ବାରମ୍ବାର ବ୍ୟାଙ୍କ ଯିବାରୁ ଝଞ୍ଜଟରୁ ମୁକ୍ତି । ବର୍ତ୍ତମାନ ଏଟିମ୍ ଜରିଆରେ ଏହି ୮ଟି ଜରୁରୀ କାମ ଆପଣ କରିପାରିବେ ।

Spread the love

ବର୍ତ୍ତମାନ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ଏହି ସେବା ଯୋଗାଇ ଦେଵ ଯାହା ପାଇଁ ଆପଣଙ୍କୁ ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବା ପାଇଁ ପଡିବ ନାହିଁ ।

ପ୍ରାୟତଃ ଲୋକେ ଏଟିମର ବ୍ୟବହାର ଟଙ୍କା ଉଠାଇବା ପାଇଁ କରିଥାନ୍ତି କିମ୍ବା ସେଭିଙ୍ଗ ଅକାଉଣ୍ଟର ବ୍ୟାଲେନ୍ସ ଚେକ୍ କରିବା ପାଇଁ କରନ୍ତି । କିନ୍ତୁ ଆପଣ ବ୍ୟାଙ୍କ ଏଟିମ୍ ଜରିଆରେ ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବା ପାଇଁ ପଡିବ ନାହିଁ ଏବଂ ଆପଣଙ୍କ ଜରୁରୀ କାର୍ଯ୍ୟ ଏଟିମ୍ ଜରିଆରେ ହିଁ ହୋଇଯିବ । ଆପଣ ବ୍ୟାଙ୍କର ଏଫଡ଼ି, ଟିକସ ପୈଠ, ମୋବାଇଲ ରିଚାର୍ଜ ପରି ଅନେକ କାର୍ଯ୍ୟ ବିନା ବ୍ୟାଙ୍କ ଯାଇ କରିପାରିବେ ।

ଫିକ୍ସ ଡିପୋଜିଟ୍ ସୁବିଧା :

ଆପଣ ଏଟିମ୍ ଜରିଆରେ ଫିକ୍ସ ଡିପୋଜିଟ କରିପାରିବେ । ଆପଣଙ୍କୁ ମ୍ୟେନୁରେ ଦିଆଯାଇଥିବା ପ୍ରଣାଳୀକୁ ଫୋଲୋ କରିବା ପାଇଁ ପଡିବ । ଏଥିରେ ଆପଣଙ୍କୁ ଫିକ୍ସ ଡିପୋଜିଟର ଅବଧି, ଟଙ୍କା ପୈଠ କରିବାର ଅପସନ୍ ମିଳିବ ।

ଟିକସ ପୈଠ :

ଦେଶର ଅନେକ ବ୍ୟାଙ୍କର ଏଟିମ୍ ଆପଣଙ୍କୁ ଟିକସ ପୈଠ କରିବାର ସୁବିଧା ଦେଇପାରୁଛି । ଏଥିରେ ଅଗ୍ରୀମ ଟିକସ, ସେଲ୍ଫ ଏସେସମେଣ୍ଟ ଟିକସ ଏବଂ ପ୍ରତ୍ୟେହ ଏସେସମେଣ୍ଟ ଟିକସ୍ ପରେ ପୈଠ କରାଯାଉଥିବା ଟିକସ ସାମିଲ ଅଟେ ।

ପ୍ରଥମେ ଆପଣଙ୍କୁ ବ୍ୟାଙ୍କର ୱେବସାଇଟ କିମ୍ବା ବ୍ୟାଙ୍କ ଯାଇ ରେଜିଷ୍ଟ୍ରର କରିବା ପାଇଁ ପଡିବ । ଏହା ପରେ ଆପଣ ଏଟିମ୍ ଯାଇ ଟିକସ ପୈଠ କରିପାରିବେ ।

ଆକାଉଣ୍ଟରୁ ଟଙ୍କା କଟିବା ପରେ ଆପଣଙ୍କୁ ଏକ ସିଆଇଏନ୍ ନମ୍ବର ମିଳିବ ଏହାର ୨୪ ଘଣ୍ଟା ପରେ ଆପଣ ବ୍ୟାଙ୍କ ୱେବସାଇଟ ଭିଜିଟ କରି ଚାଲାଣ ପ୍ରିଣ୍ଟ କରି ପାରିବେ ।

ପାଖରେ ଥିବା ଏଟିମରେ ଟଙ୍କା ଜମା କରନ୍ତୁ :

ଅନେକ ବ୍ୟାଙ୍କ ବର୍ତ୍ତମାନ କ୍ୟାସ ଡ଼ିପୋଜିଟ ମ୍ୟାସିନ ଲଗାଇ ସାରିଲେଣି । ଏକ ସାଙ୍ଗରେ ଆପଣ ଏଥିରେ ୪୯୯୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଏହି ମ୍ୟାସିନିରେ ଆପଣ ୨୦୦୦, ୫୦୦, ୧୦୦ ଏବଂ ୫୦ ଟଙ୍କା ମଧ୍ୟ ଜମା କରିପାରିବେ ।

ଜୀବନ ବୀମା ପୋଲିସି ଭରି ପାରିବେ :

LIC, HDFC, SBI ଲାଇଫ ପରି ଅନେକ ଜୀବନ ବୀମା ପଲିସି ଆପଣ ଏଟିମ ଜରିଆରେ ଭରି ପାରିବେ । ଏଥିପାଇଁ ଆପଣଙ୍କୁ ପଲିସି ନମ୍ବର ପ୍ରସ୍ତୁତ ରଖିବା ଦରକାର ଅଟେ । ଏଟିମ୍ ପେ ଅପସନରେ ଆପଣ ବୀମା କମ୍ପାନୀର ନାମ ବାଛିବା ପାଇଁ ପଡ଼ିବ ଏବଂ ପୋଲିସି ନମ୍ବର, ଜନ୍ମ ତାରିଖ ଏବଂ ମୋବାଇଲ ନମ୍ବର ଦେବା ପାଇଁ ପଡିବ । ଏହାପରେ ପ୍ରିମୀୟମ୍ ଟଙ୍କା ଦେଇ କନଫର୍ମ କରନ୍ତୁ ।

ଋଣ ଆବେଦନ କରନ୍ତୁ :

ଛୋଟ ନିଜସ୍ୱ ଋଣ ପାଇଁ ଆପଣ ଏଟିମ୍ ଜରିଆରେ ଆବେଦନ କରିପାରିବେ । ଏହିପାଇଁ ଆପଣଙ୍କୁ ମୋବାଇଲ ବ୍ୟାଙ୍କିଙ୍ଗ କିମ୍ବା ବ୍ୟାଙ୍କ ଯିବା ପାଇଁ ପଡିବ ନାହିଁ ।କୌଣସି ଘରୋଇ ବ୍ୟାଙ୍କର ଏଟିମ୍ ଜରିଆରେ ନିଜ ଗ୍ରାହକ ମାନଙ୍କୁ ପ୍ରି-ଏପ୍ରୂଭଡ୍ (Pre approved) ଋଣ ଯୋଗାଇ ଦେଉଛି ବ୍ୟାଙ୍କ ।

ଏହାକୁ ଏଟିମ୍ ମାଧ୍ୟମରେ ବାହାର କରି ପାରିବେ । ଋଣର ଟଙ୍କା ଅଗ୍ରୀମ ଏନାଲିଟିକ୍ସ ଜରିଆରେ କରାଯାଇ ଥାଏ । ଏଥିପାଇଁ ଗ୍ରାହକଙ୍କ ଟ୍ରାଞ୍ଜେକ୍ସନ ଲିଷ୍ଟ, ଆକାଉଣ୍ଟ ବ୍ୟଲେନ୍ସ, ସ୍ୟାଲେରି ଟଙ୍କା କ୍ରେଡିଟ/ଡେବିଟ କାର୍ଡର ରିପେମେଣ୍ଟ ରେକର୍ଡ଼ ଦେଖା ଯାଇଥାଏ ।

ଟଙ୍କା ପ୍ରେରଣ :

ଯଦି ଆପଣ ନେଟ୍ ବ୍ୟାଙ୍କିଙ୍ଗ କରୁ ନାହାନ୍ତି; ତେବେ ଆପଣ ନିଜ ଖାତାରୁ ଅନ୍ୟ ଜଣଙ୍କ ଖାତାକୁ ଟଙ୍କା ଏଟିମ୍ ଜରିଆରେ ପଠାଇ ପାରିବେ । ଏଥିପାଇଁ ଆପଣଙ୍କୁ ଅନଲାଇନ୍ କିମ୍ବା ବ୍ୟାଙ୍କ ଯାଇ ସେହି ଖାତାକୁ ରେଜିଷ୍ଟ୍ରର କରିବା ପାଇଁ ପଡିବ । ଆପଣ ଥରକରେ ୪୦୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପଠାଇ ପାରିବେ । ଦିନରେ ଆପଣ ଅନେକ ଥର ଟଙ୍କା ପଠାଇ ପାରିବେ ।

ବିଲ୍ ପୈଠ କରନ୍ତୁ :

ଟେଲିଫୋନ, ବିଜୁଳି, ଗ୍ୟାସ କିମ୍ବା ଅନ୍ୟ କୌଣସି ବିଲ୍ ଆପଣ ପୈଠ କରିପାରିବେ । ଏହା ପୂର୍ବରୁ ଆପଣଙ୍କୁ ଥରେ ବ୍ୟାଙ୍କ ଯାଇ ରେଜିଷ୍ଟ୍ରର କରିବା ପାଇଁ ପଡିବ ।

ଟ୍ରେନ ଟିକଟ ବୁକ୍ କରି ପାରିବେ :

ଦେଶର ସବୁଠାରୁ ବଡ SBI, ଅନେକ ଏଟିମ୍ ମାଧ୍ୟମରେ ଆପଣ ନିଜ ଟ୍ରେନ ଟିକଟକୁ ବୁକ୍ କରି ପାରିବେ । ବର୍ତ୍ତମାନ କେବଳ ଲମ୍ବା ଯାତ୍ରା ପାଇଁ ଟିକଟ୍ ବୁକ୍ କରାଯାଇ ପାରୁଛି ।