ଦୀପ ପ୍ରଜ୍ଵଳନର ଅନେକ ଫାଇଦା ,ଆସନ୍ତୁ ଜାଣିବେ କଣ ସବୁ ଫାଇଦା ରହିଛି ।

Spread the love

ଜାଣନ୍ତୁ ଦୀପର ମହତ୍ତ୍ୱ ଏବଂ ଏହାକୁ ଜଳେଇବାର ଫାଇଦା ।

ହିନ୍ଦୁ ଧର୍ମରେ ଦୀପ ପ୍ରଜ୍ଜ୍ଵଳନକୁ ବହୁତ ପବିତ୍ର ବୋଲି ମାନ୍ୟତା କରାଯାଏ ଏବଂ ଦୀପ ପ୍ରଜ୍ଜ୍ଵଳନକୁ ପବିତ୍ର ବୋଲି ମଧ୍ୟ କୁହାଯାଇଛି । ପୁରାଣ ଶାସ୍ତ୍ରରେ ଦୀପର ମହତ୍ତ୍ୱକୁ ନେଇ ଅନେକ ତଥ୍ୟ କୁହାଯାଇଛି । ପୂଜାପର୍ବ ସମୟରେ ଦୀପର ମହତ୍ଵ ମଧ୍ୟ ରହିଛି । ତେଣୁ ପବିତ୍ର କାର୍ଯ୍ୟରେ ଦୀପ ପ୍ରଜ୍ଜ୍ଵଳନ କରାଯାଇଥାଏ । ଏହା ସହିତ ବାସ୍ତୁଶାସ୍ତ୍ରରେ ମଧ୍ୟ ଦୀପ ପ୍ରଜ୍ଜ୍ଵଳନକୁ ବହୁତ ପବିତ୍ର ଓ ଶୁଭଦାୟକ ବୋଲି କୁହାଯାଇଛି । ଆସନ୍ତୁ ଜାଣିବା ଦୀପ ପ୍ରଜ୍ଵଳନର କିଛି ମହତ୍ତ୍ୱ ବିଷୟରେ :

ଦୀପର ମହତ୍ଵ :

Google

ଦୀପ ପ୍ରଜ୍ଜ୍ଵଳନ କରିବାର ଅନେକ ପ୍ରକାର ମହତ୍ଵ ରହିଛି, ଯାହା ନିମ୍ନରେ ବର୍ଣ୍ଣନା କରାଯାଇଛି ।

ପୂଜା ହୋଇଥାଏ ସଫଳ :

ବିନା ଦୀପ ଜଳେଇ ପୂଜା କଲେ ପୂଜାର କିଛି ମହତ୍ତ୍ୱ ରହିନଥାଏ । ସେଥିପାଇଁ ଯେକୌଣସି ପୂଜାର୍ଚ୍ଚନା କରାଯାଉଛି, ତା’ପୂର୍ବରୁ ଦୀପ ନିଶ୍ଚୟ ପ୍ରଜ୍ଜ୍ଵଳିତ କରାଯାଇଥାଏ । ତେଣୁ ଦୀପ ପ୍ରଜ୍ଜ୍ଵଳିତ କରିବା ପରେ ହିଁ ପୂଜା ଆରମ୍ଭ କରାଯାଏ ।

ଦୀପ ପ୍ରଜ୍ଜ୍ଵଳନ କରିବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା :

Google

୧) ପୂଜା କରି ସାରିବା ପରେ ବି ଆପଣଙ୍କର ଧ୍ୟାନ ରହିବା ଉଚିତ ଯେ, ଯେପରି ଦୀପ ଆହୁରି ଘଣ୍ଟାଏରୁ ଦୁଇ ଘଣ୍ଟା ପାଖାପାଖି ଜଳୁଥିବା ଦରକାର । ପୂଜା ସରିଯିବା ସଙ୍ଗେ ସଙ୍ଗେ ଦୀପ ଲିଭିଯିବା ଶୁଭ ହୋଇନଥାଏ । ଦୀପ ଯେତେ ସମୟ ପର୍ଯ୍ୟନ୍ତ ଜଳୁଥିବ, ଆପଣଙ୍କୁ ପ୍ରଜ୍ଜ୍ଵଳିତ ଦୀପର କଲ୍ୟାଣ ମଧ୍ୟ ସେତେ ଅଧିକ ମିଳୁଥିବ ।

Google

୨) ଦୀପର ଆଲୋକ ବହୁତ ପବିତ୍ର ହୋଇଥାଏ । ଏହାକୁ ଜଳେଇବା ଦ୍ୱାରା ଜୀବନରୁ ସବୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ଜୀବନର ସବୁ ଅନ୍ଧକାର ମଧ୍ୟ ଦୂର ହୋଇଥାଏ ।

Google

୩) ପୁରାଣରେ କୁହାଯାଇଛି ଘିଅ ଦୀପ ପ୍ରଜ୍ଵଳନ କରିବା ବହୁତ ଶୁଭ ହୋଇଥାଏ । ପୁରାଣରେ ଘିଅ ଦୀପ ବ୍ୟତୀତ ଅନ୍ୟ କିଛି ଦୀପକୁ ଜଳେଇବାକୁ ବର୍ଜନ କରାଯାଇଛି । ଘିଅ ବହୁତ ଶୁଭ ହୋଇଥାଏ ଏବଂ ପୂଜା କରିବା ସମୟରେ କେବଳ ଶୁଭ ଜିନିଷ ହିଁ ପ୍ରୟୋଗ କରାଯିବା ଉଚିତ । ଯଦି ଆପଣଙ୍କୁ କିମ୍ବା ପରିବାର କେହି ସଦସ୍ୟ ରୋଗଗ୍ରସ୍ତ ହୁଅନ୍ତି ତେବେ ଆପଣ ଗୋଟିଏ ଘିଅ ଦୀପ ସୂର୍ଯ୍ୟଦେବଙ୍କୁ ସ୍ମରଣ କରି ଚଢ଼େଇବା ଦ୍ୱାରା ଯଥାଶୀଘ୍ର ରୋଗରୁ ଉପଶମ ମିଳିଥାଏ ।

Google

୪) ଘରର ମୁଖ୍ୟ ଦ୍ୱାରରେ ଗୋଟିଏ ତେଲର ଦୀପ ଜଳେଇବା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ଅବଶ୍ୟ ଧ୍ୟାନ ରଖିବାକୁ ହେବ କି ଦୀପ ଜଳେଇବା ଦ୍ୱାରା ତାର ମୁହଁ ସର୍ବଦା ଘର ଭିତରକୁ ରହିବା ଉଚିତ ।

୫) ସବୁବେଳେ ପୂର୍ବ ଆଡକୁ ଏକ ତେଲର ଦୀପ ଜଳେଇବା ଦ୍ୱାରା ପରିବାର ସଦସ୍ୟଙ୍କ ଆୟୁଷ ମଧ୍ୟ ବଢିଥାଏ ।

୬) ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ବା ଫୋଟ ସମ୍ମୁଖରେ ଦୀପ ଜଳେଇବା ଦ୍ୱାରା ବହୁତ ଶୀଘ୍ର ବିବାହ ଠିକ ହୋଇଯାଏ ଓ ଏକ ସଚ୍ଚୋଟ ଜୀବନ ସାଥି ମିଳିଥାଏ ।

୭) ଯେଉଁ ଲୋକମାନଙ୍କ ଜାତକରେ ରହୁ ଓ କେତୁ ଗ୍ରହର ଖରାପ ପ୍ରଭାବ ପଡିଥାଏ, ସେହି ଲୋକମାନେ ମନ୍ଦିରକୁ ଯାଇ ରାଶି ତେଲର ଦୀପା ଜଳାନ୍ତୁ । ରାଶି ତେଲର ଦୀପ ଜଳାଇବା ଦ୍ଵାରା ଏହି ଦୁଇଟି ଗ୍ରହ ଶାନ୍ତ ହୋଇ ଯାଇଥାନ୍ତି ।

କେଉଁ ପ୍ରକାର ଦୀପ ଜଳାଇବା ଶୁଭଦାୟକ :

Google

ବଜାରରେ ବିଭିନ୍ନ ପ୍ରକାରର ଧାତୁ ନିର୍ମିତ ଦୀପ ମିଳିଥାଏ । କିନ୍ତୁ ଶାସ୍ତ୍ରରେ ମାଟିର ଦୀପକୁ ସବୁଠୁ ପବିତ୍ର ବୋଲି କୁହାଯାଇଛି ଏବଂ ମାଟି ଦୀପ ପ୍ରଜ୍ଜ୍ଵଳନ କରିବା ଶୁଭ ଓ ଲାଭଦାୟକ ମଧ୍ୟ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି । ମାଟି ଦୀପକୁ ଥରେ ମାତ୍ର ଜଳେଇବା ପରେ ଏହି ଦୀପକୁ ଜଳରେ ବିସର୍ଜନ କରିଦେବା ଉଚିତ ।

ଦୀପ ଜଳେଇବା ସମୟରେ ତଳେ ଦିଆଯାଇଥିବା ମନ୍ତ୍ର ନିଶ୍ଚୟ କୁହନ୍ତୁ :

“ଦୀପମ୍ ଜ୍ୟୋତି ପରଂବ୍ରହ୍ମ, ଦୀପଜ୍ୟୋତି ଜନାର୍ଦ୍ଦନ

ଦୀପଜ୍ୟୋତି ହରତେ ପାପ ସଂଧ୍ୟାଦୀପମ୍ ନାମସ୍ତୁତେ ।”

ଶୁଭମ୍ କରୋତୁ କଲ୍ୟାଣମାରୋଗ୍ୟମ୍ ସମ୍ପାଦାମ୍

ଶତୃବୃଦ୍ଧି ବିନାଶମ୍ ଚ ଦୀପଜ୍ୟୋତିଃ ନମୋସ୍ତୃତି ।”

କେବଳ ଏହି ଦିଗରେ ହିଁ ଦୀପା ଜଳନ୍ତୁ :

Google

ସର୍ବଦା ପୂର୍ବ ଏବଂ ଉତ୍ତର ଦିଗରେ ହିଁ ଦୀପ ଜଳାନ୍ତୁ । କାହିଁକି ନା ଏହି ଦିଗରେ ଜଳେଇବା ସବୁଠୁ ଶୁଭ ହୋଇଥାଏ । ପଶ୍ଚିମ ଓ ଦକ୍ଷିଣ ଦିଗରେ କେବେ ମଧ୍ୟ ଦୀପ ଜଳାନ୍ତୁ ନାହିଁ । କାହିଁକି ନା ଏହି ଦିଗରେ ଜଳେଇବା ବହୁତ ଅଶୁଭ ହୋଇଥାଏ । ତେଣୁ ଆପଣ ଯେବେ ମଧ୍ୟ ଦୀପ ପ୍ରଜ୍ଜ୍ଵଳିତ କରିବେ ତେବେ ସର୍ବଦା ଠିକ ଦିଗରେ ରଖନ୍ତୁ ।

ଦୀପ ଜଳାଇବା ଦ୍ଵାରା ଏହାର ଲାଭଦାୟକ ଓ ମହତ୍ଵ ବିଷୟରେ ଜାଣିଲେ । ତେଣୁ ପୂଜା କରିବା ସମୟରେ ଦୀପ ପ୍ରଜ୍ଵଳନ କରି ଠିକ ଦିଗରେ ମଧ୍ୟ ରଖନ୍ତୁ ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ କମେଣ୍ଟ ଜରିଆରେ “ଜୟ ଜଗନ୍ନାଥ” ଲେଖନ୍ତୁ ।