ସାଉଦି ଆରବରୁ ଫେରିଥିବା ଏହି ଯୁବକ ଜଣଙ୍କ ନିଜର ବେଦନା ଭରା କାହାଣୀ ଶୁଣାଇଲେ ! କହିଲେ – ମୋଦି ସରକାରଙ୍କ ସାହାଯ୍ୟ ବିନା ଫେରିବା କଷ୍ଟକର ଥିଲା ।

Spread the love

ଏହି ବର୍ଷ ନିର୍ବାଚନରେ “ମୋଦି ହେ ତୋ ସବ ମୁମକିନ ହେ” ଏହି ସ୍ଲୋଗାନ ଅତ୍ୟଧିକ ଶୁଣିବାକୁ ମିଳିଥିଲା । ଏଥିରେ ବିଜେପିକୁ ସହାୟତା କରୁଥିବା ଲୋକମାନେ ଏପରି ସମସ୍ତ କାମକୁ ପ୍ରସ୍ତୁତ କରିଥିଲେ ଯେଉଁଥିରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣାମାନ ଦେଖିବାକୁ ମିଳିଥିଲା ଓ ମିଳୁଛି ମଧ୍ୟ । ବିଜେପିକୁ ପୁଣି ଆସନକୁ ଆସିବା ପାଇଁ ଏପରି କରିବା ନିହାତି ଦରକାର ଥିଲା ଏବଂ ଏହା ପ୍ରମାଣିତ ମଧ୍ୟ ହୋଇସାରିଛି । ପୁଣି ଥରେ ମୋଦି ସରକାର ଜିତିଗଲେ ଏବଂ ବହୁମତ ସହ ଆସନକୁ ଆସିଲେ । ବର୍ତ୍ତମାନ ପୁଣି ଏପରି ପ୍ରମାଣିତ ହୋଇଛି ସାଉଦି ଆରବରୁ ଫେରିଥିବା ଏହି ଯୁବକ ଜଣଙ୍କ ନିଜର ବେଦନା ଭରା କାହାଣୀ ଶୁଣାଇଲେ, ସମ୍ପୂର୍ଣ ବିଷୟ କଣ ଚାଲନ୍ତୁ ଜାଣିବା ?

ସାଉଦି ଆରବରୁ ଫେରିଥିବା ଏହି ଯୁବକ ଜଣଙ୍କ ନିଜର ବେଦନା ଭରା କାହାଣୀ ଶୁଣାଇଲେ –

ସାଉଦି ଆରବରୁ ଦେଶକୁ ଫେରିଥିବା ପଞ୍ଜାବୀମାନଙ୍କୁ ୧୯ ଜୁନରେ ଜଲନ୍ଧରରେ ସ୍ଵାଗତ କରାଯାଇଥିଲା । ବିଦେଶ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶବାସୀଙ୍କୁ ଛାଡି ଦିଆଯାଇଛି । ସେଥିମଧ୍ୟରୁ ଜଲନ୍ଧର ନିବାସୀ ରୂପଲାଲ, କରମଜୀତ ସିଂ, ସିରନ୍ଦ୍ରଜୀତ ସିଂ, ଲଶୁରାମ ଏବଂ କୁରବିନ୍ଦର ସିଂ ଥିଲେ ଏବଂ ଏହି ସମସ୍ତଙ୍କ ପରିବାର ଲୋକ ବିଜେପି କାର୍ଯାଳୟ ପହଞ୍ଚିଲେ । ସେମାନେ କହିଲେ ଏହା ତାଙ୍କର ଦ୍ଵିତୀୟ ଜନ୍ମ ଏବଂ ଏହା ମୋଦି ସରକାରଙ୍କ ସହଯୋଗ ବିନା ହୋଇପାରି ନଥାନ୍ତା । ୫ ଜୁନରୁ ସାଉଦିରେ ଭିଜା (VISA)ର ତ୍ରୁଟି ଯୋଗୁଁ ଏକ ବଡ଼ ସଂଖ୍ୟାରେ ଲୋକେ ଫସି ଯାଇଥିଲେ ଏବଂ ଏମାନଙ୍କ ମଧ୍ୟରୁ ୨୨ଜଣ ଏବଂ ପଞ୍ଜାବରୁ ୪୫୦ ଲୋକ ବର୍ତ୍ତମାନ ସ୍ଵଦେଶ ଫେରିଛନ୍ତି । ସ୍ଵଦେଶ ଫେରିବା ପରେ ଲୋକମାନେ ମୋଦି ସରକାରଙ୍କୁ, ପୂର୍ଵ ବିଦେଶ ମନ୍ତ୍ରୀ ସୁଷମା ସ୍ଵରାଜଙ୍କୁ, ଜେନେରଲ ବି. କେ ସିଂଙ୍କୁ, ପଞ୍ଜାବ ବିଜେପି ପ୍ରଧାନ ଶ୍ଵେତ ମଲିକଙ୍କୁ, ମହାମନ୍ତ୍ରୀ ରାକେଶ ରାଠୋରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଜଳନ୍ଧରର ସନ୍ତ ନଗର ନିବାସୀ କରମଜୀତ ସିଂ ଏବଂ ସିରନ୍ଦ୍ରଜୀତ ସିଂ କହିଲେ ଯେ, ସାଉଦି ଆରବର ରିୟାଦ ଓ ଜେଧାରେ ଫସିଥିବା ହଜାର ଭାରତୀୟଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଥିଲା, ଯାହାକି ଅର୍ଥ, ଭିଜା, ସ୍ଵାସ୍ଥ୍ୟ ସେବା ଏବଂ ବିଜୁଳିର ଅଭାବ ଯୋଗୁଁ କଏଦୀ ମାନଙ୍କ ଭଳି ଭନ୍ନ ଭିନ୍ନ କେମ୍ପରେ ରହୁଥିଲେ । ତାଙ୍କର ଭଉଣୀ ବଲଜୀତ କୌର ଯୁବା ନେତା ଅଶୋର ସରୀନ ହିକ୍କାଙ୍କ ଜରିଆରେ ରାକେଶ ରାଠୋର, ଶ୍ଵେତ ମଲିକଙ୍କ ସହ ଦିଲ୍ଲୀରେ ମିଶିଥିଲେ ।

ଏହା ପରେ ସମସ୍ତଙ୍କର ସ୍ଵଦେଶ ଆଗମନ ହୋଇଛି । ରାମାମଣ୍ଡି ଢୀଲବା ନିବାସୀ ରୂପଲାଲ କହିଲେ ଯେ, ସାଉଦି ଆରବରେ ଫସିଥିବା ହଜାର ଭାରତୀୟଙ୍କୁ ଜେଲ ଯିବାରୁ ଭାରତ ସରକାର ବଞ୍ଚାଇ ଥିଲେ । ଏହି ଅବସରରେ ବିଜେପି ପ୍ରଧାନ ରମଣ ପବ୍ଵୀ ଜଳନ୍ଧର ଫେରିଥିବା ସମସ୍ତଙ୍କୁ ସ୍ଵାଗତ କରି କହିଲେ, “୪୫୦ ପଞ୍ଜାବୀ ଫେରିବାରେ ମୁଖ୍ୟ ଭୂମିକା ଥିଲା ସୁଷମା ସ୍ଵରାଜ, ଶ୍ୱେତ ମଲିକ ଏବଂ ରାକେଶ ରାଠୋର । ଏହି ଅବସରରେ ରାଜୀବ ଢୀଙ୍ଗରା, ମନୀଶ ବିଜ, ସଂଜୀବ ମନୀ, କୁନାଲ ଗୋସ୍ଵାମୀ, ଅମିତ ଭାଟିଆ, ବାବୁ ଅରୋଡାଙ୍କ ଭଳି ଅନେକ ବିଜେପିର ନେତା ସେଠାରେ ଉପସ୍ଥିତ ଥିଲେ ।