ଫାଶୀ ଦେବା ପୂର୍ବରୁ ଜଲାଦ କାନରେ ଏହି ଶବ୍ଦ କହିଥାଏ । ଶୁଣିବା ପରେ ଭୟରେ କମ୍ପି ଉଠନ୍ତି ଅପରାଧୀ ।

Spread the love

ଆପଣ ମାନେ ଜାଣିଛନ୍ତି; ଯେତେବେଳେ କୌଣସି ବ୍ୟକ୍ତି ବଡ଼ ଅପରାଧ କରିଥାଏ, ତେବେ ତାହାକୁ ବଡ଼ ଦଣ୍ଡ ମିଳିଥାଏ । ଫାଶୀ କିମ୍ବା ଆଜୀବନ କାରାଦଣ୍ଡ । ଆଜୀବନ କାରଦଣ୍ଡରୁ ବଡ଼ ଦଣ୍ଡ ହେଉଛି ଫାଶୀ । କାରଣ ଯେତେବେଳେ ଫାଶିର ନାମ ଅପରାଧୀ ନିଜ କାନରେ ଶୁଣେ ସେ ଭୟରେ କମ୍ପି ଉଠିଥାଏ ।

ଅପରାଧୀ ଯେତେବେଳେ ଅପରାଧ କରିଥାଏ କିନ୍ତୁ ସେ ଜାଣି ନ ଥାଏ ତାକୁ କେଉଁ ଦଣ୍ଡ ମିଳିବ । ଆଜି ଆମେ କହିବୁ ଫାଶୀ ଦଣ୍ଡ ମିଳିବା ପରେ ଅପରାଧୀଙ୍କୁ ଜଲାଦ କଣ କହିଥାଏ କାନରେ ।

ଯେତେବେଳେ କୌଣସି ବ୍ୟକ୍ତିଙ୍କୁ କୋର୍ଟ ଫାଶୀ ଦଣ୍ଡ ଶୁଣାଇଥାଏ; ସେହି ସମୟରେ ଜର୍ଜ ନିଜର କଲମର ନିବକୁ ଭାଙ୍ଗି ଦେଇଥାନ୍ତି । ଫାଶୀ ଦେବା ପାଇଁ ଅନେକ ଗୁଡିଏ ନିୟମ ରହିଛି । ଯେଉଁଥିରେ ଫାଶିର ଫନ୍ଦାର ସ୍ଥାନ, ସମୟ ଇତ୍ୟାଦି ବିଷୟର ଧ୍ୟାନ ରଖା ଯାଇଥାଏ ।

ଯେଉଁ ଦିନ ଅପରାଧୀଙ୍କୁ ଫାଶିର ସଜା ଦିଆଯାଏ, ସେହି ଦିନ ଜେଲ ଅଧ୍ୟକ୍ଷକ, ଡାକ୍ତର, ମାଜିଷ୍ଟ୍ରେଟ ଏବଂ ଜଲାଦ ସେଠାରେ ଉପସ୍ଥିତ ହୋଇଥାନ୍ତି । ଏହି ବ୍ୟକ୍ତି ମାନଙ୍କ ଅନୁପସ୍ଥିତିରେ ଅପରାଧୀକୁ ଫାଶୀ ଦେବା ସମ୍ଭବ ନୁହେଁ । ଯେଉଁ ଅପରାଧୀକୁ ଫାଶୀ ଦିଆଯିବ; ସେହି ଅପରାଧୀର ସହ ଶେଷ ସମୟ ପର୍ଯ୍ୟନ୍ତ ଜଲାଦ ରହିଥାଏ । କାରଣ ସବୁଠୁ ବଡ଼ କାର୍ଯ୍ୟ ଜଲାଦ ହୋଇଥାଏ ।

ଫାଶୀ ଦେବା ସମୟରେ ଜଲାଦ ଅପରାଧିର କାନରେ ଏହି ଶବ୍ଦ କହିଥାଏ :

ଅପରାଧୀକୁ ଫାଶୀ ଦେବା ପୂର୍ବରୁ ଚବୂତରେ ଠିଆ କରାଯାଇ ଥାଏ ଏବଂ ତାକୁ କଳା ରଙ୍ଗର କପଡା ମୁହଁରେ ଘୋଡାଇ ଦିଆଯାଏ । ଏହାପରେ ଫନ୍ଦାକୁ ଗଳାରେ ଲଗାଇ ଦିଆଯାଏ ଏବଂ ଜଲାଦ ଅପରାଧିର କାନରେ କହିଥାଏ, ମୁସଲିମକୁ ସଲାମ, ହିନ୍ଦୁଙ୍କୁ ରାମ ରାମ । ଜଳାଦର କହିବାର ଅର୍ଥ ହେଉଛି, “ମୁଁ ମୋ କର୍ତ୍ତବ୍ୟ ଆଗରେ ମଜଭୁର ଅଟେ ।” ଏହା ପରେ ଜଲାଦ କହିଥାଏ, “ମୁଁ ଆପଣଙ୍କୁ ସତ୍ୟତାର ରାସ୍ତାରେ ଯିବା ପାଇଁ କାମନା କରୁଛି ।” ଅପରାଧୀକୁ ଏହା କହିବା ପରେ ଶୀଘ୍ର ଲିଭର ଟାଣି ଦେଇଥାଏ, ଅପରାଧୀ ଫାଶିର ଫନ୍ଦାରେ ଲଟକି ଯାଇଥାଏ ଏବଂ ଦୁନିଆ ଛାଡ଼ି ଚାଲି ଯାଇଥାଏ ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।