ଧୋନୀଙ୍କ ସହ ମିଶିବା ପାଇଁ ତାଙ୍କର ସବୁଠୁ ବଡ଼ ପ୍ରଶଂସକ ଆସିଥିଲେ । ମାହି ତାଙ୍କ ସହ ସେଲ୍ଫି ନେଇଥିଲେ ।

Spread the love

ଇଣ୍ଡିଆନ ପ୍ରିମିଆର୍ ଲିଗର ଦ୍ୱାଦଶ ସଂସ୍କରଣରେ ଖେଳାଳି ମାନଙ୍କ ପ୍ରଶଂସକଙ୍କ ଆଶର ଖୁବ୍ ବଢି ଯାଇଛି । କ୍ରିକେଟ ପ୍ରଶଂସକ ନିଜ ପସନ୍ଦିୟ ଖେଳାଳିଙ୍କୁ ପଡ଼ିଆରେ ଚୌକା ଛକା ମାରୁଥିବା ଦେଖିବା ପାଇଁ ଚାହିଁଥାନ୍ତି । ପ୍ରଶଂସକ ନିଜ ପସନ୍ଦିୟ ଖେଳାଳି ଖାସ୍ କରି ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରତିଟି ମ୍ୟାଚରେ ଭଲ ପ୍ରଦର୍ଶନ କାମନା କରିଥାନ୍ତି । ଧୋନୀଙ୍କୁ ନେଇ ପ୍ରଶଂସକ ଖୁବ୍ ଯୋଶରେ ଭରି ହୋଇ ରହିଥାନ୍ତି ।

ବୁଧୁବାର ଦିନ ମୁମ୍ବାଇ ଇଣ୍ଡିଆନ ଓ ଚେନ୍ନାଇ ସୁପର୍ କିଙ୍ଗର ଖେଳ ଶେଷ ହେବାପରେ, ବଂଖେଡେ ଷ୍ଟାଡିୟମରେ ଧୋନୀଙ୍କ ଜଣେ ପ୍ରଶଂସକ ଧୋନୀଙ୍କ ସହ ମିଶିବା ପାଇଁ ଆସିଥିଲେ । ଧୋନୀଙ୍କୁ ଏହି ବୃଦ୍ଧା ପ୍ରଶଂସକଙ୍କ ସହ ଦେଖିବାକୁ ମିଳିଥିଲା । ଏହି ବୃଦ୍ଧା ଜଣକ ଚେନ୍ନାଇ ସୁପର୍ କିଙ୍ଗ ଦଳର ପ୍ରଶଂସକ ଅଟନ୍ତି ।

କହିବା ପାଇଁ ଚାହୁଁଛୁ, ଧୋନୀଙ୍କ ଏହି ବୃଦ୍ଧା ପ୍ରଶଂସକ ପ୍ରଥମେ ଗୋଟିଏ ପୋଷ୍ଟର ଧୋନୀଙ୍କୁ ଦେଇଥିଲେ । ପୋଷ୍ଟରେ ଲେଖା ହୋଇଥିଲା, “ମୁଁ ଏଠାରେ କେବଳ ଧୋନୀଙ୍କ ପାଇଁ ଆସିଛି ।” ଧୋନୀ କିଛି ସମୟ ଏହି ବୃଦ୍ଧାଙ୍କ ସହ କଥା ହୋଇଥିଲେ ଓ ତାଙ୍କ ସହ ସେଲ୍ଫି କ୍ଲିକ୍ କରିଥିଲେ । ପରେ ନିଜର ଓଟୋଗ୍ରାଫ୍ ଦେଇଥିଲେ ।ଏହି ଭିଡ଼ିଓ କିଛି ସମୟ ପରେ ଖୁବ୍ ଭାଇରଲ ହେବାରେ ଲାଗିଲା । ବୃଦ୍ଧା ପ୍ରସଂଶାକଙ୍କ ସହ ଜଣେ ମହିଳା ମଧ୍ୟ ଆସିଥିଲେ ।

କହିବାପାଇଁ ଚାହୁଁଛୁ, ମୁମ୍ବାଇ ଇଣ୍ଡିଆନ ବୁଧବାର ଦିନ ବଂଖେଡେ ଷ୍ଟାଡିଅମରେ ଚେନ୍ନାଇକୁ ୩୭ ରନରେ ହରାଇଥିଲା ମ୍ୟାଚ୍ ଜିତି ଯାଇଥିଲା । ଏହା ଫଳରେ ଧୋନୀଙ୍କ ବିଗତ ଲଗାତାର ୬ ବିଜୟ ରଥ ରହିଯାଇଥିଲା । ଟସ୍ ହାରି ମୁମ୍ବାଇ ଇଣ୍ଡିଆନ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୭୦ ରନ କରି ଚେନ୍ନାଇକୁ ୧୭୧ର ବିଜୟ ଲକ୍ଷ୍ୟ ଦେଉଥିଲା । କିନ୍ତୁ ଏହି ମ୍ୟାଚ୍ ରେ ଚେନ୍ନାଇ ବିଜୟ ହାସଲ କରିପାରି ନ ଥିଲା ।