ପ୍ରେମିକା ସହ ପ୍ରେମ ବିଛେଦ ହେବା ପରେ ପାଗଳ ହୋଇ ଭାଇ, ଭଉଣୀର ଇଜ୍ଜତ ଲୁଟି ନେଇଥିଲା ।

Spread the love

ଏହାପରେ ପିଡିତା ଅମନକୁ ନିଜ ଘରୁ ଚାଲିଯିବା ପାଇଁ କହିଥିଲା କିନ୍ତୁ ସେ ସେଠାରୁ ଯାଇନଥିଲା । ଭୟଭୀତ ଝିଅ ଘଟଣା ପରେ ନିଜେ ହିଁ ଘରୁ ବାହାରି ଆସିଥିଲା ।

ମନୁଷ୍ୟତାକୁ ଲଜ୍ଜ୍ୟାନିତ କରିବା ଭଳି ଏକ ଘଟଣା ଶୁଣିବା ପରେ ପ୍ରତିଟି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ବ୍ୟକ୍ତି ବାନ୍ଧବୀଙ୍କ ସହ ପ୍ରେମ ବିଛେଦ ହେବା ପରେ ସଂପର୍କର ପରିଭାଷା ବଦଳାଇ ଦେଇଥିଲା । ଏହି ଘଟଣା ଗୁଜୁରାଟର ରାଜଧାନୀ ଅହମଦାବାଡ଼ର ଅଟେ । ଏଠାରେ ପୋଲିସ ୧୯ ବର୍ଷୀୟ ଜଣେ ଯୁବକ ଅମନ ଉପାଧୟକୁ ଗିରଫ କରିଛି । ଅମନ ଉପାଧୟ ଉପରେ ଆରୋପ ଲାଗିଛି ଯେ, ସେ ନିଜର ଦୂର ସମ୍ପର୍କୀୟ ଭଉଣୀ ସହ ଦୁଷ୍କର୍ମ କରିଛି । ସୂଚନା ଅନୁସାରେ ଅମନ ଉପାଧୟ ପୀଡ଼ିତାକୁ ନିଜର ଭଉଣୀ ମାନୁଥିଲା ଏବଂ ଅନେକ ଥର ସେ ପୀଡ଼ିତା ହାତରୁ ରାକ୍ଷୀ ମଧ୍ୟ ବାନ୍ଧିଛି ।

କିଛି ଦିନ ପୂର୍ବରୁ ଅମନର ନିଜ ବାନ୍ଧବୀ ସହ ପ୍ରେମ ବିଛେଦ ହୋଇଥିଲା । ବାନ୍ଧବୀଙ୍କ ସହ ପ୍ରେମ ବିଛେଦ ହେବା ପରେ ଅମନ ମାନସିକ ରୂପରେ ଚିନ୍ତିତ ରହୁଥିଲା ।ଅମନ ନିଜର ପ୍ରେମ ବିଛେଦର କାରଣ ନିଜ ଭଉଣୀକୁ ଭାବୁଥିଲା । ସୂଚନା ଅନୁସାରେ ୨୫ ଜୁନ ୨୦୧୯ରେ ଯୁବତୀ ଜଣଙ୍କ ନିଜ ଭାଇ ଅମନକୁ ନିଜ ଘରକୁ ଡାକିଥିଲା । କାରଣ ଭାଇର ସନ୍ଧେହ ଦୂର କରିପାରିବ । ସେହି ସମୟରେ ପୀଡ଼ିତାର ପରିଜନ ଘରେ ନଥିଲେ ।

ପୀଡ଼ିତାଙ୍କ ଅନୁସାରେ ଘରକୁ ଆସିବା ପରେ ଅମନ ବହୁତ କ୍ରୋଧିତ ଥିଲା । ସେ ଘରକୁ ଆସିବା ପରେ ପୀଡ଼ିତାକୁ ମାରିବା ଆରମ୍ଭ କରି ଦେଇଥିଲା । ତାର ବାଲ ଟାଣି କଥିତ ସେକ୍ସ କରିବା ପାଇଁ ବାଧ୍ୟ କରିଥିଲା । ପୀଡ଼ିତା କହିବା ଅନୁସାରେ ଅମନ ତାକୁ ତଳେ ପକାଇ ଦେଇଥିଲା ଏବଂ ତା’ ସହ ଧର୍ଷଣ କରିଥିଲା । ଏହା ପରେ ପିଡିତା ଅମନକୁ ଘରରୁ ଚାଲି ଯିବା ପାଇଁ କହିଥିଲା କିନ୍ତୁ ଅମନ ସେଠାରୁ ଯାଇନଥିଲା । ଭୟଭିତ ଝିଅ ଘଟଣା ପରେ ନିଜେ ଘରୁ ବାହାରି ଯାଇଥିଲା ।

ଝିଅଟି ବଡାଜ ଥାନାରେ ଅମନ ବିରୁଦ୍ଧରେ ରିପୋର୍ଟ କରିଥିଲା । ପିଡିତା ଝିଅ ଅନୁସାରେ ଅମନ ସହ ତାର ବନ୍ଧୁତା ଦଶମ ଶ୍ରେଣୀରୁ ଥିଲା । ଅମନ ପ୍ରଥମରୁ ମଧ୍ୟ ଅନେକ ଥର ଝିଅଟି ଘରକୁ ଆସିଥିଲା ଏବଂ ଝିଅଟି ତାକୁ ରାକ୍ଷୀ ବାନ୍ଧୁଥିଲା । ଅମନ ନାରଣପୁରାର ବାସିନ୍ଦା ଅଟେ । ବିଗତ ରବିବାର ମାନେ ୨୬ ଜୁନ ୨୦୧୯ରେ ପୋଲିସ ଅମନକୁ ଗିରଫ କରିନେଇଛି । ଏହି ଘଟଣାରେ ପୋଲିସ ବର୍ତ୍ତମାନ ଯାଞ୍ଚ ଆରମ୍ଭ କରିଛି ।