ଖେଳରେ ହିରୋ ପଢ଼ାରେ ଜିରୋ । ଏହି ଛଅ ଜଣ ଭାରତୀୟ ଖେଳାଳି କେତେ ପଢ଼ିଛନ୍ତି ଜାଣନ୍ତୁ ।

Spread the love

ପଡ଼ିଆରେ ନିଜର ଜୋର ଦେଖାଉଥିବା ଏହି ଭାରତୀୟ କ୍ରିକେଟ ଖେଳାଳିମାନେ ପାଠ ପଢ଼ାରେ ବିଶେଷ ଭଲ ନୁହଁନ୍ତି ।

ଆଇପିଏଲର ଠିକ୍ ପରେ ପରେ କ୍ରିକେଟର ମହାକୁମ୍ଭ ଆରମ୍ଭ ହୋଇଯିବ । ଯାହାଫଳରେ ଖେଳାଳିମାନଙ୍କୁ ମାନସିକ ସ୍ତରରେ ଫିଟ୍ ରହିବା ପାଇଁ ପଡୁଛି । ବିରାଟଙ୍କ ଦଳ ଦୁନିଆରେ ଭାରତର ନାମକୁ ଉଜ୍ଜଳ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ବିରାଟଙ୍କ ପାଇଁ ଚାଣକ୍ୟ ସାଜି ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଦଳକୁ ଜିତାଇବା ପାଇଁ ଚେଷ୍ଟା କରିବେ । ଆଜି ଆମେ ଭାରତୀୟ କ୍ରିକେଟ ଦଳର କିଛି ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବୁ ।

୧. ବିରାଟ କୋହଲି :

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି । ଦୁନିଆର ଶ୍ରେଷ୍ଟ ବ୍ୟାଟ୍ସମ୍ୟାନ, ପଢ଼ାପଢ଼ିରେ ବିଶେଷ ଭଲ ପ୍ରଦର୍ଶନ କରି ନାହଁନ୍ତି । ପଡ଼ିଆରେ ଚୌକା ଛାକ୍କା ମାରି ପାରୁଥିବା କୋହଲି ପାଠ ପଢ଼ାରେ ଜିରୋ ଅଟନ୍ତି । କୋହଲି କେବଳ ସ୍କୁଲ ପଢା ହିଁ ଶେଷ କରିଛନ୍ତି, ପଢାପଢି ସମୟରେ ହିଁ ସେ ନିଜ ମନକୁ କ୍ରିକେଟର ଲଗାଇଥିଲେ ।

୨. ରୋହିତ ଶର୍ମା :

ଭାରତୀୟ କ୍ରିକେଟର ଉପଅଧିନାୟକ ନିଜ ବ୍ୟାଟିଂ ଫଳରେ ବଲର୍ ମାନଙ୍କ ନିଦ ହଜାଇ ଦିଅନ୍ତି । ରୋହିତ କ୍ରିକେଟର ଅନେକ ରେକର୍ଡ ବନାଇଛନ୍ତି । ରୋହିତ କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି । ପରେ ସେ ନିଜ ସ୍ୱପ୍ନକୁ ପୁରା କରିବା ପାଇଁ କ୍ରିକେଟରେ ମନ ଦେଇଥିଲେ ।

୩. ମହେନ୍ଦ୍ର ସିଂ ଧୋନୀ :

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କ ନାମରେ ଅନେକ ରେକର୍ଡ ରହିଛି । କୁଲ୍ କ୍ୟାପଟେନ୍, ସୁନ୍ଦର ଉଇକେଟକିପର୍ ବ୍ୟାଟ୍ସମ୍ୟାନ ଧୋନୀ, ଦୁନିଆରେ ଧୋନୀଙ୍କ ଅନେକ ପ୍ରଶଂସକ ରହିଛନ୍ତି । କ୍ରିକେଟ ପ୍ରତି ଅଧିକ ରୁଚି ରହିଥିବା କାରଣରୁ ଧୋନୀ କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି । ପରେ ସେ ସ୍ନାତକରେ ନାମ ଲେଖାଇ ଥିଲେ କିନ୍ତୁ ଶେଷ କରି ପାରି ନଥିଲେ ।

୪. କେଏଲ୍ ରାହୁଲ :

ନିଜର ଧୂଆଁଧାର ବ୍ୟାଟିଂ ଫଳରେ ବୋଲରଙ୍କ ନିଦ ହଜାଇ ଦେଉଥିବା ରାହୁଲ ସ୍ନାତକ ଶେଷ କରି ସାରିଛନ୍ତି । ରାହୁଲ ବାଣିଜ୍ୟରେ ସ୍ନାତକ ଶେଷ କରିଛନ୍ତି ।

୫. ହାର୍ଦିକ ପାଣ୍ଡ୍ୟା :

ନିଜର ବ୍ୟାଟିଂ ଏବଂ ବୋଲିଂ ଫଳରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ହାର୍ଦ୍ଦିକ ନବମ ଶ୍ରେଣୀରେ ଉର୍ତ୍ତିଣ କରି ପାରିନାହାନ୍ତି । ପରେ ସେ କେବେ ମଧ୍ୟ ସ୍କୁଲ ଯାଇ ନାହାଁନ୍ତି ।

୬. ବୁମରାହ :

ନିଜର ନିଆରା ଶୈଳୀର ବୋଲିଂ ଆକ୍ସନ ଫଳରେ ଦୁନିଆର ଶ୍ରେଷ୍ଟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିପାରୁଥିବା ବୁମରାହ ପଢ଼ାପଢିରେ ବିଶେଷ ଧ୍ୟାନ ଦେଇନଥିଲେ । ସେ କେବଳ ହାଇ ସ୍କୁଲ ପର୍ଯ୍ୟନ୍ତ ହିଁ ପଢ଼ିଛନ୍ତି ।