ନାଇଟ ଡ୍ୟୁଟି ସାରି ଘରକୁ ଫେରିଲେ ପତି, ପତ୍ନୀକୁ ଦେଖିଲେ ଆପତ୍ତିଜନକ ସ୍ଥିତିରେ ଅନ୍ୟ ଏକ ପୁରୁଷ ସହ….! ଆଉ ତା’ପରେ…

ମଧ୍ୟପ୍ରଦେଶ, ଇନ୍ଦୋରରେ ଜଣେ ପତୀ ନିଜ ପତ୍ନୀର ପ୍ରେମିକକୁ ହତ୍ୟା କରିଥିବା ଘଟଣା ସମ୍ମୁଖକୁ ଆସିଛି । ସୂଚନା ଅନୁସାରେ, ପତୀ ନାଇଟ ସିଫ୍ଟ ସାରି ଘରକୁ ଫେରିବା ପରେ ଦେଖିଲେ ପତ୍ନୀ ନିଜ ପ୍ରେମିକଙ୍କ ସହିତ ଆପତ୍ତିଜଣକ ସ୍ଥିତିରେ ରହିଥିଲେ । ଏସବୁ ଦେଖି ସେ ଉତକ୍ଷିପ୍ତ ହୋଇ ପ୍ରେମିକକୁ ଛୁରୀ ଭୁସି ହତ୍ୟା କରିଥିଲେ । ପତୀ ନିଜ ପତ୍ନୀକୁ ମଧ୍ୟ ଆକ୍ରମଣ କରିଥିଲେ । କିନ୍ତୁ ସେ ପାଟି କରିବାରୁ ପଡୋଶୀ ଲୋକେ ଆସି ତାଙ୍କୁ ରକ୍ଷା କରିଥିଲେ ।
ଘଟଣା ଇନ୍ଦୋର ସହରର ଶାତଲ ନଗର ଅଞ୍ଚଳର । ଶେଖର ବାଘେଲ ନିଜ ପତ୍ନୀ ଗୀତାଙ୍କ ରହୁଥିଲେ । ସେ ବାଣଗଙ୍ଗା ସ୍ଥିତ ଏକ କାରଖାନାରେ ନାଇଟ ସିଫ୍ଟରେ କାମ କରୁଥିଲେ । ଶେଖର ଗୀତାଙ୍କ ତୃତୀୟ ସ୍ୱାମୀ ଥିଲେ । ଗୀତାଙ୍କର ପୂର୍ବ ଦୁଇ ସ୍ୱାମୀଙ୍କ ଠାରୁ ୩ଟି ସନ୍ତାନ ଅଛନ୍ତି । ଗତ ୬ ମାସ ହେଲା ଗୋବିନ୍ଦ ନଗର ଅଞ୍ଚଳର ୨୭ ବର୍ଷ ବୟସ୍କ ରାକେଶ ସହ ପ୍ରେମ ସମ୍ପର୍କ ଅଛି ।
ବୁଧବାର ରାତିରେ ଯେତେବେଳେ ଶେଖର ବାଘେଲ କାମକୁ ଚାଲିଗଲେ, ଗୀତା ନିଜ ପ୍ରେମିକ ରାକେଶକୁ ନିଜ ଘରକୁ ଡାକି ଥିଲେ । ଶେଖର ରାତି ପ୍ରାୟ ସାଢେ ୩ଟା ବେଳେ ଘରକୁ ଫେରିଥିଲେ । ଘରକୁ ଫେରି ସେ ଗୀତା ଓ ରାକେଶକୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ଏହା ଦେଖି ଶେଖର ପ୍ରଥମେ ଗୀତା ଓ ରାକେଶକୁ ବୁଝାଇଥିଲେ । ଏତିକିବେଳେ ଗୀତା ଘର ଭିତରକୁ ଯାଇଥିଲେ । ଗୀତା ପଛେ ପଛେ ଶେଖର ମଧ୍ୟ ଘର ଭିତରକୁ ଯାଇଥିଲା ଏବଂ ଗୋଟିଏ ଛୁରୀ ନେଇ ଆସିଥଲେ । ଶେଖର ସେହି ଛୁରୀରେ ରାକେଶକୁ ଆକ୍ରମଣ କରିଥିଲେ । ସେ ୩ ଥର ଛୁରୀରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ରାକେଶର ମୃତ୍ୟୁ ହୋଇଥିଲା । ଶେଖର ପତ୍ନୀ ଗୀତାକୁ ମଧ୍ୟ ଆକ୍ରମଣ କରିଥିଲେ । କିନ୍ତୁ ଗୀତା ପାଟି କରିବାରୁ ତାଙ୍କ ପାଟି ଶୁଣି ପଡୋଶୀ ଉଠି ଯାଇଥିଲେ ଏବଂ ଘରକୁ ଆସିଥିଲେ ଏବଂ ଶେଖରଙ୍କୁ ଅଟକାଇଥିଲେ । ଯାହାଫଳରେ ଗୀତାଙ୍କ ଜୀବନ ବଞ୍ଚିଯାଇଥିଲା । ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଗୀତା ଓ ରାକେଶଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଶେଖରକୁ ଗିରଫ କରିବା ସହ ମାମଲା ତଦନ୍ତ କରୁଛି ।