ସମ୍ୟକ ଅବହେଳା ଯୋଗୁଁ ଚାଲିଗଲା ଏକ ଛୋଟ ଝିଅର ଜୀବନ । ଏହିପରି ଭୁଲ୍ କରନ୍ତୁ ନାହିଁ ଆପଣ ।

Spread the love

ଚିତୋରଗଡ଼ ଜିଲ୍ଲା : ଚିତୋରଗଡ଼ ଜିଲ୍ଲାର ନିମ୍ବାହେଡାରେ ସୋମବାର ସକାଳେ ମହେଶ ନଗର ସ୍ଥିତ ଅନିଲ ତୋଷନିବାଳର ଘରେ ୨ ବର୍ଷ ବୟସର ଏକ ଝିଅ ଥିଲା, ନାମ ଥିଲା ସନ୍ଧ୍ୟା । ଆଖି ସାମ୍ନାରେ ଖେଳୁଥିବା ଝିଅଟି କିଛି ସମୟ ମଧ୍ୟରେ ଗାଏବ ହୋଇ ଯାଇଥିଲା । ପୁରା ପରିବାର ଘରେ ବାହାରେ ଖୋଜିବାରେ ଲାଗିପଡିଲେ । କିନ୍ତୁ ସନ୍ଧ୍ୟା ମିଳି ନ ଥିଲା, ଫଳରେ ଘର ଲୋକଙ୍କ ଚିନ୍ତା ବଢି ଯାଇଥିଲା । ଠିକ ସେତିକି ବେଳେ ଜଣେ ବ୍ୟକ୍ତିର ନଜର ପଡିଲା ବାହାରର ଥିବା ଟ୍ୟାଙ୍କ ଉପରେ, ଲୋକଟି ଯେତେବେଳେ ଟ୍ୟାଙ୍କ ପାଖକୁ ଯାଇଦେଖିଲ, ସେତେବେଳେ ଜଣା ପଡିଥିଲା ଝିଅଟିର ଶବ ପାଣିରେ ଭାସୁଛି ! ଘଟଣା ଜାଣିବା ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ମାଆଙ୍କ ମୂର୍ଚ୍ଛା ଚାଲି ଯାଇଥିଲା ଓ ପିତା କାନ୍ଦିବା ଆରମ୍ଭ କରିଥିଲେ । ସନ୍ଧ୍ୟା ଖେଳି ଖେଳି ଟାଙ୍କିରେ ପଡି ପାଣିରେ ବୁଡି ଯାଇଥିଲା ଫଳରେ ତାର ମୃତ୍ୟୁ ହୋଇ ଯାଇଥିଲା ।

ସନ୍ଧ୍ୟା ପାଣିରେ ବୁଡି ଯାଇଥିବା ଖବର ଶୁଣିବା ପରେ ଜେଜେ କୈଳାସ ତୋଷନିବାଳ ସ୍ତବ୍ଧ ହୋଇ ଯାଇଥିଲେ । ସନ୍ଧ୍ୟାର ମାଆ କଞ୍ଚାନ ଦେବୀ ଏହି ଘଟଣା ଦେଖିବା ପରେ ଚମକି ପଡି ମୂର୍ଚ୍ଛା ହୋଇ ପଡିଥିଲେ । ପଡୋଶୀ ଓ ପରିଜନମାନେ ଟ୍ୟାଙ୍କରୁ ସଂଧ୍ୟାକୁ ବାହାର କରିଥିଲେ ଏବଂ ରାଜକୀୟ ଡାକ୍ତରଖାନା ନେଇ ଯାଇଥିଲେ ।ସେଠାରେ ଡାକ୍ତର ଯାଞ୍ଚ କରି ସନ୍ଧ୍ୟାକୁ ମୃତ ଘୋଷିତ କରିଥିଲେ । ପରିଜନ ପୋଷ୍ଟମଟମ ପାଇଁ ମନା କରିଥିଲେ ଓ ଶବକୁ ଘରକୁ ନେଇ ଯାଇଥିଲେ । ପରେ ଶବର ଅନ୍ତିମ ସଂସ୍କାର କରାଯାଇଥିଲା ।

ଚାରି ଭାଇଙ୍କ ମଧ୍ୟରେ ଜଣେ ଝିଅ ଥିଲା ସନ୍ଧ୍ୟା :

ପରିବାରର ମୁଖିଆ କୈଳାସ ତୋଷନିବାଳର ଦୁଇ ଜଣ ପୁଅ ମୁକେଶ ଓ ଅନିଲ । ବଡ ପୁଅ ମୁକେଶ ବ୍ୟବସାୟ ପାଇଁ ବାହାରେ ରହୁଥିଲେ । ମୁକେଶର ଦୁଇ ପୁଅ ଓ ଅନିଲର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ । ଏହି ପ୍ରକାରରେ ଚାରି ଭାଇ ଭଉଣୀଙ୍କ ମଧ୍ୟରେ ସନ୍ଧ୍ୟା ଗୋଟିଏ ଝିଅ ଥିଲା ଓ ସମସ୍ତଙ୍କର ଗେଲ୍ଲା ଝିଅ ଥିଲା ।ସୋମବାର ଦିନ ଏକ ଛୋଟ ଭୁଲ ପାଇଁ ତୋଷନିବାଳ ପରିବାରରେ ଦୁଃଖର କଳା ବାଦଲ ଲୋଟି ଯାଇଥିଲା ।

ଏକ ଘଣ୍ଟା ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲା :

କିଛି ସମୟ ପୂର୍ବରୁ ଆଖି ସାମ୍ନାରେ ଖେଳୁଥିଲା କିନ୍ତୁ ପରେ କେଉଁଆଡ଼େ ଗାଏବ ହୋଇ ଯାଇଥିଲା । ପରିବାର ଲୋକେ କଣ ଅନୁକୋଣ ଖୋଜି ଚାଲିଥିଲେ । ପରିବାର ଲୋକେ ଭାବିଥିଲେ କାଳେ କେହି ସନ୍ଧ୍ୟାକୁ ଖେଳେଇବା ପାଇଁ ନେଇ ଯାଇଥିବେ । କିନ୍ତୁ କାହାର ମଧ୍ୟ ନଜର ପାଣି ଟ୍ୟାଙ୍କି ଉପରେ ପଡି ନଥିଲା ।

ଘରେ ପାଣି ଟ୍ୟାଙ୍କି ଥିଲେ, ଏହି ଜିନିଷ ଗୁଡିକ ପ୍ରତି ଧ୍ୟାନ ରଖିବା ଜରୁରୀ :

1. ଘରର ପାଣି ଟ୍ୟାଙ୍କିର ଢାଙ୍କୁଣୀ ସର୍ବଦା ବନ୍ଦ ରଖନ୍ତୁ ।

2. ପାଣି ଭର୍ତି କରିବା ସମୟରେ ସେଠାରୁ ପିଲାଙ୍କୁ ଦୁରେଇ ରଖନ୍ତୁ ।

3. ପିଲାଙ୍କ ପ୍ରତି ସର୍ବଦା ଧ୍ୟାନ ରଖନ୍ତୁ ।

4. ପାଣି ଭର୍ତି କରିବା ପରେ ସର୍ବଦା ପାଣି ଟ୍ୟାଙ୍କିକୁ ତାଲା ପକାଇ ରଖନ୍ତୁ ।