ଲକଡାଉନ ସରକାର ବିକ୍ରୀ କରୁଛନ୍ତି ଶସ୍ତା ସୁନା , ମଇ ୧୫ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ସୁଯୋଗ ରହିଛି :-

Spread the love

ଦେଶରେ ଲକଡାଉନର ତୃତୀୟ ପର୍ଯ୍ୟାୟର ଶେଷ ତାରିଖ ମଇ ୧୭ ନିର୍ଦ୍ଧାରିତ କରାଯାଇଛି । ଲକଡାଉନରେ ଦୋକାନ ବନ୍ଦ ହେବା କାରଣରୁ ଲୋକଙ୍କୁ ଗହଣା କିଣିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡୁଛି । ଏହି କାରଣ ଅଟେ ଯେ ଅପ୍ରେଲ ୨୬ ଅକ୍ଷୟ ତୃତୀୟା ଉପଲକ୍ଷେ ଲୋକମାନେ କିଛି ସପିଙ୍ଗ କରିପାରି ନାହାଁନ୍ତି ଯେଉଁଠି ଏହିଦିନ ସୁନା କିଣିବାକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ଵାସ କରାଯାଏ ।

ଏହି ଲକଡାଉନରେ କେନ୍ଦ୍ର ସରକାରଙ୍କ ଏକ ଯୋଜନା ଅନୁଯାୟୀ ଆପଣ ଶସ୍ତା ମୂଲ୍ୟରେ ସୁନା କିଣିପାରିବେ । ମାତ୍ର ଏହି ସୁନାକୁ ବଣ୍ଡ ଅନୁସାରେ ମଧ୍ୟ କିଣାଯାଇ ପାରିବ । ଅର୍ଥାତ ଏହିକି ଯେ ଏହାକୁ ଗହଣା ଭଳି ପିନ୍ଧି ପାରିବେ ନାହିଁ । ଏଭଳି ଭାବି ନିଅନ୍ତୁ ଯେ ଏହା ଏକ ପ୍ରକାରର ନିବେଶ ଅଟେ ।

Google

ସୁନାର ଦାମ :-

କେନ୍ଦ୍ରସରକାରଙ୍କ ସୋବରେନ ବଣ୍ଡ ଯୋଜନା ଅନୁଯାୟୀ ସୁନାର ଦାମକୁ ୪,୫୯୦ ଟଙ୍କା ପ୍ରତି ଗ୍ରାମ୍ କରାଯାଇଛି । ଏହା ବ୍ୟତୀତ ଡିଜିଟାଲ ମାଧ୍ୟମରେ ମୂଲ୍ୟ ଦେଉଥିବା ନିବେଶଙ୍କୁ ଏହାର ମୂଲ୍ୟରେ ୫୦ ଟଙ୍କା ପ୍ରତି ଗ୍ରାମ ରେ ଛାଡ଼ ମିଳିବ ।

Google

ଏପରି ନିବେଶକଙ୍କ ପାଇଁ ସୁନାର ଦାମ ୪,୫୪୦ ପ୍ରତି ଗ୍ରାମ ହେବ । ଏହି ମୂଲ୍ୟ ରିଜର୍ବ ବ୍ୟାଙ୍କ ନିର୍ଦ୍ଧାରିତ କରିଥାଏ । ସୁନାକୁ ବଣ୍ଡ ଅନୁସାରେ ମଧ୍ୟ କ୍ରୟ କରାଯାଇପାରିବ ।

ଏହା ବ୍ୟତୀତ ଅତି କମରେ ଏକ ଗ୍ରାମ ସୁନା କିଣିବାକୁ ପଡ଼ିବ । ଏହି ଯୋଜନା ଅନୁଯାୟୀ ମଇ ୧୧ ଠାରୁ ମଇ ୧୫ , ୨୦୨୦ ପର୍ଯ୍ୟନ୍ତ କିଣିପାରିବେ ।

ରିଜର୍ଭ ବ୍ୟାଙ୍କ ବିଗତ ମାସରେ କହିଥିଲେ ସରକାର ଆଗାମୀ ୬ ମାସ ମଧ୍ୟରେ ୬ ଥର ସୋବରେନ ଗୋଲଡ଼ ବଣ୍ଡ ଜାରୀ କରିବାର ନିଷ୍ପତ୍ତି ନେଇଛି ।

Google

ଏହାର ଅର୍ଥ ଏହିକି ଯେ ଆପଣ ଅପ୍ରେଲ ଠାରୁ ସେପ୍ଟେମ୍ବର ମଧ୍ୟରେ ୬ ଥର ଗୋଲଡ଼ ସୋବରନ ବଣ୍ଡରେ ପଇସା ଲଗାଇ ପାରିବେ । ଆରବିଆଇ ପ୍ରତି ମାସରେ ଏହି ବଣ୍ଡର ନୂତନ ମୂଲ୍ୟ ଘୋଷଣା କରିବ ।

ଗୋଲଡ଼ ବଣ୍ଡରେ କିପରି ନିବେଶ କରିବେ :-

Google

ଗୋଲଡ଼ ବଣ୍ଡର ବିକ୍ରୀ ବ୍ୟାଙ୍କ, ଡାକଘର, ଏନ.ଏସ.ଇ ଏବଂ ବି.ଏସ.ଇ ବ୍ୟତୀତ ଷ୍ଟକ ହୋଲଡିଂ କିର୍ପୋରେସନ ଅଫ ଣ୍ଡିଆ ଲିମିଟେଡ଼ ଜରିଆରେ ହୋଇଥାଏ । ଏହି ସ୍କିମର ଲକ୍ଷ୍ୟ ହେଉଛି ସୁନାର ଡିମାଣ୍ଡ କୁ କମ କରିବା ଅଟେ ।