ଭାରତୀୟ ସେନା ବିଗାଡିଦେଲା ଚୀନର ସମ୍ପୁର୍ଣ୍ଣ “ଗଲୱାନ” ଯୋଜନା, ବର୍ତ୍ତମାନ ଅଶ୍ରୁ ମଧ୍ୟ ବୁହାଇ ପାରୁନାହିଁ !

Spread the love

ଆମେରିକା ଗୁପ୍ତଚର ସଂସ୍ଥା ମଧ୍ୟ ଭାରତ-ଚୀନ ମଧ୍ୟରେ ଲଦାଖ ଗଲୱାନ ଘାଟିରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଉପରେ ନଜର ରଖିଛି, ବର୍ତ୍ତମାନ ଏହି ଗୁପ୍ତଚର ସଂସ୍ଥା ଏହି ମାମଲା ଉପରେ ଏକ ରିପୋର୍ଟ ଦେଇଛି, ଯେଉଁଥିରେ ଚୀନର ଯୋଜନା ଗୁଡିକର ପର୍ଦାଫାସ ହେବା ନଜର ଆସୁଛି । ରିପୋର୍ଟରେ ଏହା ଦାବି କରାଯାଉଛି କି, ଚୀନ କେବେହେଲେ ମଧ୍ୟ ଭାବି ନଥିଲା ଯେ ଗଲୱାନ ଘାଟିରେ ଅକ୍ତିଆର ଜାହିର କରିବା ପାଇଁ ସଂଘର୍ଷର ସାମ୍ନା କରିବାକୁ ପଡିବ । କିନ୍ତୁ ତାହାର ଅନୁମାନ ଭୁଲ ବାହାରିଥିଲା, ୨୦ ଜଣ ଭାରତୀୟ ସୈନିକ ସହିଦ ହେଲେ କିନ୍ତୁ ୩୫ ଜଣ ଚୀନୀ ସୈନିକଙ୍କୁ ମଧ୍ୟ ଭାରତୀୟ ସୈନିକମାନେ ନିହତ କରିଦେଇଥିଲେ, ବର୍ତ୍ତମାନ ସ୍ଥିତି ଏପରି ହୋଇଛି ଯେ, ଚୀନ ତାହାର ନିହତ ହୋଇଥିବା ସୈନିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପ୍ରାର୍ଥନା ସଭା ଆୟୋଜନ କରିବାକୁ ବାଧ୍ୟ ହୋଇଛି ।

ସର୍ବୋତ୍ତମ କମାଣ୍ଡରଙ୍କୁ ଦାୟିତ୍ୱ ଦିଆଯାଇଥିଲା

google

ୟୂଏସ ନ୍ୟୁଜ ରିପୋର୍ଟ ଅନୁସାରେ, ଚୀନ ଅବଶ୍ୟ ଲଦାଖର ସେହି ଅଂଶ ଉପରେ ଅକ୍ତିଆର ଜାହିର କରିବା ପାଇଁ ଚୀନୀ ସେନାର ଉତ୍ତମ ଥିଏଟର କମାଣ୍ଡର ପ୍ରମୁଖ ଜେନେରାଲ ଝାଔ ଝୌନ୍ଗକୀଙ୍କୁ ଦାୟିତ୍ୱ ଭାର ଅର୍ପଣ କରିଥିଲେ, ଗଲୱାନ ଘାଟିରେ ଯୋଜନା ମୁତାବିକ ପୂର୍ବରୁ ହିଁ ବହୁତ ଅସ୍ତ୍ର ଶସ୍ତ୍ର ଜମା କରି ନିଆଯାଇଥିଲା, ନିଜର ସେନା ରହିବା ପାଇଁ ଭିତ୍ତି ସରାଂଚନା ପ୍ରସ୍ତୁତ କରାଯାଇଥିଲା, ଝାଔଙ୍କ କହିବା ମୁତାବକ ହିଁ ଚୀନୀ ସେନା ମାନେ ଏହି ଅପରେଶନକୁ ପରିଣାମ ଦେଇଥିଲେ ।

ଚୀନୀ ସୈନିକି ମାନେ କରିଥିଲେ ଆକ୍ରମଣ

google

ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ଜୁନ ୧୫ ରେ ଭାରତୀୟ ସୈନର କିଛି ଅଧିକାରୀ ଏବଂ ଯବାନ ମାନେ ଚୀନ ସହିତ କଥା ହେବା ପାଇଁ ପହଞ୍ଚିଥିଲେ, କିନ୍ତୁ ଚୀନୀ ସୈନିକ ମାନେ ପୂର୍ବରୁ ହିଁ ଅସ୍ତ୍ର ଶସ୍ତ୍ର ଗୁଡିକୁ ସାଥିରେ ଧରି ବସିଥିଲେ । ଭାରତୀୟ ଅଧିକାରୀ ମାନଙ୍କୁ ଉସକେଇବା ସେମାନଙ୍କ ଯୋଜନା ଥିଲା । ଏଥିରେ ସେମାନେ ସଫଳ ହୋଇଥିଲେ । ତେବେ ନିକଟରେ ଭାରତୀୟ ସୈନିକମାନଙ୍କର ଏକ ଦଳ ପାଟ୍ରୋଲିଂ କରୁଥିଲା, ସେମାନେ ଉଦ୍ଧାର କରିବା ପାଇଁ ସଙ୍ଗେ ସଙ୍ଗେ ଆସିଯାଇଥିଲେ ଏବଂ ଏକପାଖିଆ ସଂଘର୍ଷ ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଯାଇଥିଲା । ରିପୋର୍ଟ ମୁତାବକ ଝାଔ ଝୌନ୍ଗକୀ ଏହା ପୂର୍ବରୁ ବିୟତନାମ ଲଢେଇ ଏବଂ ପୁନର୍ବାର ୨୦୧୭ ମସିହାରେ ହୋଇଥିବା ଡୋକଲାମ ବିବାଦରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଲୁଚି-ଲୁଚି ଅଶ୍ରୁ ବୁହାଉଛି

google

ରିପୋର୍ଟରେ କୁହାଯାଇଛି କି, ଚୀନ ଚାହୁଁନଥିଲା ଯେ ଭାରତୀୟ ସୈନ୍ୟ ସହିତ ସଂଘର୍ଷରେ ମୃତ୍ୟୁବରଣ କରିଥିବା ସୈନିକ ମାନଙ୍କ ସଂଖ୍ୟା ଲୋକ ମାନଙ୍କ ସାମ୍ନାକୁ ଆସୁ, ଏହି କାରଣରୁ ଚୀନୀ ସେନା ନିଜର ମୃତ୍ୟୁବରଣ କରିଥିବା ସୈନିକ ମାନଙ୍କ ପାଇଁ ଲୁଚିକରି ଏକ ସ୍ମୃତି ସଭା ରଖିଥିଲା, ଏହି ପ୍ରାର୍ଥନା ସଭା ନା କେବଳ ଗୁପ୍ତ ରଖାଯାଇଥିଲା ବରଂ ଏହା ସହିତ ଜଡିତ ସମସ୍ତ ଫୋଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରୁ ହଟାଇ ଦିଆଯାଇଥିଲା, ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତ-ଆମେରିକାର ନିକଟତରକୁ ନେଇ ଚୀନ ବହୁତ ଚିନ୍ତିତ ରହିଛି, ଚୀନ ଚାହୁଁଛି କି ଭାରତ ନିଜର ପାଖାପାଖି ଦେଶ ମାନଙ୍କ ସହିତ ହିଁ ଜଡିତ ହୋଇ ରହିଯାଉ, ଯାହାଦ୍ୱାରା ଆମେରିକା ଠାରୁ ତାର ଦୂରତ୍ୱ ହୋଇଯିବ ।

ଭାରତୀୟ ସେନାକୁ ଦାୟୀ କୁହାଯାଉଛି

google

ରିପୋର୍ଟ ମୁତାବିକ ଗୋଟିଏ ଯୋଜନା ଅନୁସାରେ ଚୀନୀ ବିଦେଶ ମନ୍ତ୍ରାଳୟ ସମ୍ପୁର୍ଣ୍ଣ ସଂଘର୍ଷ ପାଇଁ ଭାରତୀୟ ସେନାକୁ ଦାୟୀ ବୋଲି କହୁଛି, ବିଦେଶ ମନ୍ତ୍ରାଳୟ ଲଗାତାର ଭାବେ ଏହା କହୁଛି କି, ଭାରତୀୟ ସେନା ସୀମା ପାର କରିଥିଲେ ଏବଂ ଚୀନୀ ସୈନିକ ମାନଙ୍କୁ ଆକ୍ରମଣ କରିଥିଲେ । ଆମେରିକା ସ୍ପଷ୍ଟ ଭାବେ କହିଛି ଯେ, ତାହାର ସମ୍ପୁର୍ଣ୍ଣ ସମର୍ଥନ ଭାରତ ସହିତ ଅଛି, ଏହି ମାମଲା ଉପରେ ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିୟୋ ଚୀନକୁ କଡା ସନ୍ଦେଶ ମଧ୍ୟ ଦେଇଛନ୍ତି, ତଥାପି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି, ବହୁତ ଶୀଘ୍ର ଭାରତ-ଚୀନ କଥାବାର୍ତ୍ତା ଜରିଆରେ ଏହି ବିବାଦକୁ ସମାଧାନ କରିବେ ।