ମହିଳା ଜଣକ ମୋବାଇଲରେ କଥା ହେବାରେ ଏତେ ବ୍ୟସ୍ତ ଥିଲେ ଯେ, ଅଜାଣତରେ ସାପ ଉପରେ ବସିଗଲେ ଏବଂ ତା’ପରେ… ଜାଣନ୍ତୁ କଣ ହେଲା ।

Spread the love

ଆଜିକା ସମୟରେ ମୋବାଇଲ ଫୋନ ସମସ୍ତଙ୍କ ଜୀବନର ଶତ୍ରୁ ପାଲଟି ଯାଇଛି । ଏଥିରେ ଲୋକେ ଏତେ ବ୍ୟସ୍ତ ରୁହନ୍ତି ଯେ, ଅନେକ ସମୟରେ ନିଜେ ନିଜର ଯତ୍ନ ନେବାକୁ ମଧ୍ୟ ଭୂଲି ଯାଆନ୍ତି । ଏହି ମୋବାଇଲ ଫୋନ ପାଇଁ ଆଜି ପର୍ଯ୍ୟନ୍ତ କେଜାଣି କେତେ ଜୀବନ ଯାଇଛି । କେତେବେଳେ ବିପଦ-ଜନକ ସେଲ୍ଫି କିମ୍ବା ଭିଡ଼ିଓ ଯୋଗୁଁ ତ କେତେବେଳ ଫୋନ୍‌ରେ କଥା ହେଉ ହେଉ ଅନ୍ୟମନସ୍କ ଯୋଗୁଁ । ମୋବାଇଲ ଆପଣଙ୍କ ସୁବିଧା ପାଇଁ ଆବଶ୍ୟକ ଅଟେ ସତ କିନ୍ତୁ ଯଦି ଆପଣ ତାହା ପଛରେ ପାଗଳ ହୋଇଯାଆନ୍ତି ଏବଂ ନିଜର ଯତ୍ନ ନ ନିଅନ୍ତି; ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ମଧ୍ୟ କରିବାକୁ ପଡ଼ିଥାଏ । ବର୍ତ୍ତମାନ ଉତ୍ତର ପ୍ରଦେଶ ଗୋରଖପୁରର ଏହି ଘଟଣାଟିକୁ ସମ୍ମୁଖକୁ ଆସିଛି । ଏହି ଘଟଣାଟି ଶୁଣିବାକୁ ଟିକେ ବିଚିତ୍ର ଲାଗିପାରେ କିନ୍ତୁ ବହୁତ ସାଂଘାତିକ ଓ ଦୁଃଖମୟ ମଧ୍ୟ ଅଟେ । ପ୍ରକୃତରେ ଏଠାରେ ଜଣେ ମହିଳା ଫୋନରେ କଥା ହେବାରେ ଏତେ ବ୍ୟସ୍ତ ଥିଲେ ଯେ, ସେ ଭୁଲରେ ସାପ ଦୁଇଟି ଉପରେ ବସିଗଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣାଟି କଣ ତା’ ବିଷୟରେ ସଠିକ ରୂପେ ଜାଣିବା ।

ସୂଚନା ଅନୁସାରେ, ପୀଡିତା ମହିଳା ଗୀତା ଯାଦବ ଗୋରଖପୁରର ଗଗହା ଥାନା ଅନ୍ତର୍ଗତ ରିୟାନ୍‌ଭ୍‌ ଗାଁର ଅଧିବାସୀ ଅଟନ୍ତି । ଗୀତାଙ୍କ ସ୍ୱାମୀ ଜୟସିଂହ ଯାଦବ ଥାଇଲାଣ୍ଡରେ କାମ କରନ୍ତି । ଦିନେ ରାତିରେ ଜୟସିଂହ ନିଜ ପତ୍ନୀଙ୍କୁ ଫୋନ କରିଥିଲେ । ଗୀତା ଫୋନ୍‌ରେ ସ୍ୱାମୀଙ୍କ ସହ କଥା ହେଉଥିଲେ । କଥାରେ ସେ ଏତେ ମଜ୍ଜି ଯାଇଥିଲେ ଯେ, କେତେବେଳେ ୨ଟି ସାପ ତାଙ୍କ ଘର ଭିତରକୁ ପ୍ରବେଶ କରି ବେଡ୍‌ ରୁମ୍‌ର ବିଛଣା ଉପରକୁ ଉଠି ଯାଇଥିଲେ ତାହା ମଧ୍ୟ ତାଙ୍କୁ ଜଣାନଥିଲା । ବେଡ୍‌ ଉପରେ ପଡ଼ିଥିବା ବେଡ଼ସିଟଟି ପ୍ରିଣ୍ଟେଡ୍‌ ଥିବାରୁ ସେ ଜାଣି ମଧ୍ୟ ପାରିନଥିଲେ ଯେ, ବିଛଣାରେ ସାପ ଅଛି ବୋଲି । ସେ ଫୋନ୍‌ରେ ଗପିଗପି ରୁମ୍‌ ଭିତରକୁ ପ୍ରବେଶ କଲେ ଓ ଖଟ ଉପରେ ବସି ଗଲେ । ଯଦିଓ ସେ ଯେଉଁ ଖଟ ଉପରେ ବସିଲେ ସେଠାରେ ପୂର୍ବରୁ ହିଁ ଦୁଇଟି ସାପ ଥିଲେ । କାହିଁକି ନା ଗୀତା ଫୋନରେ ଏତେ ମଜ୍ଜି ଯାଇଥିଲେ ଯେ, ସେ ଖଟ ଉପରେ ବସିବା ପୂର୍ବରୁ ସାପ ଯୋଡିକୁ ଦେଖି ପାରିଲେ ନାହିଁ । ଏହାର ଫଳାଫଳ ଏମିତି ହେଲା ଯେ, ଗୀତ ସାପ ଯୋଡି ଉପରେ ବସିଗଲେ । ଏହାପରେ ସାପ ଦୁଇଟି ତାଙ୍କୁ କାମୁଡ଼ି ଦେଇଥିଲା ।

ପରେ ଦେଖୁ ଦେଖୁ ଗୀତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବାକୁ ଲାଗିଲା । ଲୋକେ ତାଙ୍କୁ ଆନନ ପାନନ ଡାକ୍ତରଖାନାକୁ ନେଇଗଲେ । ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କଲେ କିନ୍ତୁ ସେହି ସମୟରେ ହିଁ ସେ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କଲେ । ଅନ୍ୟପଟେ ଗାଁ ଲୋକେ କ୍ରୋଧରେ ସେହି ସାପ ଯୋଡିକୁ ମାରିଦେଲେ । ଏହି ଘଟଣାଟି ସତରେ ବହୁତ ଦୁଃଖଦମୟ ଅଟେ । ଯଦି ଗୀତା ଟିକେ ସାବଧାନତା ଅବଲମ୍ବନ କରିଥାନ୍ତେ; ତେବେ ହୁଏତ ଏହି ଅଘଟଣ ହୋଇ ନ ଥାଆନ୍ତା ଓ ତାଙ୍କ ଜୀବନ ବଞ୍ଚି ଯାଇଥାନ୍ତା ।

ଆପଣଙ୍କୁ କହି ଦେଉଛୁ ଯେ, ସାପ ସହ ଜଡିତ ଘଟୁଥିବା ଘଟଣା ମଧ୍ୟରୁ ଏହି ଘଟଣାଟି କିଛି ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ଗତ ସପ୍ତାହରେ ଜୈନପୁରରେ ମଧ୍ୟ ଯେତେବେଳେ ଗୋଟିଏ ଛୁଆକୁ ସାପ କାମୁଡ଼ି ଥିଲା, ସେଠାରେ ସେହି ସାପ ଆପେ ଆପେ ମରିଯାଇଥିଲା । ଯଦିଓ ଘଟଣା ଘଟିବାର କିଛି ସମୟ ପରେ ଛୁଆଟି ମଧ୍ୟ ମରି ଯାଇଥିଲା । ଏହି ଘଟଣାଟି ମଧ୍ୟ ଚାରିଆଡେ ଆତଙ୍କିତ ହୋଇଯାଇଥିଲା । ଅନ୍ୟ ଏକ ଘଟଣା ମଧ୍ୟ ଉତ୍ତର ପ୍ରଦେଶରୁ ଆସିଥିଲା, ଯେଉଁଠାରେ ଜଣେ ଶ୍ରମିକକୁ ସାପ କାମୁଡି ଦେଲା ତ ସେହି ଶ୍ରମିକ ମଧ୍ୟ ସାପକୁ ଧରି କାମୁଡି ଦେଲା । ଏହି ଘଟଣାରେ ସାପ ପ୍ରଥମେ ମରିଗଲା ଓ ଶ୍ରମିକଟି ମଧ୍ୟ କିଛି ସମୟ ପରେ ମରି ଯାଇଥିଲା । ତେଣୁ ଯଦି ଆପଣ ସାପ ଥିବା ଗହଣରେ ରହୁଛନ୍ତି; ତେବେ ଟିକେ ସାବଧାନତା ଅବଲମ୍ବନ ନିଶ୍ଚିତ ଭାବରେ କରନ୍ତୁ ।

ଏହା ସହିତ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଫୋନ୍‌ରେ କଥା ହେବା ବେଳେ ଅନ୍ୟମନସ୍କ ରୁହନ୍ତୁ ନାହିଁ । ଆପଣଙ୍କ ଆଖପାଖରେ କ’ଣ ଘଟୁଛି ସେଥିପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ ।