“ୟେ ରିସ୍ତା କ୍ୟା କହଲାତା ହେ”ର ଛୋଟ ନାୟରା ବର୍ତ୍ତମାନ ହୋଇଯାଇଛନ୍ତି ବଡ଼ ଏବଂ ଭାରି ସୁନ୍ଦରୀ ଦେଖାଯାଉଛନ୍ତି ।

Spread the love

ସମ୍ପର୍କର ମହତ୍ତ୍ୱକୁ ଦର୍ଶାଉଥିବା ଷ୍ଟାର ପ୍ଳସର ପ୍ରସିଦ୍ଧ ଏବଂ ଲୋକପ୍ରିୟ ଧାରାବାହିକ “ୟେ ରିସ୍ତା କ୍ୟା କହଲାତା ହେ” ଗତ କିଛି ବର୍ଷରୁ ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି । ଏହି ଧାରାବାହିକର ମୁଖ୍ୟ ଚରିତ୍ରରେ ଅକ୍ଷଶରା ଏବଂ ନୈତିକଙ୍କ ଝିଅ ନାୟରାଙ୍କ ଚରିତ୍ରରେ ହିଁ ବର୍ତ୍ତମାନ କାହାଣୀ ଚାଲୁଅଛି । ନାୟରାଙ୍କ ଚରିତ୍ରରେ ବର୍ତ୍ତମାନ ଶିବାଙ୍ଗୀ ଯୋଶୀ ଅଭିନୟ କରୁଛନ୍ତି କିନ୍ତୁ ତାଙ୍କ ପୂର୍ବରୁ ଏହି ଧାରାବାହିକରେ ଯିଏ ଛୋଟ ନାୟରାର ଚରିତ୍ରରେ ଅଭିନୟ କରୁଥିଲେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ ଅବଗତ କରାଇବୁ । ‘ୟେ ରିସ୍ତା କ୍ୟା କହଲାତା ହେ’ରେ ଅକ୍ଷଶରା ଏବଂ ନୈତିକଙ୍କ ଝିଅ ନାୟରାଙ୍କ ଚରିତ୍ରରେ ଯେଉଁ ଛୋଟ ଝିଅ ଅଭିନୟ କରୁଥିଲେ, ବର୍ତ୍ତମାନ ସେ ବହୁତ ବଡ଼ ହୋଇସାରିଛନ୍ତି ଏବଂ ବହୁତ ସୁନ୍ଦରୀ ମଧ୍ୟ । ତେବେ ବିଳମ୍ବ ନକରି ଆସନ୍ତୁ ଜାଣିବା ଛୋଟରୁ ବଡ଼ ହୋଇ ସାରିଥିବା ନାୟରାଙ୍କ ବିଷୟରେ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗତ ଆଠ ବର୍ଷରୁ ଷ୍ଟାର ପ୍ଲସରେ ଆସୁଥିବା ଏହି ପ୍ରସିଦ୍ଧ ଧାରାବାହିକ “ୟେ ରିସ୍ତା କ୍ୟା କହଲାତା ହେ”ର କାହାଣୀ ଗୋଟିଏ ଯୌଥ ପରିବାର ରହୁଥିବା ସମ୍ପର୍କର ଅବସ୍ଥା ଏବଂ ପରିସ୍ଥିତିକୁ ଦର୍ଶାଇଥାଏ । ଏହି ଧାରାବାହିକରେ ମୁଖ୍ୟ ଚରିତ୍ରରେ ଅକ୍ଷଶରା ଏବଂ ନୈତିକ ଅଭିନୟ କରୁଥିଲେ ଏବଂ ସମସ୍ତ କାହାଣୀ ଏହି ଦୁଇଜଣଙ୍କ ଚାରିପାର୍ଶ୍ୱରେ ହିଁ ଚାଲୁଥିଲା । ଜଣାଇଦେଉଛୁ ଯେ, ଷ୍ଟାର ପ୍ଲସର ପ୍ରସିଦ୍ଧ ଧାରାବାହିକରେ ଅକ୍ଷଶରାର ଭୂମିକାରେ ହିନା ଖାନ୍ ଅଭିନୟ କରୁଥିଲେ ଏବଂ ନୈତିକଙ୍କ ଭୂମିକାରେ ଅନୁଜ ଅଭିନୟ କରୁଥିଲେ । ଯଦିଓ ବର୍ତ୍ତମାନ ଏହି ଦୁଇଜଣ ଏହି ଧାରାବାହିକକୁ ଛାଡି ସାରିଛନ୍ତି । ଶୋ’ରେ ଅକ୍ଷଶରାର ଭୂମିକାରେ ଅଭିନୟ କରୁଥିବା ହିନା ଖାନଙ୍କ ଯିବା ପରେ ଶୋ’ର ସମସ୍ତ କେନ୍ଦ୍ରବିନ୍ଦୁ ବର୍ତ୍ତମାନ ଅକ୍ଷଶରାଙ୍କ ଝିଅ ନାୟରା ଆଡ଼କୁ ରହିଛି କିନ୍ତୁ ଆଜି ଆମେ ଆପଣମାନଙ୍କୁ ବଡ଼ ନାୟରା ବିଷୟରେ ନୁହେଁ ବରଂ ଛୋଟ ନାୟରା ବିଷୟରେ ଜଣାଇବାକୁ ଯାଉଛୁ; ଯାହାର ଭୂମିକା ଅଂଶୁର କୌର ନିଭାଇଥିଲେ । ଏହି ଧାରାବାହିକରେ କ୍ୟୁଟ ଏବଂ ସୁଇଟ ଛୋଟ ନାୟରାଙ୍କ ରୂପରେ ନଜର ଆସୁଥିବା ଅଂଶୁର କୌର ପ୍ରକୃତରେ ବର୍ତ୍ତମାନ ବହୁତ ବଡ଼ ହୋଇ ସାରିଛନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଧାରାବାହିକ “ୟେ ରିସ୍ତା କ୍ୟା କହଲାତା ହେ” ଛୋଟ ନାୟରାଙ୍କ ଭୂମିକାରେ ଅଂଶୁର କୌରଙ୍କ ଜନ୍ମ ମଇ ମାସ ୨୦ ତାରିଖ, ଦିଲ୍ଲୀରେ ହୋଇଥିଲା । ଷ୍ଟାର ପ୍ଲସର ଏହି ଧାରାବାହିକରେ କାମ କରିବା ପୂର୍ବରୁ ଅଂଶୁର “କ୍ୟୁ କି ଶାଶ ଭି କଭି ବୋହୂ ଥି” ଏବଂ “କହାନୀ ଘର ଘର କି”ରେ ମଧ୍ୟ ନଜର ଆସିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅଂଶୁର ଜିଟିଭିର ପ୍ରସିଦ୍ଧ ଧାରାବାହିକ “ଝାଂସି କି ରାନୀ”ରେ ମଧ୍ୟ ଗୋଟିଏ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ଯାହାଙ୍କୁ ବହୁତ ପ୍ରଶଂସା ମଧ୍ୟ କରାଯାଇଥିଲା ।

୨୦୦୪ରେ ଜନ୍ମ ଗ୍ରହଣ କରିଥିବା ଅଂଶୁର କୌର ବର୍ତ୍ତମାନ ୧୪ ବର୍ଷ ବୟସରେ ହିଁ କୌଣସି ଅଭିନେତ୍ରୀ ଠାରୁ କମ ନୁହଁନ୍ତି । ଗୋଟିଏ ଛୋଟ ଝିଅରୁ ବର୍ତ୍ତମାନ ସେ ବହୁତ ଷ୍ଟାଇଲିସ ଏବଂ ସୁନ୍ଦରୀ ଟିନେଜର ବା କିଶୋରୀ ହୋଇସାରିଛନ୍ତି । ଅଂଶୁରଙ୍କ ସ୍ୱପ୍ନ ଆଜି ମଧ୍ୟ ଗୋଟିଏ ସଫଳ ଅଭିନେତ୍ରୀ ହେବା ଅଟେ କିନ୍ତୁ ବର୍ତ୍ତମାନ ତାଙ୍କର ଘର ଲୋକେ ଚାହଁନ୍ତି ଯେ, ସେ ପ୍ରଥମେ ନିଜର ଶିକ୍ଷା ପୂରଣ କରନ୍ତୁ । ତା’ପରେ ହିଁ ନିଜର ଅଭିନୟ ଜୀବନ ବିଷୟରେ ଚିନ୍ତା କରିବେ । ଜଣାଇ ଦେଉଛୁ ଯେ, ଅଂଶୁର କୌରକୁ ବେଷ୍ଟ ଚାଇଲଡ଼ ଆକ୍ଟର ବା ସର୍ବଶ୍ରେଷ୍ଠ ଶିଶୁ କଳାକାର ଭାବେ ଇଣ୍ଡିଆନ ଟେଲିଭିଜନ ପୁରସ୍କାର ମଧ୍ୟ ମିଳି ସାରିଛି । ଏହା କହିବା ଭୁଲ ହେବ ନାହିଁ ଯେ, ଅଗମୀ ସମୟରେ ଅଂଶୁର ଗୋଟିଏ ସଫଳ ଅଭିନେତ୍ରୀ ଭାବେ ଦୁନିଆ ସମ୍ମୁଖକୁ ନିଶ୍ଚିତ ଆସିବେ ।

ଦେଖନ୍ତୁ କିଛି ଫୋଟ :