ଏହି ବ୍ୟକ୍ତି ଜଣକ ୨୫୬ ବର୍ଷ ଜୀବିତ ରହିଥିଲେ । ୨୦୦ ଜଣ ପିଲାଙ୍କ ବାପା, ଜୀବନ ଚର୍ଯ୍ୟା କିଛି ଭିନ୍ନ ଧରଣର ଥିଲା । ଜାଣନ୍ତୁ ଘଟଣା ।

Spread the love

ଯେତେବେଳେ ଆପଣଙ୍କର ମନରେ ପ୍ରଶ୍ନ ଉଙ୍କିମାରେ ଯେ କୌଣସି ବ୍ୟକ୍ତି ସାଧାରଣ ଭାବରେ କେତେ ବର୍ଷ ବଞ୍ଚି ପାରିବ; ତାହା ହେଲେ ଉତ୍ତର ହେବ ୧୦୦ କିମ୍ବା ୧୨୦ ବର୍ଷ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ ଯେଉଁ ବ୍ୟକ୍ତି ୨୫୩ ବର୍ଷ ବଞ୍ଚି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ହଁ, ଏହା ସତ୍ୟ ଅଟେ ଏହି ବ୍ୟକ୍ତିଙ୍କ ନାଆ ହେଉଛି ଚିଙ୍ଗ ୟୁଏ । ଐତିହାସିକ ମାନଙ୍କ ମତ ଅନୁସାରେ ଚିଙ୍ଗ ୩ ମଇ ୧୬୭୭ ମସିହାରେ ଚୀନର କିଜିୟାଙ୍ଗ ଜିଲ୍ଲାରେ ଜନ୍ମ କରିଥିଲେ ।

୨୦୦ ବର୍ଷ ପୂର୍ତ୍ତି ଅବସରରେ ଶୁଭକାମନା ଜଣାଇଥିଲେ :

ସେଠାରେ ବହୁତ ଲୋକ କହିଛନ୍ତି; ଚିଙ୍ଗ ୧୭୩୬ ମସିହାରେ ଜନ୍ମ ହୋଇଥିଲେ । ଲି ଚିଙ୍ଗ ୟୁଏଙ୍କର ମୃତ୍ୟୁ ୬ ମଇ ୧୯୩୩ରେ ହୋଇଥିଲା । ୧୯୨୮ ମସିହାରେ ନିଉୟର୍କ ଟାଇମସ୍ ଅନୁସାରେ ଲି ଚିଙ୍ଗଙ୍କର ପଡିଶାରେ ରହୁଥିବା କିଛି ବୟସ୍କ ବ୍ୟକ୍ତିଙ୍କର କହିବ ଅନୁସାରେ- ଯେତେବେଳେ ସେମାନଙ୍କର ଜେଜେ ବାପାମାନେ ପିଲା ଥିଲେ, ଲି ଚିଙ୍ଗଙ୍କୁ ସେମାନେ ଜାଣିଥିଲେ । ୧୯୩୦ରେ ପ୍ରକାଶିତ ଗୋଟିଏ ଖବର କାଗଜ ଅନୁସାରେ ଚୀନର ଚେଙ୍ଗୁଡୁ ୟୁନିଭରର୍ସିଟିର ପ୍ରୋଫେସର ବୁ-ଚୁଙ୍ଗ ଚିଏହ ୧୮୨୭ ମସିହାରେ ଲି ଚିଙ୍ଗ୍ ଙ୍କୁ ତାଙ୍କର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଓ ୧୮୭୭ ମସିହାରେ ୨୦୦ ବର୍ଷ ପୂର୍ତ୍ତି ଅବସରରେ ଶୁଭକାମନା ଜଣାଇଥିଲେ ।

ଲି ଚିଙ୍ଗଙ୍କର ୨୦୦ରୁ ଅଧିକ ଛୁଆ ଅଛନ୍ତି :

କୁହାଯାଉଛି ଲି ଚିଙ୍ଗ ପ୍ରଖ୍ୟାତ ଚାଇନୀଜ ହର୍ବଲିଷ୍ଟ ମାର୍ସଲ ଆର୍ଟିସ୍ଟ ଓ ଉପଦେଶକ ଥିଲେ; ଯାହାଙ୍କୁ ବହୁତ ବର୍ଷ ବଞ୍ଚି ରହିବାର ସୌଭାଗ୍ୟ ମିଳିଛି । କୁହାଯାଉଛି ଲି ଚିଙ୍ଗ ୧୦ ବର୍ଷ ବୟସରୁ ହରବଲ ମେଡିସିନର ବ୍ୟବସାୟ ଆରମ୍ଭ କରି ସାରିଥିଲେ । ସେ ହରବଲ ମେଡିସିନ ସହ ମାର୍ସାଲ ଆର୍ଟସର ମହାରଥ ହାସଲ କରିସାରିଥିଲେ । କହିବାକୁ ଚାହୁଁଛୁ ଯେ, ଲି ଚିଙ୍ଗ ୭୧ ବର୍ଷ ବୟସରେ ମାର୍ସାଲ ଆର୍ଟ ଟ୍ରେନର ହିସାବରେ ଚୀନର ସେନାରେ ଯୋଗ ଦେଇଥିଲେ । ଲି ଚିଙ୍ଗ ୨୪ ଜଣଙ୍କୁ ବିବାହ କରିଥିଲେ ଓ ପରେ ସେ ୨୦୦ ଜଣ ଛୁଆଙ୍କର ପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । କୁହାଯାଉଛି; ଲି ଚିଙ୍ଗ ନିଜ ଜୀବନ କାଳର ୧୦୦ ବର୍ଷ ଭିତରେ ଲିଗଜି, ଗୋଜି ବେରି, ବୁ ଓ ଗୋଡୁ କୋଲା ଭଳି ଜଡିବୁଟି ସଂଗ୍ରହ କରି ବିକି ଥିଲେ ।

କହିବାକୁ ଚାହୁଁଛୁ ନିଜ ଜୀବନର ୪୦ ବର୍ଷ ପର୍ଯ୍ୟନ୍ତ କେବଳ ଜଡିବୁଟିକୁ ନିଜ ବୃତ୍ତି କରି ଜୀବନ ବିତାଇଥିଲେ । ସେ ବିଭିନ୍ନ ଜଡିବୁଟି ସହ ଚାଉଳରେ ତିଆରି ମଦ ନିଜ ଖାଦ୍ୟ ରୂପରେ ଗ୍ରହଣ କରୁଥିଲେ । ଲି ଚିଙ୍ଗ୍ ଲାମ୍ବା ଜୀବନ ପାଇଁ ଲାମ୍ବା ନିଦ ଅଟେ ବୋଲି ମତ ରହିଛି । ସେ ବହୁତ ସମୟ ଶୋଊଥିଲେ ।

ସେ କଇଁଛ ପରି ବିଶ୍ରାମ ନେଉଥିଲେ । ନିଜ ହୃଦୟକୁ ବହୁତ ଶାନ୍ତ ରଖୁଥିଲେ । ଏହା ସହ ନିଜ ଖାଦ୍ୟ ଓ ବ୍ୟାୟମ ଉପରେ ବହୁତ ଧ୍ୟାନ ଦେଉଥିଲେ । ନିଜକୁ ମନକୁ ସ୍ଥିର ରଖିବା ଓ ଶାନ୍ତ ରଖିବା ଦ୍ୱାରା ହିଁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଂଚିବା ସମ୍ଭବ ବୋଲି ଲି ଚିଙ୍ଗ ମତ ଦେଇଥିଲେ, ଓ ତାହା ସେ ନିଜ ଜୀବନଚର୍ଯ୍ୟାରେ ପାଳନ କରି ଆସୁଥିଲେ ।