣା ସମ୍ପର୍କରେ ହସ୍ପିଟାଲର ପ୍ରବନ୍ଧକ କଣ କହୁଛନ୍ତି ଆସନ୍ତୁ ଜାଣିବ :

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ବାବଦରେ ସାରଦା ହସ୍ପିଟାଲର ପ୍ରବନ୍ଧକଙ୍କର କହିବା ଅନୁଯାୟୀ ଆତ୍ମହତ୍ୟାର ଉଦ୍ୟମ କରିଥିବା ଏହି ଝିଅଟି ମାନସିକ ରୋଗରେ ଶିକାର ଅଛନ୍ତି ଏବଂ ନିଜ ମାଆଙ୍କ ସହ କିଛି ଝଗଡା ହେଲା ପରେ ଆତ୍ମହତ୍ୟାର ଉଦ୍ୟମ କରୁଥିଲେ । ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏହି ଭିଡ଼ିଓରେ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ଝିଅଟି ପ୍ରଥମେ ହସ୍ପିଟାଲର ଛାତ ଉପରେ ବସିଛି ଏବଂ ଯେମିତି ହିଁ ଡେଇଁବା ପାଇଁ ଉଦ୍ୟମ କରୁଛି ଠିକ ସେହି ସମୟରେ ତାର ପଛପଟେ ଥିବା କିଛି ବ୍ୟକ୍ତି ତାଙ୍କର ହାତ ଧରି ଦେଇଛନ୍ତି ଏବଂ ତାଙ୍କୁ ଉପରକୁ ଟାଣି ନେଇଛନ୍ତି । ବ୍ୟକ୍ତି ଜଣକ ଠିକ ସମୟରେ ପହଞ୍ଚିବା ହେତୁ ଝିଅଟିର ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିଥିଲା ।

ଆପଣମାନେ ଜାଣିବା ପାଇଁ କହିଦେଉଛୁ ଯେ, ବର୍ତ୍ତମାନ ଝିଅଟିକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ଝିଅଟି ଆଗରୁ ମଧ୍ୟ ଅନେକ ଥର ହସ୍ପିଟାଲକୁ ଚିକିତ୍ସାଧୀନ ହେବା ପାଇଁ ଆସିଛି । ବର୍ତ୍ତମାନ ଏହି ବିଷୟରେ ଅଧିକ ସୂଚନା ଆସିବାରେ ବାକି ରହିଛି ।