ଉତ୍ତରାଧିକାରୀଙ୍କ ବିନା ଅନୁମତିରେ ପୈତୃକ ସମ୍ପତ୍ତି ବିକ୍ରୀ କରିପାରିବ ନାହିଁ….

Spread the love

ସିମଳା, ଜିଏନଏନ:- ସୁପ୍ରିମକୋର୍ଟ ହିମାଚଳ ହାଇକୋର୍ଟର ନିଷ୍ପତ୍ତିକୁ ସମର୍ଥନ ଦେଇ କହିଛି ଯେ, ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଧାରା ୨୨ କୃଷି ଭୂମି ଉପରେ ମଧ୍ୟ ଲାଗୁ ହେବ । ଧାରା ୨୨ ଅନୁସାରେ ସଂଯୁକ୍ତ ହିନ୍ଦୁ ପରିବାରର ସମ୍ପତ୍ତିର ଭାଗ ହେବ ପୂର୍ବରୁ ଯଦି ଉତ୍ତରାଧିକାରରେ ମିଳିଥିବା ସମ୍ପତ୍ତିକୁ ଯଦି କୌଣସି ଜଣେ ସଦସ୍ୟ ବିକିବାକୁ ଚାହେଁ, ତେବେ ଅନ୍ୟ ଉତ୍ତରାଧିକାରୀମାନେ ସେହି ସମ୍ପତ୍ତିକୁ କିଣିବାର ଦାବି ପ୍ରାଥମିକତା ଆଧାରରେ କରିପାରିବେ । ଅର୍ଥାତ ସମ୍ପତ୍ତିକୁ କୌଣସି ଅନ୍ୟ ବ୍ୟକ୍ତି ବିକିବା ପୂର୍ବରୁ ଉତ୍ତରାଧିକାରୀମାନଙ୍କ ସହମତି ଜରୁରୀ ଅଟେ ।

ଏହି ବ୍ୟବସ୍ଥା ପୂର୍ବରୁ କୃଷି ଭୂମିର ଉତ୍ତରାଧିକାରୀ ବିନା ଅବଗତରେ ଅନ୍ୟ ଉତ୍ତରାଧିକାରୀର ସହମତିରେ ନିଜ ପୈତୃକ ଭାଗ କୌଣସି ଅନ୍ୟ ଲୋକଙ୍କୁ ବିକି ପାରୁଥିଲା । ହାଇକୋର୍ଟର ଖଣ୍ଡପୀଠ ସ୍ପଷ୍ଟ କରିଥିଲା ଯେ, ହିନ୍ଦୁ ସେକ୍ସନ ଆକଟ୍ ରେ ପ୍ରବଧାନ କୃଷି ଭୂମି ସହ ଯୋଡିତ ବିବାଦ ଉପରେ ମଧ୍ୟ ଲାଗୁ ହେବ । କାର୍ଯ୍ୟବାହକ ମୁଖ୍ୟ ନ୍ୟାୟାଧୀଶ ସଂଜୟ କରୋଲ ଓ ନ୍ୟାୟାଧୀଶ ଧର୍ମଚନ୍ଦ ଚୌଧୁରୀଙ୍କର ଖଣ୍ଡପୀଠରେ ଦୁଇ ବିରୋଧାଭାଷି ଏକଲ ପୀଠ ନିର୍ଣ୍ଣୟ ଉପରେ ନିଜର କଥା ସ୍ପଷ୍ଟ କରି ଏହି ନିଷ୍ପତ୍ତି ଶୁଣାଇଥିଲେ ।

୨୦୦୮ରେ ହାଇକୋର୍ଟ ଏକଲପୀଠ ନିଷ୍ପତ୍ତି ଶୁଣାଇଥିଲେ ଯେ ହିନ୍ଦୁ ସେକ୍ସନ ଆକଟ୍ ପ୍ରବଧାନ କୃଷି ଭୂମିର ବିକ୍ରି ଉପରେ ଲାଗୁ ହୋଇ ନଥିଲା । ୨୦୧୫ରେ ପ୍ସରୀତ ନିଷ୍ପତ୍ତିରେ ଅନ୍ୟ ଏକଲପୀଠ ଏହି ନିର୍ଣ୍ଣୟ ଶୁଣାଇଥିଲେ ଯେ, ହିନ୍ଦୁ ସେକ୍ସନ ଆକଟ୍ ପ୍ରବଧାନ କୃଷି ଭୂମିର ବିକ୍ରି ଉପରେ ଲାଗୁ ହେବ । ଏହାପରେ ଦୁଇ ବିରିଧାଭାଷି ନିଷ୍ପତ୍ତିକୁ ଧ୍ୟାନରେ ନେବା ପରେ ଏକଲପୀଠ ଏହି ମାମଲାକୁ ହାଇକୋର୍ଟ ଖଣ୍ଡପୀଠର ସମୀକ୍ଷାରେ ଉଚିତ ନିଷ୍ପତ୍ତି ପାଇଁ ପଠା ଯାଇଥିଲା । ଯାହାପରେ ଖଣ୍ଡପୀଠ ୨୦୧୫ରେ ନିଆଯାଇଥିବା ନିଷ୍ପତ୍ତିକୁ ଠିକ୍ ବୋଲି କହିଥିଲେ ଓ ସ୍ପଷ୍ଟ କରିଥିଲେ ଯେ ହିନ୍ଦୁ ସେକ୍ସନ ଆକଟ୍ ର ଧାରା ୨୨ ଅନୁସାରେ କୃଷି ଯୋଗ୍ୟ ଭୂମି ସହିତ ସବୁ ପ୍ରକାର ଭୂମି ବିବାଦ ପାଇଁ ହିନ୍ଦୁ ଉତ୍ତରାଧିକାରୀ ପ୍ରବଧାନ ଲାଗୁ ହେବ । ଏହି ନିଷ୍ପତ୍ତି ଉପରେ ନ୍ୟାୟାଧୀଶ ସିବି ବୋରବଲୀୟ ୭ ମଇ ୨୦୧୮ରେ ବାବୁ ରାମ ଅପିଲ୍ କୁ ଖାରଜ କରି ସେହି ନିଷ୍ପତ୍ତିକୁ ଠିକ୍ କୁହାଗଲା । ବାବୁ ରାମ ସୁପ୍ରିମକୋର୍ଟରେ ହାଇକୋର୍ଟର ନିଷ୍ପତ୍ତିକୁ ଚାଲେଞ୍ଜ ଦେଇଥିଲେ ।