ସିଗ୍ନାଲରେ ଭୋକିଲା ପିଲାମାନେ ପଇସା ମାଗିବାରୁ ଘରରୁ, ଏହି ଅଭିନେତ୍ରୀ କରିଥିଲେ କିଛି ଏପରି କମ…. ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ । ଦେଖନ୍ତୁ ଫୋଟ ।

Spread the love

ସିଗ୍ନାଲରେ ଭୋକିଲା ପିଲାମାନେ ପଇସା ମାଗିବାରୁ ଘରରୁ ସେମାନଙ୍କ ପାଇଁ ଖାଦ୍ୟ ନେଇକି ଆସିଲେ ଏହି ଅଭିନେତ୍ରୀ । ଦେଖନ୍ତୁ ଫୋଟ ।

ଗରିବ ମାନଙ୍କୁ ସାହାଯ୍ୟ କରିବା ପାଇଁ ବହୁତ ବଡ଼ ବଡ଼ ତାରକାମାନେ ଚ୍ୟାରୀଟି ବା ସ୍ଵଚ୍ଚାଚାରୀ ଅନୁଷ୍ଠାନ ଚଳାଉଛନ୍ତି ବା ସ୍ୱ ଇଚ୍ଛାରେ ଅର୍ଥ ଦାନ କରନ୍ତି ଗରିବ ମାନଙ୍କୁ । ଅଧିକାଂଶ ସମୟରେ ଗରିବମାନଙ୍କୁ ସାହାଯ୍ୟ କରିବାର ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳିଥାଏ । କିନ୍ତୁ କିଛି ଦିନ ତଳେ ଏକ ଏପରି ଘଟଣା ଘଟିଥିଲା, ଯାହା ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା । ଏହି ଅଭିନେତ୍ରୀ ଯେତେବେଳେ କିଛି ଭୋକିଲା ପିଲାଙ୍କୁ ଦେଖିଲେ ସେତେବେଳେ ସେ ସେମାନଙ୍କ ପାଇଁ ଖାଦ୍ୟ ନେଇ ଆସିଥିଲେ ଓ ସବୁ ପିଲାଙ୍କୁ ଖୁଆଇଲେ ମଧ୍ୟ । ଆମେ ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କ ବିଷୟରେ କହୁଛୁ । ଆସନ୍ତୁ ଜାଣିବା ଆଜିର ଏହି ଅନୁଛେଦରେ ଆପଣଙ୍କ ପାଇଁ କଣ ଖାସ୍ ରହିଛି ?

ନିଧି ଫିଲ୍ମ ‘ମୁନ୍ନା ମାଇକେଲ’ ରୁ ଅଭିନେତା ଟାଇଗର୍ ଶ୍ରଫଙ୍କ ସହ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ପରେ ନିଧି ତେଲୁଗୁ ଭାଷାରେ ମଧ୍ୟ ଏକ ଫିଲ୍ମ କରିଛନ୍ତି । ଏହି ସବୁ ସତ୍ତ୍ୱେ ମଧ୍ୟ ସେ କେବେ ବି ଖବର ଚର୍ଚ୍ଚାରେ ଆସି ନଥିଲେ କି ସେ ଚର୍ଚ୍ଚାରେ ଆସିବକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ଆପଣ ଦେଖି ପାରୁଥିବେ ଯେ, ନିଧି ଗରିବ ଓ ଭୋକିଲା ପିଲା ମାନଙ୍କୁ ଖାଇବା ବାଣ୍ଟୁଛନ୍ତି । କହିବାକୁ ଗଲେ, ସାଧାରଣତଃ ଆପଣ ଯେତେବେଳେ ସହରର ରାସ୍ତାରେ କାର ଚଳାଉଥିବେ ସେତେବେଳେ ରେଡ୍ ଲାଇଟ୍ ରେ ବହୁତ ପିଲା ଆପଣଂକୁ ପଇସା ମାଗିଥାନ୍ତି ।

ଏହିପରି ହିଁ ଘଟି ଥିଲା ସେହି ଦିନ; ଯେତେବେଳେ ନିଧିଙ୍କୁ ଜଣେ ପିଲା ପଇସା ମାଗିଲା, ସେ ଘରରୁ ସମସ୍ତଙ୍କ ପାଇଁ ଖାଇବା ନେଇକି ଆସିଲେ । ଏହିପରି ଏକ ବଡ଼ ସେଲିବ୍ରେଟି ଭୋକିଲା ପିଲାମାନଙ୍କୁ ସାହାଯ୍ୟ କରିବାର ଦୃଶ୍ୟ ସମସ୍ତଙ୍କୁ ଭାବୁକ କରିଦେବାର ବିଷୟ ଅଟେ ଓ ଅନ୍ୟ ବଡ଼ ଲୋକଙ୍କ ପାଇଁ ମଧ୍ୟ ଏକ ଉଦାହରଣ ଅଟେ ।