ବିଧାୟକଙ୍କ ଗୁଣ୍ଡାଗିରି, ସଡକ ଉପରେ ମହିଳାଙ୍କୁ ଗୋଇଠା ମୁଥ ମାରୁ ଥିବାର ଭିଡିଓରେ ଦେଖିବା ପାଇଁ ମିଳିଛି ।

Spread the love

ଅହମଦାବାଦ : “ବେଟି ବଚାଓ, ବେଟି ବଢାଓ” ନାରା ଦେଉଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାର୍ଟିର ଜଣେ ବିଧାୟକ ଗୁଜରାତର ଜଣେ ମହିଳାଙ୍କ ସହ ଏଭଳି ଏକ ଲଜ୍ୟାଜନକ କାର୍ଯ୍ୟ କରିଛନ୍ତି, ଯାହା ଦେଖିବା ଏବଂ ଶୁଣିବା ପରେ ଆପଣ ରାଗି ଅଗ୍ନି ପିଣ୍ଡୁଳା ହୋଇଯିବେ । ଅହମ୍ମଦାବାଦର ବିଜେପି ବିଧାୟକ ବଲରାମ ଥୱାନୀ ଜନସାଧାରଣଙ୍କ ସାମ୍ନାରେ ରାସ୍ତା ମଝିରେ ସମସ୍ତଙ୍କ ସାମ୍ନାରେ ଜଣେ ମହିଳାଙ୍କୁ ମାଡ ଏବଂ ଗୋଇଠା ମୁଥ ମାରିଥିଲେ । ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ତୀବ୍ରତାର ସହ ଭାଇରାଲ ହେବାର ଲାଗିଛି, ଯେଉଁଥିରେ ନରେନ୍ଦ୍ର ମୋଦିଙ୍କ ପାର୍ଟି ବିଜେପିର ବିଧାୟକ ବଲରାମ ଥୱାନୀ ଜଣେ ମହିଳାଙ୍କୁ ଗୋଇଠା ମୁଥ ମାରୁ ଥିବାର ଦେଖିବା ପାଇଁ ମିଳିଛି ।

ସୂଚନା ଅନୁଯାୟୀ, ନିଜ ଅଞ୍ଚଳରେ ପାଣିର ଅଭାବ ଥିବାରୁ, ମହିଳା ଜଣକୁ ପାଣି ନ ମିଳି ନଥିଲା । ତେଣୁ ମହିଳା ଜଣକ ବିଧାୟକଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଥିଲେ । କିନ୍ତୁ ବିଧାୟକ ମହାଶୟ ମହିଳାଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଆସନର ନିଶାରେ ନିଶାସକ୍ତ ହୋଇ ବିଜେପି ବିଧାୟକ ବଲରାମ ଥୱାନୀ ସମସ୍ତଙ୍କ ସାମ୍ନାରେ ପ୍ରଥମେ ମହିଳାଙ୍କୁ ଚାପୁଡା ମାରିଥିଲେ । ଏତିକିରେ ମନ ଶାନ୍ତ ନ ହେବା ପରେ ଗୋଇଠା ମୁଥ ମାରିଥିଲେ । ଏହି ସମୟରେ ମହିଳା ଜଣକ ଖୁବ ଚିତ୍କାର କରିଥିଲେ କିନ୍ତୁ ବିଜେପି ବିଧାୟକ ବଲରାମ ଥୱାନୀଙ୍କ ଠାରୁ ବଞ୍ଚାଇବା ପାଇଁ କୌଣସି ଲୋକ ମହିଳାଙ୍କ ସାହାଯ୍ୟ ନିମନ୍ତେ ଆସି ନ ଥିଲେ ।

https://twitter.com/ANI/status/1135421152346513408

ବିଧାନସଭା ନିର୍ବାଚନ ସମୟରେ ଅହମ୍ମଦାବାଦର ନରୋଦା ଆସନରୁ ବିଧାୟକ ବଲରାମ ଥୱାନୀ ବିଜୟ ହାସଲ କରିଥିଲେ । ରାଜ୍ୟରେ ଭାଜପାର ଶାସନ ଚାଲିଛି । ଜନସାଧାରଣ ବିଜୟୀ ଭାରତୀୟ ଜନତା ପାର୍ଟିରୁ ବିକାଶର ଆଶା ଲଗାଇ ବସିଛି । କିନ୍ତୁ ଭାଜାପାର ଏହି ବିଧାୟକ ବଲରାମ ଥୱାନୀ ନିଜ କ୍ଷେତ୍ରର ବିକାଶ ଏବଂ ଜନତାଙ୍କ ଅଭିଯୋଗ କେଉଁ ଭଳି ରୂପେ ଶୁଣୁଛନ୍ତି ଆପଣ ଏହି ଭିଡିଓ ଦେଖିବା ପରେ ଜାଣି ପାରିବେ ।