କଳା ହଳଦୀର ବ୍ୟବହାର କରି ବଦଳାନ୍ତୁ ଆପଣଙ୍କର ଭାଗ୍ୟ ।

Spread the love

ଆର୍ଥିକ ସମସ୍ୟା ଭୋଗୁ ଥିବା ବ୍ୟକ୍ତିମାନେ ହୋଲି ପର୍ବ ଦିନ ଏହି ଉପାୟ ଆପଣେଇବା ଦ୍ୱାରା ଆର୍ଥିକ ଜନିତ ସମସ୍ୟାରୁ ତ୍ରାହି ମିଳି ପାରିବ । ହୋଲି ଦିନ ଏହି ଉପାୟ ଅବଲମ୍ବନ କରି ନିଜ ଭାଗ୍ୟ ବଦଳାନ୍ତୁ । ହୋଲି ଦିନ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରର ଉପାୟ କରିଥାନ୍ତି, ନିଜ ଭାଗ୍ୟ ବଦଳାଇବା ପାଇଁ । ଯଦି ଆପଣଙ୍କ ଆର୍ଥିକ ଜନିତ ସମସ୍ୟା ଦେଖାଦେଉଛି, ତାହା ହେଲେ ଆପଣ ମଧ୍ୟ ହୋଲି ଦିନ ନିମ୍ନରେ ଦିଆଯାଇ ଥିବା ଉପାୟ ଗୁଡିକୁ ମାନି କାମରେ ଲଗାଇବେ, ତେବେ ଆପଣମଧ୍ୟ ଆର୍ଥିକ ଜନିତ ସମସ୍ୟାରୁ ମୁକୁଳି ପାରିବେ ।

ହୋଲି ଦିନ କରନ୍ତୁ ଏହି ଅଦ୍ଭୁତ ଉପାୟ : (କଳା ହଳଦୀ ର ବ୍ୟବହାର)

କଳା ହଳଦୀ ମଧ୍ୟ ସାଧାରଣ ହଳଦୀ ପରି ହୋଇଥାଏ । କିନ୍ତୁ ଏହା ଭିତରୁ କଳା ହୋଇଥାଏ ଓ ଏହାର ଗଛ ବେଶୀ ବଡ ହୋଇନଥାଏ । କଳା ହଳଦିର ବ୍ୟବହାର ବିଭିନ୍ନ ଔଷଧ ତିଆରି କରିବାରେ ବ୍ୟବହାର କରାଯାଇଥାଏ । କଳା ହଳଦୀ ମୁଖ୍ୟତଃ ପଶ୍ଚିମ ବଙ୍ଗ ଅଞ୍ଚଳରେ ଚାଷ କରାଯାଇଥାଏ ।

ହୋଲି ଦିନ କଳା ହଳଦିକୁ ଘରକୁ ଆଣିବା ଦ୍ୱାରା କଣ ଫାଇଦା ମିଳିଥାଏ ? ଜାଣନ୍ତୁ :

ହୋଲି ଦିନ କଳା ହଳଦୀ ଘରକୁ ଆଣିବା ଶୁଭ ଅଟେ । ପ୍ରଥମେ ଏହି ଗଛଟିକୁ ନିର୍ଣ୍ଣୟ କରନ୍ତୁ ଏବଂ ପରେ ଏହାକୁ ଘରକୁ ଆଣିଥାନ୍ତି । କଳା ହଳଦି ଗଛଟିକୁ ଘରକୁ ଆଣିବା ପୂର୍ବରୁ ପ୍ରଥମେ ପୂଜା କରାଯାଇଥାଏ ଓ ହୋଲି ଦିନ ରାତିରେ ଏହି ଗଛଟିରୁ ହଳଦୀଗୁଡିକୁ କାଢି ନିଜ ଘରକୁ ଅଣାଯାଇଥାଏ । ଏହି ଗଛକୁ ପୂଜା କରିବା ନିମନ୍ତେ ଆପଣଙ୍କୁ ହଳଦିଆ ଚାଉଳ, ସିନ୍ଦୁର, କଳସ ଓ ୫ଟି ଅଗରବତୀ ଦରକାର ପଡିଥାଏ । ଏହି ସବୁ ପୂଜା ସାମଗ୍ରୀ ଆଣି ହୋଲି ପୂର୍ବ ଦିନ- ପ୍ରଥମେ ହଳଦୀ ଗଛ ପାଖକୁ ଯାଇ ପୂଜା କରିବା ଦରକାର ।

ପୂଜା କିପରି କରିବେ :

ପ୍ରଥମେ ହଳଦିଆ ଚାଉଳ ଏହି ଗଛ ଉପରେ ପକାନ୍ତୁ ପରେ ସିନ୍ଦୁର ପକାନ୍ତୁ, କଳସରେ ପାଣି ଆଣି ଗଛରେ ଅର୍ପଣ କରନ୍ତୁ ଓ ପରେ ୫ଟି ଅଗରବତୀ ଜାଳି ଦିଅନ୍ତୁ । ଏହି ସବୁ ଜିନିଷ କରି ସାରିବା ପରେ, ଗଛକୁ କୁହନ୍ତୁ, “ମୁଁ ଆପଣଙ୍କୁ ମୋ ସହିତ ନେବାକୁ ଆସିଛି ଓ ଆପଣଙ୍କୁ ମୋର ମନକାମନା ପୁରା କରିବାକୁ ହେବ ।” ପରେ ଆପଣ ହୋଲି ଦିନ ରାତିରେ ଏହି ଗଛର ଚେରରେ ଥିବା ହଳଦିକୁ ପତ୍ର ସହ କାଢି ନିଅନ୍ତୁ ଓ ନିଜ ସହ ଘରକୁ ନେଇ ଆସନ୍ତୁ । ଏହାକୁ ଘରକୁ ନେଇ ଆସିବା ପରେ ଏହି ଗଛକୁ ଭଲ ଭାବରେ ଧୋଇ ଦିଅନ୍ତୁ ଓ ପରେ ଏହାକୁ ନିଜ ସିନ୍ଦୁକରେ ରଖିଦିଅନ୍ତୁ । ଯେତେବେଳେ ଆପଣଙ୍କର ମନକାମନା ପୂର୍ଣ୍ଣ ହୋଇଯିବ, ଏହାକୁ ଆପଣ ନଦୀରେ ବିସର୍ଜନ କରିଦିଅନ୍ତୁ ।

ଚନ୍ଦ୍ରଙ୍କର ପୂଜା :

ଆର୍ଥିକ ସମସ୍ୟା ଭୋଗୁଥିବା ବ୍ୟକ୍ତି ହୋଲି ଦିନ ରାତିରେ ଛାତ ଉପରକୁ ଯାଇ ଚନ୍ଦ୍ରଙ୍କର ପୂଜା କରନ୍ତୁ । ଚନ୍ଦ୍ରଙ୍କର ପୂଜା କରିବା ପାଇଁ ଗୋଟିଏ ରୂପା ଥାଳିରେ କିଛି ଫୁଲ, ଏକ ଲୋଟା କ୍ଷୀର ଓ କିଛି ଖିରୀ ଚନ୍ଦ୍ରଙ୍କୁ ଅର୍ପଣ କରନ୍ତୁ ଓ ନିଜ ଆର୍ଥିକ ସମସ୍ୟା ବିଷୟରେ ଚନ୍ଦ୍ରଙ୍କୁ ଜାଣନ୍ତୁ । ପୂଜା ଶେଷ ହେବା ପରେ କ୍ଷୀର ଓ ଖିରୀକୁ ପିଲାଙ୍କୁ ବାଣ୍ଟି ଦିଅନ୍ତୁ । ଆପଣ ଏହି ଉପାୟଟିକୁ ପ୍ରତି ପୂର୍ଣ୍ଣିମାରେ କରନ୍ତୁ ଓ ରାତିରେ କ୍ଷୀର ଚନ୍ଦ୍ରଙ୍କୁ ଅର୍ପଣ କରନ୍ତୁ । ଏହି ଉପାୟଟିକୁ ଆପଣେଇବାର କିଛି ଦିନ ମଧ୍ୟରେ ଆପଣଙ୍କର ଆର୍ଥିକ ସମସ୍ୟା ଦୂରେଇ ଯିବ । କିନ୍ତୁ ଆପଣଙ୍କୁ ଗୋଟିଏ କଥା ମାନେ ରଖିବାକୁ ପଡିବ ଯେ, ଆପଣ ଏହି ଉପାୟ କରିବା ସମୟରେ ଯେମିତି କେହି ଆପଣଙ୍କୁ ଦେଖି ନ ପାରନ୍ତି ।