ଛତିଶଗଡର ଏହି ଆଇଇପିଏସ୍ ଅଫିସର ଜଣକ ନିଜ ଚେଷ୍ଟାବଳରେ ନିଜ ଜିଲ୍ଲା ସ୍କୁଲ ଗୁଡିକର ରୂପରେଖା ବଦଳାଇ ଦେଇଛନ୍ତି ।

Spread the love

ଡାକ୍ତରରୁ ଆଇଏଏସ୍ ହୋଇଥିବା ପ୍ରିୟାଙ୍କା ଶୁକ୍ଲା ଛତିଶଗଡର ସାମାଜିକ ସମସ୍ୟା ଦୂର କରିବାରେ ଲାଗିପଡିଛନ୍ତି । ସେ ୨୦୧୬ ମସିହାରେ ଯଶସ୍ଵୀ ଜଶପୁର ନାମକ ଅଭିଯାନ ଆରମ୍ଭ କରିଥିଲେ । ଯାହାଫଳରେ ଉଚ୍ଚ ମାଧ୍ୟମିକ ଏବଂ ହାଇସ୍କୁଲ ଗୁଡିକର ଅବସ୍ଥା ସୁଧାରା ଯାଇପାରିବ । ପ୍ରିୟାଙ୍କା ଶୁକ୍ଲା ଦି.ଏମ୍.ଏଫ୍ ଫଣ୍ଡସ୍ ର ଠିକ୍ ରୂପେ ଉପଯୋଗ କରି ଜିଲ୍ଲାର ସ୍କୁଲ ଏବଂ ଶିକ୍ଷାର ଗୁଣକୁ ସୁଧାରି ପାରିଥିଲେ । ନିୟୁ ଇଣ୍ଡିଆ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଜିଲ୍ଲାର ୧୪୩ ରୁ ୫୧ଟି ସ୍କୁଲରେ ପଢ଼ୁଥିବା ପିଲାଙ୍କ ସଫଳତା ହାର ୧୦୦ ପ୍ରତିଶତ ହୋଇଛି ।

ଛତିଶଗଡ଼ରରେ ଏପରି ଏକ ଜିଲ୍ଲା ରହିଛି, ଯଶପୁର ଯେଉଁଠି ଡିଏମ୍ ପ୍ରିୟଙ୍କା ଶୁକ୍ଳା ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗକୁ ନେଇ ଯାଇଛନ୍ତି । ଡାକ୍ତରରୁ ଆଇଏଏସ୍ ହୋଇଥିବା ପ୍ରିୟଙ୍କା ଶୁକ୍ଳା ବର୍ତ୍ତମାନ ଛତିଶଗଡ଼ର ସାମାଜିକ ସମସ୍ୟାର ଉନ୍ନତିରେ ଲାଗି ପଡିଛନ୍ତି । ସେ ୨୦୧୬ ମସିହାରେ ଯଶସ୍ଵୀ ଯଶପୁର ନାମକ ଏକ ଅଭିଯାନ ଆରମ୍ଭ କରିଥଲେ । ଯେଉଁଥିରେ ହାୟର୍ ସେକେଣ୍ଡେରୀ ଏବଂ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ସୁଧାରା ଅଣାଯାଇପାରିବ । ଏହି ଅଭିଯାନରେ ଦରକାର ପଡୁଥିବା ଫଣ୍ଡସ୍ ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ଜରିଆରେ ପୁରା କରାଯାଉଛି । ଏହି ଫାଉଣ୍ଡେସନ୍ ସେହି ଜିଲ୍ଲା ଗୁଡିକରେ ତିଆରି ହୋଇଛି ଯେଉଁଟି ଖଣିଜ ସହ ଜଡିତ ଗତିବିଧି ସଂଚାଳିତ ହୋଇଥାଏ । ଏଥିରୁ ମିଳୁଥିବା ଅର୍ଥକୁ ଜିଲ୍ଲାର ବିକାଶରେ ଖର୍ଚ୍ଚ କରାଯାଇଥାଏ ।

ପ୍ରିୟଙ୍କା ଶୁକ୍ଳା ଫଣ୍ଡସର ଠିକ ରୂପେ ବ୍ୟବହାର କରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ସୁଧାରି ପାରିଛନ୍ତି । ନିୟୁ ଇଣ୍ଡିଆ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଜିଲ୍ଲାର ୧୪୩ ରୁ ୫୧ଟି ସ୍କୁଲରେ ପଢ଼ୁଥିବା ପିଲାଙ୍କ ସଫଳତା ହାର ୧୦୦ ପ୍ରତିଶତ ରହିଛି । ଏହି ବର୍ଷର ଦଶମ ଏବଂ ଦ୍ୱାଦଶ ଫଳ ବାହାରିବା ପରେ ଏହି ଆକଳନ କରାଯାଇଛି । ଯଶପୁର ଜିଲ୍ଲା ରାୟପୁର ଠାରୁ ପାଖାପାଖି ୩୦୦ କିମି ଦୂରରେ ରହିଛି ଯେଉଁଠି ଆଦିବାସୀ ୬୭ ପ୍ରତିଶତ ରହୁଛନ୍ତି ।

ଏହି ପରୀକ୍ଷାରେ ୭୭ ଘରୋଇ ସ୍କୁଲରୁ ୨୨ଟି ସ୍କୁଲ ମଧ୍ୟ ୧୦୦ ପ୍ରତିଶତ ସଫଳତା ହାସଲ କରିଛି । ଯଶପୁରର କୌଣସି ମଧ୍ୟ ସ୍କୁଲରେ ୧୦୦ ପ୍ରତିଶତ ସଫଳତା ସ୍ୱପ୍ନ ସଦୃଶ୍ୟ ଥିଲା କିନ୍ତୁ ଆଜି ଏହି ସ୍ୱପ୍ନ ପୁରଣ ହୋଇଛି । ଏହା ପଛରେ ଆଇଏଏସ୍ ପ୍ରିୟଙ୍କା ଶୁକ୍ଳାଙ୍କ ବହୁତ ବଡ଼ ହାତ ରହିଛି । ଏହି ଜିଲ୍ଲାରେ ଦଶମରେ ୮୯ ପ୍ରତିଶତ ଏବଂ ଦ୍ୱାଦଶରେ ୯୩.୫ ପ୍ରତିଶତ ସଫଳତା ହାର ରହିଛି । ଯେଉଁ ଛାତ୍ରଛାତ୍ରୀ ସଫଳତା ପାଉଛନ୍ତି, ସେମାନଙ୍କୁ ଫ୍ଲାଇଟରେ ବୁଲାଇବା ପାଇଁ ନିଆଯାଏ ।

ଏହି ସଫଳତାର କାହାଣୀ ବିଷୟରେ ପ୍ରିୟଙ୍କା କହିଛନ୍ତି, ଏଥିରେ ଶିକ୍ଷା ବ୍ୟବସ୍ଥାର ଅଧିକାରୀଙ୍କ ସାହାଯ୍ୟ ନିଆ ଯାଇଥିଲା । ପ୍ରଥମେ ମାସିକ ପରୀକ୍ଷା କରା ଯାଇଥିଲା । ଜିଲ୍ଲାର ସ୍କୁଲ ଗୁଡିକରେ ନୂତନ ପାଠ୍ୟ ଆରମ୍ଭ ହୋଇଥାଏ, ସେହି ସମୟରେ ସ୍କୁଲର ପ୍ରଧାନଶିକ୍ଷକ ଦିଏମଙ୍କୁ ନିମତ୍ରଣ କରିଥାନ୍ତି ଏହି ସମୟରେ ପିଲାଙ୍କୁ ନୂତନ ଜ୍ଞାନ କୌଶଳ ବିଷୟରେ କୁହାଯାଏ ।

ପ୍ରତି ମାସ ଏବଂ ଛଅ ମାସରେ ଯୋଜନା ପ୍ରସ୍ତୁତ କରାଯାଇଥାଏ । ପ୍ରି-ବୋର୍ଡ଼ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପେପର ପ୍ରସ୍ତୁତ କରାଯାଇ ଜିଲ୍ଲାର ପ୍ରତ୍ୟେକ ସ୍କୁଲକୁ ପଠା ଯାଇଥାଏ ।ଯେଉଁ ଛାତ୍ରଛାତ୍ରୀ ଭଲ କରନ୍ତି, ସେମାନଙ୍କ ନାମ ପ୍ରକାଶ କରାଯାଇଥାଏ । ଯେଉଁ ଛାତ୍ରଛାତ୍ରୀ ଦୁର୍ବଳ ଅଟନ୍ତି, ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆ ଯାଇଥାଏ । ଶିକ୍ଷକଙ୍କୁ କୌଣସି ଅସୁବିଧା ହେଲେ ସିଧା ଶିକ୍ଷା ଅଧିକାରୀଙ୍କ ସହ ଭିଡ଼ିଓ କଲ୍ ଜରିଆରେ କଥା ହୋଇ ଅସୁବିଧା ଦୂର କରାଯାଏ ।

ସ୍କୁଲର ଶିକ୍ଷା ବ୍ୟବସ୍ଥା କିପରି ଚାଲୁଛି ତଦାରଖ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏହି ଅଧିକାରୀମାନେ ସିଧାସଳଖ ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ରିପୋର୍ଟ କରିପାରିବେ । ଯେତେବେଳେ ବୋର୍ଡ଼ ପରୀକ୍ଷାକୁ ୪୦ଦିନ ବାକିଥାଏ, ରିଭିଜନ ଆରମ୍ଭ ହୋଇଥାଏ ଏହାର ନାମ ହୋଇଥାଏ “ମିଶନ୍ ୪୦” । ଏହି ସବୁ ଯୋଜନାର ଫଳ ସ୍ୱରୂପ ହେଉଛି ବୋର୍ଡ଼ ପରୀକ୍ଷାରେ ୯୮.୩୩ ପ୍ରତିଶତ ଆଣି ଶ୍ରେଷ୍ଠ ହୋଇଥିବା ଯଜ୍ଞେଶ ସିଂ ଚୋହାନ ।