ବିଜେପିର ଇତିହାସ ବହୁତ ଅଦ୍ଭୂତ ଅଟେ । ଏହି ୨୦ଟି ବିଷୟରୁ ଜଣାନ୍ତୁ ବିଜେପି କିପରି ନିଜର ସ୍ଥାନ ଭାରତ ବର୍ଷରେ ବଜାୟ ରଖିପାରିଛି ।

Spread the love

ଆଜିର ଦିନରେ ବିଜେପି ଭାରତର ସବୁଠାରୁ ବଡ ଏବଂ ଶକ୍ତିଶାଳୀ ରାଜନୈତିକ ଦଳ ଅଟେ । ଏମିତିରେ ଆପଣ କେବେ ଭାବିଛନ୍ତି କି ଏହି ପାର୍ଟିର ସୃଷ୍ଟି କିପରି ହୋଇଥିଲା ? ଏହାର ଇତିହାସ କଣ ଏବଂ ଏହାର ଉନ୍ନତି କିପରି ହୋଇଥିଲା ? ଆସନ୍ତୁ ଜାଣିବା ଏହି ପାର୍ଟିର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତର ସମସ୍ତ ଘଟଣା…

ବିଜେପି ଦଳ ଗଠନ କରିବାରେ ଭାରତର ପୁରୁଣା ରାଜନୈତିକ ଦଳ ‘ଭାରତୀୟ ଜନସଂଘ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏହାର ଉତ୍ପତ୍ତି ଡ଼ଃ. ଶ୍ୟାମ ପ୍ରସାଦ ମୂଖାର୍ଜୀଙ୍କ ନେତୃତ୍ୱରେ ୧୯୫୧ ଅକ୍ଟୋବର ହୋଇଥିଲା । ସ୍ଵାଧୀନ ଭାରତର ପ୍ରଥମ କ୍ୟାବିନେଟ ବୈଠକରେ ଶ୍ୟାମପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ ।

ଯେତେବେଳେ ଭାରତରେ ୧୯୫୨ ମସିହାରେ ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା, ସେଥିରେ ‘ଭାରତୀୟ ଜନସଂଘ’ ଭାଗ ନେଇଥିଲା ଓ ୩ଟି ସିଟ୍ ଜିତି ଥିଲେ ।

ଏହାପରେ ୧୯୫୭ରେ ଦ୍ଵିତୀୟ ଲୋକସଭା ନିର୍ବାଚନରେ ଏମାନେ ୫ଟି ସିଟ୍ ପାଇଥିଲେ । ଏହି ସମୟରେ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଥମ ଥର ସାଂସଦ ହେବାର ସୁଯୋଗ ମିଳିଥିଲା ।

ପରେ ୧୯୬୨ରେ ତୃତୀୟ ଲୋକସଭା ନିର୍ବାଚନରେ ଭାରତୀୟ ଜନସଂଘ ନିଜର କାୟା ବୃଦ୍ଧି କରି ୧୪ଟି ସିଟ୍ ନିଜ ଅଧିନକୁ ଆଣିପାରିଥିଲା ।

୧୯୬୭ରେ ବଡ଼ ସଫଳତା ପ୍ରାପ୍ତି କରି ଏହି ଦଳ ୩୨ଟି ସିଟରେ ବିଜୟ ଲାଭ କରିଥିଲେ କିନ୍ତୁ ଏହାର ଏକ ବର୍ଷ ପରେ ୧୯୬୮ରେ ଦଳର ସ୍ରଷ୍ଟା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ଦେହାନ୍ତ ହୋଇଗଲା, ଯାହା ଫଳରେ ଅଟଳ ବିହାରୀ ବାଜପେୟୀ ଭାରତୀୟ ଜନସଂଘର ଅଧ୍ୟକ୍ଷ ରୂପେ ନିର୍ବାଚିତ ହେଲେ ।

ପଞ୍ଚମ ଲୋକସଭା ନିର୍ବାଚନ ୧୯୭୧ରେ ହୋଇଥିଲା, ଏଥିରେ ଭାରତୀୟ ଜନସଂଘରେ ୨୩ ଜଣ ସାଂସଦ ବିଜୟ ହୋଇଥିଲେ ।

୧୯୭୩ରେ ଏହି ଦଳର ମୁଖ୍ୟ ଦାୟତ୍ଵ ଲାଲ କୃଷ୍ଣ ଆଡ଼ବାଣୀଙ୍କୁ ଦିଆ ଗଲା । ଏ ହେଉଛି, ସେହି ସମୟ ଯେତେବେଳ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ଘୋଷଣାକୁ ବହୁ ରାଜନୈତିକ ଦଳ ବିରୋଧ କରୁଥିଲେ । ଏମିତି ପରିସ୍ଥିତିରେ ଭାରତୀୟ ଜନସଂଘ ଓ ଅନ୍ୟ କିଛି ଦଳ ମହାଗଠବନ୍ଧନ କରି “ଜନତା ପାର୍ଟି” ନାମ ଦେଲେ ।

୧୯୭୭ରେ ଷଷ୍ଠ ଲୋକସଭା ନିର୍ବାଚନରେ ଏହି ଗଠବନ୍ଧନ କଂଗ୍ରେସକୁ ପଛରେ ପକାଇ ୩୦୨ଟି ସିଟ୍ ହାତେଇ ପରିଥିଲେ । ବିଜୟ ପରେ ମୋରାରଜୀ ଦେଶଇଙ୍କୁ ପ୍ରଧାନମନ୍ତ୍ରୀ କରାଗଲା ଓ ଅଟଳ ବିହାରୀ ବାଜପେୟୀଙ୍କୁ ବିଦେଶ ମନ୍ତ୍ରୀ ଏବଂ ଲାଲ କୃଷ୍ଣ ଆଡ଼ବାଣୀଙ୍କୁ ସୂଚନା ଏବଂ ପ୍ରସାର ମନ୍ତ୍ରୀ ରୂପେ ଦାୟିତ୍ୱ ଦିଆଗଲା ।

ବିଭିନ୍ନ ମତଭେଦ ଯୋଗୁଁ ୩୦ ମାସରେ ହିଁ ଜନତା ପାର୍ଟିର ବିଲୟ ଘଟିଲା । କେତେକ ପାର୍ଟି ସମର୍ଥନ ଫେରାଇ ନେଲେ, ଯାହାଫଳରେ ମୋରାରଜି ଦେଶାଇଙ୍କୁ ଇସ୍ତଫା ଦେବାକୁ ପଡିଲା । ଏହି କାରଣରୁ ୧୯୭୯ ଜୁନରେ ଚୌଧୁରୀ ଚରଣ ସିଂ ପ୍ରଧାନମନ୍ତ୍ରୀ ହେଲେ । କଂଗ୍ରେସ ପ୍ରଥମ ସମର୍ଥନ ଦେବା ପାଇଁ ରାଜି ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଓଲଟି ଗଲେ, ଫଳରେ ୧୯୮୦ ଜାନୁୟାରୀରେ ପୁଣି ଥରେ ନିର୍ବାଚନ କାରିବାକୁ ପଡ଼ିଲା ।

ସପ୍ତମ ଲୋକସଭା ନିର୍ବାଚନରେ ଭାରତୀୟ ଜନସଂଘ ଜନତା ପାର୍ଟି ତଥା ଚୌଧୁରୀ ଚରଣ ସିଂ ଜନତା ପାର୍ଟି (ଏସ୍) ନାମରେ ନିର୍ବାଚନ ମଇଦାନକୁ ଓହ୍ଲାଇଲେ । ଫଳତଃ ଏଥିରେ କଂଗ୍ରେସ ବାଜିମାରି ୩୫୩ଟି ସିଟ୍ ହାତେଇଥିଲେ । ଯେତେବେଳ କି ଜନସଂଘକୁ ମାତ୍ର ୩୧ଟି ସିଟ୍ ମିଳିଥିଲା ।

ଫଳସ୍ୱରୂପ ଏହି ପରାଜୟରେ ମଧ୍ୟ କିଛି ଭଲ ହୋଇଥିଲା । ଇଏ ସେହି ସମୟ ଥିଲା, ଯାହା କି ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୯୮୦ ଏପ୍ରିଲ୍ ୬ ତାରିଖରେ ଭାରତୀୟ ଜନତା ପାର୍ଟିର ଆବିର୍ଭାବ ହେଲା । କିନ୍ତୁ ୧୯୮୪ ଲୋକସଭା ନିର୍ବାଚନରେ ଏହି ଦଳକୁ କେବେଳ ୨ଟି ସିଟ୍ ମିଳିଥିଲା ।

ଅନ୍ୟ ପଟେ ୧୯୮୬ରେ ଲାଲ କୃଷ୍ଣ ଆଡ଼ବାଣୀଙ୍କୁ ପାର୍ଟିର ଅଧ୍ୟକ୍ଷ କରାଗଲା । ପୁଣି ୧୯୮୯ ମସିହାରେ ନବମ ଲୋକସଭା ନିର୍ବାଚନରେ ବିଜେପି ୮୯ ସିଟ୍ ଵିଜୟ ହାସଲ କରି ଜନତାଦଳକୁ ସମର୍ଥନ କରି ଭି.ପି.ସିଂଙ୍କ ସରକାର ଗଠନ ହେଲା ।

୧୯୮୯ରେ ରାମ ମନ୍ଦିର ଆନ୍ଦୋଳନରେ ବିଜେପିକୁ ସମର୍ଥନ ମିଳିଲା । ପରେ ୧୯୯୦ରେ ଲାଲ କୃଷ୍ଣ ଆଡ଼ବାଣୀଙ୍କ ନେତୃତ୍ୱରେ ଏକ ରଥଯାତ୍ରା ଆରମ୍ଭ ହେଲା, ଯାହା ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ମୁରଲୀ ମନୋହର ଯୋଶୀ ପାର୍ଟିର ଅଧ୍ୟକ୍ଷ ହେଲେ ।

ଆଡ଼ବାଣୀଙ୍କ ରଥଯାତ୍ରା ରଣନୀତି କାମ ଦେଲା ଏବଂ ୧୯୯୧ ଲୋକସଭା ନିର୍ବାଚନରେ ବିଜେପିକୁ ୧୨୧ଟି ଆସନ ମିଳିଥିଲା, ସେତେବେଳେ କୌଣସି ଦଳକୁ ବହୁମତ ନ ମିଳିବାରୁ କଂଗ୍ରେସ ପି.ଭି. ନରସୀମା ରାଓଙ୍କୁ ସମର୍ଥନ କରି ତାଙ୍କ ନେତୃତ୍ୱରେ ସରକାର ଗଠନ ହେଲା ।

ଏହି ମଧ୍ୟରେ ୧୯୯୩ରେ ଲାଲ କୃଷ୍ଣ ଆଡ଼ବାଣୀ ପୁଣି ଥରେ ପାର୍ଟିର ଦାୟିତ୍ୱ ନିଜ ହାତକୁ ନେଇଥିଲେ । ପୁଣି ୧୯୯୬ରେ ଯେତେବେଳେ ଲୋକସଭ ନିର୍ବାଚନ ହେଲା ଆଶ୍ଚର୍ଯ୍ୟଜନକ ରୂପେ ବିଜେପିକୁ ୧୬୩ଟି ଆସନରେ ସଫଳତା ଲାଭ ହେଲା । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ଗଠନ କଲା କିନ୍ତୁ ବହୁମତ ନ ମିଳିବାରୁ ମାତ୍ର ୧୩ ଦିନରେ ସରକାର ଭାଙ୍ଗିଗଲା ।

ପୁଣି ୧୯୯୮ ଲୋକସଭା ନିର୍ବାଚନରେ ବିଜେପି ନିଜ ସତ୍ତାକୁ ଫେରି ୧୮୩ଟି ଆସନ ଅକ୍ତିଆର କଲା । ଯାହାଫଳରେ ବାଜପେୟୀ ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ । କିନ୍ତୁ ଏହି ସରକାର ମଧ୍ୟ ଭାଙ୍ଗି ଗଲା ଏବଂ ୧୯୯୯ରେ ପୁଣି ଥରେ ନିର୍ବାଚନ ହେଲା । ହେଲେ ଏହିଥର ମଧ୍ୟ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ହେଲେ ।

୨୦୦୪ରେ ବିଜେପିକୁ ମାତ୍ର ୧୪୪ଟି ଆସନ ମିଳିବାରୁ କଂଗ୍ରେସ ଗଠବନ୍ଧନ ମାଧ୍ୟମରେ ସରକାର ତିଆରି କଲେ । ସେଥିରେ ଡ଼ଃ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେଲେ ।

୨୦୦୫ରେ ପାର୍ଟିର ଅଧ୍ୟକ୍ଷତା ପଦ ରାଜନାଥ ସିଂହଙ୍କ ହାତକୁ ଆସିଲା କିନ୍ତୁ ୨୦୦୯ରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା । ଏହି ସମୟରେ ମାତ୍ର ୧୧୯ଟି ସିଟ୍ ମିଳିଥିଲା ।

ପାର୍ଟିରେ ୨୦୧୦ ରୁ ୨୦୧୩ ପର୍ଯ୍ୟନ୍ତ ନିତିନ ଗଡ଼କାରୀ ଅଧ୍ୟକ୍ଷ ହେଲେ ଏବଂ ପୁଣି ରାଜନାଥ ସିଂହକୁ ଅଧ୍ୟକ୍ଷ କରାଗଲା । ପୁଣି ଯେତେବେଳେ ୨୦୧୪ ଲୋକସଭା ନିର୍ବାଚନ ହେଲା ଅମିତ ଶାହ ନିଜର ରଣନୀତି କୌଶଳ ମାଧ୍ୟମରେ ନରେନ୍ଦ୍ର ମୋଦିଙ୍କ ନାମରେ ପୂର୍ଣ ବହୁମତ ହାସଲ କରି ସରକାର ଗଠନ କଲେ ।

ଏହି ବିଜୟରେ ଖୁସି ହୋଇ ପାର୍ଟି ଅମିତ ସାହଙ୍କୁ ଅଧ୍ୟକ୍ଷ ରୂପେ ନିର୍ବାଚିତ କଲେ । ଏହିପରି ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କ ଯୋଡ଼ି ବହୁ ରାଜ୍ୟରେ ଗଠନ କଲା ।ବର୍ତ୍ତମାନ ୨୩ ମେ ୨୦୧୯ ଫଳାଫଳ ଆସିଲେ ନିଶ୍ଚିତ ହେବ ଯେ ବିଜେପି ପୁଣି ସରକାର ଗଠନ କରିପାରିବ କି ନାହିଁ ।

୨୦୧୯ ଲୋକସଭା ନିର୍ବାଚନରେ କଣ ବିଜେପି ପୂର୍ଣ୍ଣ ସମର୍ଥନ ପାଇଁ ଏକ ଦୃଢ ସରକାର ଗଠନ କରିପାରିବ କି ? ଆପଣଙ୍କ ମତାମତ Comment Boxରେ ଦିଅନ୍ତୁ ।