ଏହି ସମସ୍ତ କାରଣ ଯୋଗୁଁ ଆୟୁଷ ମନ୍ତ୍ରାଳୟକୁ ପତଞ୍ଜଳି ଔଷଧର ପ୍ରଚାର-ପ୍ରସାର ଉପରେ କଟକଣା ଲଗାଇବାକୁ ପଡିଥିଲା !

Spread the love

ଆୟୁଷ ମନ୍ତ୍ରାଳୟ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରାଯାଇଥିବା କରୋନାର ଔଷଧକୁ ନେଇ ଗତକାଲି ଆପତ୍ତି ଜାହିର କରିଥିଲା ଏବଂ କମ୍ପାନୀରୁ ତୁରନ୍ତ ଏହି ଔଷଧର ବିଜ୍ଞାପନକୁ ବନ୍ଦ କରିବା ପାଇଁ କହିଥିଲା । ଯାହାପରେ କମ୍ପାନୀ କରୋନା ଔଷଧର ବିଜ୍ଞାପନକୁ ବନ୍ଦ କରିଦେଇଛି । ବାସ୍ତବରେ ଆୟୁଷ ମନ୍ତ୍ରାଳୟର କହିବା ଅନୁସାରେ, ପତଞ୍ଜଳି ପକ୍ଷରୁ କରୋନାର ଔଷଧ ବିଷୟରେ ମନ୍ତ୍ରାଳୟକୁ ସୂଚିତ କରାଯାଇନଥିଲା । କଥିତ ବୈଜ୍ଞାନିକମାନଙ୍କ ଦାବୀର ସତ୍ୟାସତ୍ୟ ଏବଂ ବିବରଣୀ ବିଷୟରେ ମନ୍ତ୍ରାଳୟକୁ ସୂଚନା ଦିଆଯାଇନଥିଲା, ଯେଉଁଥି ପାଇଁ ମନ୍ତ୍ରାଳୟ ଏହିପରି ପଦକ୍ଷେପ ଉଠାଇଛନ୍ତି ।

google

ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରିବା ସହ କୁହାଯାଇଛି ଯେ, ପତଞ୍ଜଳିକୁ ଏହି ବିଷୟରେ ସୂଚିତ କରିଦିଆଯାଇଛି ଯେ, ଔଷଧର ଏହିପରି ବିଜ୍ଞାପନ ଗୁଡିକ ଯେଉଁଥିରେ ଆୟୁର୍ବେଦିକ ଔଷଧ ମଧ୍ୟ ସାମିଲ ଅଟେ, ସେହି ଡ୍ରଗ୍ ଏବଂ ମ୍ୟାଜିକ୍ ପ୍ରତିକାର (ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ, ୧୯୫୪ ଏବଂ କରୋନା ମାହାମାରିକୁ ନେଇ କେନ୍ଦ୍ର ସରକାରଙ୍କ ନିର୍ଦେଶାନାମାର ଅନ୍ତର୍ଗତ ଆସିଥାଏ ।

ଆୟୁଷ ମନ୍ତ୍ରାଳୟ ପତଞ୍ଜଳି ଠାରୁ ଏହିସବୁ ସୂଚନା ମାଗିଥିଲେ

google

ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳିକୁ ପଚାରା ଯାଇଥିଲା କି, ଔଷଧରେ କେଉଁ ସବୁ ଉପାଦାନର ପ୍ରୟୋଗ କରାଯାଇଛି ଏବଂ ଏହି ସମସ୍ତ ଉପାଦାନ ବିଷୟରେ ବିବରଣୀ ଦିଆଯାଉ । ଏହା ବ୍ୟତୀତ ଆୟୁଷ ମନ୍ତ୍ରାଳୟ ପତଞ୍ଜଳି ଆୟୁର୍ବେଦ ଲିମିଟେଡ଼ ଠାରୁ ଔଷଧର ନାମ ଏବଂ ଏହି ଔଷଧକୁ ନେଇ ଅଧ୍ୟୟନ କେଉଁଠାରେ ଏବଂ କେଉଁ ହସ୍ପିଟାଲରେ କରାଯାଇଛି, କେଉଁ ବ୍ୟବହାରିକର ପାଳନ କରାଯାଇଛି, ଏହି ସମସ୍ତ ସୂଚନା ମଧ୍ୟ ମାଗିଛନ୍ତି ।

ମନ୍ତ୍ରାଳୟ ପତଞ୍ଜଳି କମ୍ପାନୀକୁ ଏହା ମଧ୍ୟ ପଚାରିଥିଲା ଯେ, କରୋନା ଔଷଧର ନମୁନା ଆକାର କଣ ଥିଲା, ଇଂଷ୍ଟିଟ୍ୟୁସନାଲ ଏଥିକ୍ସ କମିଟି ଠାରୁ ନିକାସ ମିଳିଛି ନା ନାହିଁ, ସୀଟୀଆରଆଈ ରେଜିଷ୍ଟ୍ରେସନ ଏବଂ ଅଧ୍ୟୟନ ସହିତ ଜଡିତ ତଥ୍ୟ କେଉଁଠାରେ ଅଛି ।

ଲାଇସେନ୍ସର ନକଲ ମାଗିଥିଲେ

google

ମନ୍ତ୍ରାଳୟ ପତଞ୍ଜଳି ଠାରୁ ଉତ୍ତରାଖଣ୍ଡ ସରକାରଙ୍କ ଲାଇସେନ୍ସସିଂ ପ୍ରାଧିକରଣ ଠାରୁ ଔଷଧର ଲାଇସେନ୍ସର ଏକ ନକଲ ମଧ୍ୟ ମାଗିଥିଲେ ଏବଂ ଉତ୍ପନ୍ନ ଦ୍ରବ୍ୟର ମଞ୍ଜୁରି କରିବାର ବିଶେଷତ୍ୱ ମଧ୍ୟ ମାଗିଥିଲେ ।

ଯେତେବେଳେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଈସିଏମଆର)ର ମହାନିର୍ଦ୍ଦେଶକ ପ୍ରଫେସର ବଳରାମ ଭାର୍ଗବଙ୍କୁ ପତଞ୍ଜଳିର ଔଷଧ ବିଷୟରେ ପଚାରାଯାଇଥିଲା ସେତେବେଳେ ସେ କହିଥିଲେ ଯେ, “ମୁଁ ଏହିପରି କୌଣସି ଔଷଧ ଉପରେ ଟିପ୍ପଣୀ କରିବାକୁ ଚାହୁଁନାହିଁ । ଆଈସିଏମଆର ଏହି ଔଷଧ ସହିତ ସମ୍ଵଧିତ କୌଣସି ପ୍ରୟାସରେ ସାମିଲ ରହିନାହିଁ ।”

ସମ୍ପୁର୍ଣ୍ଣ ଭାବେ ଯାଞ୍ଚ ହେଲା ପର୍ଯ୍ୟନ୍ତ ରୋକ ଲାଗୁ ରହିବ

google

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯେତେଦିନ ପର୍ଯ୍ୟନ୍ତ କରୋନାର ଏହି ଆୟୁର୍ବେଦିକ ଔଷଧ ସହିତ ଜଡ଼ିତ ସମ୍ପୁର୍ଣ୍ଣ ଭାବେ ଯାଞ୍ଚ କରାଯାଇନାହିଁ । ସେତେଦିନ ପର୍ଯ୍ୟନ୍ତ ଏହି ଔଷଧର ବିଜ୍ଞାପନ ଉପରେ ରୋକ ଲାଗି ରହିବ ।

ବଜାରରେ ଔଷଧ ଆଣିବାକୁ ସମୟ ଲାଗିଥାଏ

google

କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସୀଡୀଏସସୀଔ)ର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ସାମାନ୍ୟ ପରିସ୍ଥିତି ମାନଙ୍କରେ ଔଷଧ ପ୍ରସ୍ତୁତ କରିବାରେ, ସେଥିରେ ଜଡିତ କ୍ଲିନିକାଲ ପରିକ୍ଷଣକୁ ପୁରା କରିବାରେ ଏବଂ ତାହାର ମାର୍କେଟିଂରେ ତିନି ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଯାଇଥାଏ । ଅସାମାନ୍ୟ ପରିସ୍ଥିତିରେ ଯଦି ଶୀଘ୍ର ଔଷଧ ଆଣିବା ପାଇଁ ଚେଷ୍ଟା କରାଯାଏ ତେବେ ନୂତନ ଔଷଧ ବଜାରକୁ ଆଣିବାରେ ଦଶମାସରୁ ଏକବର୍ଷ ପର୍ଯ୍ୟନ୍ତ ସମୟ ଲାଗିଯାଇଥାଏ ।

ବାସ୍ତବରେ ପତଞ୍ଜଳିର ଦାବି ଏହିକିଯେ, ସେମାନେ ଏହି ବର୍ଷ ଜାନୁୟାରୀ ମାସରେ ଏହି ଔଷଧ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ଅର୍ଥାତ କମ୍ପାନୀ ବହୁତ କମ ସମୟ ମଧ୍ୟରେ ଔଷଧ ପ୍ରସ୍ତୁତ କରିଛି ଏବଂ ଏହାର କ୍ଲିନିକାଲ ପରିକ୍ଷଣ ମଧ୍ୟ ସମ୍ପୁର୍ଣ୍ଣ କରିଦିଆଯାଇଛି । ସୀଡୀଏସସୀଔ ଅଧିକାରୀଙ୍କ ଅନୁସାରେ ତାଙ୍କ ବିଭାଗକୁ ପତଞ୍ଜଳିର ଏହି ଔଷଧର କ୍ଲିନିକାଲ ପରିକ୍ଷଣର କୌଣସି ମଧ୍ୟ ମଧ୍ୟ ସୂଚନା ନଥିଲା ।

google

ତଥାପି ପତଞ୍ଜଳି କମ୍ପାନୀର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଏହା ଦାବି କି, ଏକ ତୃତୀୟ ପାର୍ଟିର ସାହାଯ୍ୟ ଦ୍ୱାରା କ୍ଲିନିକାଲ ପରିକ୍ଷଣ କରାଯାଇଛି । ଯେଉଁଥିରେ ୧୦୦ ପ୍ରତିଶତ କୋଭିଡ଼-୧୯ ରୋଗୀଙ୍କୁ ସୁସ୍ଥ କରାଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ଏହିକିଯେ, ପତଞ୍ଜଳି ମଙ୍ଗଳବାର ଦିନ “କୋରାନିଲ ବଟିକା” ଏବଂ “ସ୍ୱାସରି ବଟୀ” ନାମକ ଔଷଧ ଲଞ୍ଚ କରିଥିଲା ଏବଂ ଏହା ଦାବି କରିଛନ୍ତି ଯେ, ଏହି ଔଷଧ କରୋନା ରୋଗୀଙ୍କୁ ସମ୍ପୂର୍ଣ ସୁସ୍ଥ କରିଦେବ ।

Leave a Reply

Your email address will not be published. Required fields are marked *