ଯେଉଁ ପୁରୁଷମାନଙ୍କ ପାଖରେ ଏହି ୫ଟି ଗୁଣ ଥାଏ, ସେମାନଙ୍କ ସହ କେବେ ମଧ୍ୟ ଖୁସିରେ ରୁହନ୍ତି ନାହିଁ ସେମାନଙ୍କ ପତ୍ନୀମାନେ !

Spread the love

ଗୋଟିଏ ଝିଅ ଯେତେବେଳେ ବିବାହ କରି ସେ ତା’ର ବାପ ଘର ଛାଡି ଶଶୁର ଘରକୁ ଆସିଥାଏ; ସେତେବେଳେ ତାକୁ ଶଶୁର ଘରେ ନିଜକୁ ଖାପଖୁଆଇ ଚାଲିବ ସାମ୍ୟକ ଅସୁବିଧା ହୋଇଥାଏ । ଏଠି ତାଙ୍କୁ ପରିବାରର ଅନେକ ପ୍ରକାରର ଲୋକ ମିଳିଥାନ୍ତି । ଏମିତି ପରିସ୍ଥିତିରେ ସେ ସବୁ ସୁଖଦୁଃଖରେ ନିଜ ସ୍ଵାମୀର ସାହାର୍ଯ୍ୟ, ସହଯୋଗ ଓ ସ୍ନେହ ଲୋଡି ଥାଏ । କିନ୍ତୁ ତା’ର ସ୍ୱାମୀ ଯଦି ଜଣେ ଖରାପ ଲୋକ ହୋଇଥିବେ ଏବଂ ତାକୁ ସହଯୋଗ କରୁନଥିବ; ତେବେ ତା’ର ହୃଦୟ ଭାଙ୍ଗି ଯାଇଥାଏ । ଏମିତି ହିଁ ଆଜି ଆମେ ଆପଣଙ୍କୁ ପୁରୁଷମାନଙ୍କ କିଛି ଏମିତି ଅଭ୍ୟାସ ବିଷୟରେ କହିବୁ, ଯାହା ପାଇଁ ତାଙ୍କ ସ୍ତ୍ରୀମାନେ ଚିନ୍ତିତ ଏବଂ ଦୁଃଖୀ ରହନ୍ତି । ଯଦି ଆପଣଙ୍କ ପାଖରେ ମଧ୍ୟ ଏମିତି ଅଭ୍ୟାସ ରହିଛି, ତେବେ ଆଜି ହିଁ ଛାଡି ଦିଅନ୍ତୁ ! ନଚେତ ଆପଣଙ୍କ ବିବାହିତ ଜୀବନକୁ ନଷ୍ଟ କରିଦେବ ।

ପୁରୁଷ ମାନଙ୍କ ଏହି ଗୁଣ ଯୋଗୁଁ ପତ୍ନୀମାନେ ଚିନ୍ତିତ ରୁହନ୍ତି :

ବାରମ୍ବାର ଅବିଶ୍ୱାସ କରିବା :

ଅଧିକାଂଶ ପୁରୁଷମାନଙ୍କ ପାଖରେ ଅବିଶ୍ୱାସ ଭଳି ଗୋଟେ ପୋକ ଅବଶ୍ୟ ରହିଥାଏ । ଯଦି ତାଙ୍କ ପତ୍ନୀ ପୁରୁଣା ବନ୍ଧୁମାନଙ୍କ ସହ ହସି କରି କଥା ହୁଅନ୍ତି କିମ୍ବା ତାଙ୍କ ସାଙ୍ଗ ସହିତ କୁଆଡ଼େ ବୁଲିବାକୁ ଯାଆନ୍ତି, ତେବେ ତାଙ୍କ ମନ ଭୁଲ୍ ଧାରଣ ଆସିଥାଏ । ଏମାନେ ନିଜେ, ଅନ୍ୟର ସ୍ତ୍ରୀମାନଙ୍କୁ ଭୁଲ୍ ନଜରରେ ଦେଖନ୍ତି କିନ୍ତୁ ଯେତେବେଳେ ନିଜର ପତ୍ନୀ ପୁରୁଣା ବନ୍ଧୁଙ୍କ ସହ ଘନିଷ୍ଟର ସହ ବାର୍ତ୍ତାଳାପ କରେ, ତେବେ ସେମାନଙ୍କ ମଧ୍ୟରେ ଝଗଡା ଆରମ୍ବ ହୋଇଯାଏ । ତେଣୁ ନିଜ ସ୍ତ୍ରୀ ଉପରେ ଭରସା କରିବା ଶିଖନ୍ତୁ ଓ ଅବିଶ୍ୱାସର ପୋକକୁ ମନରୁ କାଢ଼ି ଫିଙ୍ଗି ଦିଅନ୍ତୁ ।

ବନ୍ଧନରେ ରଖିବା :

ଏହି ପ୍ରକାରର ପୋଷକ ପିନ୍ଧ ନାହିଁ, ସେଠିକୁ ଯାଅ ନାହିଁ, ସେଠାରେ ବୁଲ ନାହିଁ, ଚାକିରୀ କରି କଣ କରିବ ? ଘରେ ହିଁ ରୁହ । ଏମିତି କଥା ହେଉଥିବା ସ୍ୱାମୀମାନଙ୍କୁ ସ୍ତ୍ରୀମାନେ ନିଜ ମନରେ ମନରେ ହିଁ ଘୃଣା କରନ୍ତି । ସେ ଆପଣଙ୍କ ପତ୍ନୀ, କୌଣସି ପକ୍ଷୀ ନୁହେଁ ଯେ ଆପଣ ତାକୁ ପଞ୍ଜୁରୀରେ ବନ୍ଦ କରି ରଖିବେ । ତାଙ୍କୁ ସେ ସବୁର ସ୍ୱାଧୀନ ପାଇବାର ଅଧିକାର ଅଛି; ଯାହା ଘରର ପୁରୁଷ ମାନଙ୍କୁ ମିଳିଥାଏ । ତେଣୁ ଆପଣଙ୍କ ଚିନ୍ତାଧାରାକୁ ବଦଳାନ୍ତୁ ଏବଂ ପତ୍ନୀକୁ ସ୍ୱତନ୍ତ୍ର ଛାଡ଼ନ୍ତୁ । ଏହା ଦ୍ୱାରା ସେ ଆପଣଙ୍କୁ ଆହୁରି ଅଧିକ ସ୍ନମ୍ମାନ କରିବେ ।

ଦରକାରରୁ ଅଧିକ ବ୍ୟସ୍ତ ରହିବ :

ଅନେକଥର ପୁରୁଷମାନେ ନିଜ କାମରେ ଏତେ ବ୍ୟସ୍ତ ରହନ୍ତି ଯେ, ନିଜ ସ୍ତ୍ରୀଙ୍କ ସହିତ ସମୟ ବିତେଇ ପାରନ୍ତି ନାହିଁ । କାମ ତା ଜାଗାରେ ଏବଂ ଭଲ ପାଇବା ତା ଜାଗାରେ । ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ସମୟ ବାହାର କରି ସ୍ତ୍ରୀଙ୍କ ସହିତ ରୁହନ୍ତୁ । ତାଙ୍କୁ ବାହାରକୁ ବୁଲେଇ ନିଅନ୍ତୁ । ଯଦି ହୁଏତ ଛୁଟି ଦିନରେ ବାହାରକୁ ବୁଲେଇ ନିଅନ୍ତୁ । ଟିକେ ମୋନରଞ୍ଜନ କରନ୍ତୁ । ଯେଉଁ ପୁରୁଷମାନେ ଏହା ସବୁ କରନ୍ତି ନାହିଁ; ତାଙ୍କ ସମ୍ପର୍କ ଆସ୍ତେ ଆସ୍ତେ ଦୁର୍ବଳ ହୋଇଯାଏ ।

ସ୍ତ୍ରୀଙ୍କୁ ପିଟିବା :

ମହିଳା ମାନଙ୍କ ଉପରକୁ ହାତ ଉଠାଉଥିବା ବ୍ୟକ୍ତିଙ୍କୁ ପୁରୁଷ ନୁହେଁ କାପୁରୁଷ କୁହାଯାଏ । ଯିଏ ନିଜ ସ୍ତ୍ରୀକୁ ଡରେଇ ଧମକେଇ ମାରପିଟ କରିଥାଏ, ସେମାନେ ସବୁବେଳେ ତାଙ୍କ ସ୍ତ୍ରୀଙ୍କ ନଜରରେ ଖରାପ ହୋଇଥାନ୍ତି । ଏମିତି ଲୋକଙ୍କ ସହିତ ମହିଳାମାନେ ବେଶି ଦିନ ରହିପାରନ୍ତି ନାହିଁ । ସେମାନେ ମନେ ମନେ ତାଙ୍କୁ ଛାଡ଼ିବା ପାଇଁ ଚେଷ୍ଟା କରନ୍ତି । ତେଣୁ ଏମିତି ଅଭ୍ୟାସ ତୁରନ୍ତ ଛାଡି ଦିଅନ୍ତୁ ।

ଅତ୍ୟାଧିକ ନିଶା କରିବା :

ଯେଉଁ ପୁରୁଷ ମାନେ ସବୁବେଳେ ନିଶାରେ ରହନ୍ତି ଏବଂ ଘରର ପ୍ରତି କମ ଧ୍ୟାନ ଦିଅନ୍ତି, ଏମିତି ପୁରୁଷ ମାନଙ୍କ ସହ ପତ୍ନୀମାନେ ବେଶି ଦିନ ରହନ୍ତି ନାହିଁ । ଏହି ନିଶା ଅଭ୍ୟାସ, ପରିବାରକୁ ଛାରଖାର କରିଦିଏ । ତେଣୁ ଏହି ଅଭ୍ୟାସ ଛାଡ଼ନ୍ତୁ; ନଚେତ ଅଳ୍ପ ମାତ୍ରାରେ ନିଶା ବ୍ୟବହାର କରନ୍ତୁ, ଯେମିତି କାହାର କିଛି ଅସୁବିଧା ହେବ ନାହିଁ ।