କିଡନୀ ଖରାପ ହେବା ପୂର୍ବରୁ, ଶରୀର ଏହି ୪ଟି ସଂକେତ ଦେଇଥାଏ, ଜାଣି ନିଆନ୍ତୁ ନଚେତ ପରେ ପସ୍ତେଇବାକୁ ପଡିପାରେ ।

Spread the love

କିଡ୍ଡନୀ ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଯାହା ଶରୀରର ସମସ୍ତ ଦୂଷିତ ଜିନିଷକୁ ଶରୀରରୁ ବାହାରକୁ ବାହାର କରିଥାଏ । ଯଦି କୌଣସି କାରଣ ବଶତଃ ଏହି ଅପରିଷ୍କାର ଜିନିଷ ଗୁଡିକ ଶରୀର ଭିତରେ ରହି ଯାଇଥାଏ ଓ ଶରୀରର ବାହାରକୁ ବାହାରି ନଥାଏ, ତେବେ ଏପରି ହେବା ଫଳରେ ଆପଣଙ୍କ ବୃକକ ଠିକ୍ ରୂପେ କାର୍ଯ୍ୟ କରି ନଥାଏ । ଫଳରେ ବୃକକ ଖରାପ ହୋଇଯାଇଥାଏ । ସାଧାରଣତଃ ଯେତେବେଳେ କିଡ୍ନୀ ବା ବୃକକ ଖରାପ ହୋଇଯାଇ ଥାଏ; ସେହି ସମୟରେ ଆପଣଙ୍କ ଶରୀର ଆପଣଙ୍କୁ କୌଣସି ସଂକେତ ଦେଇ ନ ଥାଏ । ଆପଣଙ୍କ ଶରୀର ଆପଣଙ୍କୁ ସେହି ସମୟରେ ସଂକେତ ଦେଇଥାଏ; ଯେତେବେଳେ ଆପଣଙ୍କ କିଡନୀ ବା ବୃକକ ୭୦ ରୁ ୮୦ ପ୍ରତିଶତ ଖରାପ ହୋଇ ଯାଇଥାଏ ।

ଆସନ୍ତୁ ଜାଣିବେ ୪ଟି ଏପରି ଲକ୍ଷଣ ଯାହା କିଡ୍ଡନୀ ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ସଂକେତ :

1. ଯଦି କିଡନୀ ବା ବୃକକ ଠିକ୍ ରୂପେ କାମ କରି ନ ଥାଏ; ତେବେ ବ୍ୟକ୍ତିକୁ ଗ୍ରୀଷ୍ମ ଦିନରେ ଗରମ ପ୍ରତିବଦଳରେ ଥଣ୍ଡା ଅନୁଭୂତ ହୋଇଥାଏ । ଶରୀର ସର୍ବଦା ଥଣ୍ଡା ରହିଥାଏ, ନିଦ ଅଧିକ ଆସିଥାଏ ଏବଂ ଶୋଷ ମଧ୍ୟ ଅଧିକ ଲାଗିଥାଏ ।

2. ଯଦି ଆପଣଙ୍କ ଶରୀରର ଓଜନ ହଠାତ ବଢ଼ିବାରେ ଲାଗିଥାଏ ଓ ଶରୀରରେ ପୀଡ଼ା ଅନୁଭୂତ ହେଉଥିଲେ ଆପଣଙ୍କୁ ସବଧାନ ହୋଇଯିବା ଦରକାର ଏହା କିଡ୍ଡନୀ ବା ବୃକକ ଖରାପ ହେବାର ସଂକେତ ଅଟେ ।

3. ପେଟରେ ପୀଡ଼ା ହେବା ସାଧାରଣ କଥା ଅଟେ । କିନ୍ତୁ ପେଟର ବାମ କିମ୍ବା ଦକ୍ଷିଣ ପାର୍ଶ୍ୱରେ ଅସହନୀୟ ପୀଡ଼ା ଅନୁଭୂତ ହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ ।କାରଣ ଏହା କିଡ୍ଡନୀ ବା ବୃକକ ଖରାପ ହେବାର ସଂକେତ ଅଟେ ।

4. କିଡ୍ଡନୀ ବା ବୃକକ ମାଧ୍ୟମରେ ଆମ ଶରୀରର ହେମୋଗ୍ଲୋବିନ ସନ୍ତୁଳିତ ହୋଇଥାଏ । ଏହା ଠିକ ରୂପେ କାର୍ଯ୍ୟ ନ କରିଲେ ଶରୀରରେ ରକ୍ତର ଅଭାବ ହୋଇଥାଏ ଏବଂ ଥକ୍କାପଣ ଅନୁଭୂତ ହୋଇଥାଏ ।