ବିବାହର ପ୍ରଥମ ରାତିରେ ବର, କନ୍ୟାଙ୍କୁ ଏପରି କିଛି ପ୍ରଶ୍ନ ପଚାରିଥିଲେ; ଯାହାଫଳରେ ପରଦିନ ସକାଳେ କନ୍ୟାଙ୍କ ସଂସାର ଉଜୁଡି ଯାଇଥିଲା ।

Spread the love

ବିବାହ ପ୍ରତି ଝିଅଙ୍କ ଜୀବନର ଏକ ଭଲ ମୁହୂର୍ତ୍ତ ହୋଇଥାଏ । ଏହି ମୁହୂର୍ତ୍ତକୁ ପ୍ରତି ଝିଅ ଅପେକ୍ଷା କରିଥାନ୍ତି । ବିବାହକୁ ନେଇ ପ୍ରତି ଝିଅ ଅନେକ ସପ୍ନ ଦେଖିଥାନ୍ତି । ବିବାହ ପରେ କଣ କରିବେ ? କିପରି ପତିଙ୍କ ବ୍ୟବହାର ରହିବ ? ଏହି ସବୁ କଥାକୁ ନେଇ ବହୁତ ଚିନ୍ତାରେ ରୁହନ୍ତି ଝିଅମାନେ । ଥରେ ଭାବି ଦେଖନ୍ତୁ ଝିଅଟି ନିଜ ପତି ସହ ବିବାହର ପ୍ରଥମ ଦିନ ରାତିରେ ଶୋଇ, ସକାଳୁ ଉଠି ଦେଖେ ତା ପତି ଫାଶୀ ଦେଇ ମରି ଯାଇଛି; ତେବେ ସେହି ଝିଅଟି ଜୀବନରେ କଣ ସବୁ ଘଟିବ ? ଏହିପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବାଂଡା ଜିଲ୍ଲାର ରହୁଥିବା ୨୮ ବର୍ଷୀୟ ନିର୍ମଳାଙ୍କ ସହ ।

୨୧ ଫେବୃୟାରୀରେ ବାଂଡା ଜିଲ୍ଲାର ବବେରୁ କୋତବଳି କ୍ଷେତ୍ରର ପତବନ ଗାଁରେ ବିକାଶ ନାମକ ପୁଅର ବିବାହ ନିର୍ମଳାଙ୍କ ସହ ହୋଇଥିଲା । ପୁରା ଶାନ୍ତଶିଷ୍ଟ ବାତାବରଣରେ ଏହି ବିବାହ ସମ୍ପର୍ଣ୍ଣ ହୋଇଥିଲା । ପତ୍ନୀ ନିର୍ମଳା କହିଛନ୍ତି; ବିବାହର ଗୋଟିଏ ଦିନ ପରେ ମାନେ ୨୨ ଫେବୃୟାରି ଦିନ ବିକାଶ ମୋ ପାଖକୁ ଆସିଥିଲେ ଓ ମୋତେ ମୋ ପରୀକ୍ଷା ବିଷୟରେ ପଚାରିଥିଲେ ଓ ପରେ ସେ ସେଠାରୁ ଚାଲି ଯାଇଥିଲେ । କିନ୍ତୁ ନିଜର ଫୋନ ସେଠାରେ ଛାଡି ଚାଲି ଯାଇଥିଲେ । ରାତି ପ୍ରାୟ ୩ ରୁ ୫ଟା ଭିତରେ ତାଙ୍କ ଭାଉଜଙ୍କ ବାରମ୍ବାର ଫୋନ ଆସିଥିଲା । କିନ୍ତୁ ଏହା କଣ ସବୁ ଘଟୁଛି ନିର୍ମଳା କିଛି ବୁଝି ପାରିନଥିଲେ ।

ଅନ୍ୟପଟେ ବିକାଶର ପରିବାର ମଧ୍ୟ ବିକାଶର ଆତ୍ମହତ୍ୟା ବିଷୟରେ କିଛି କହି ପାରୁନଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ବିକାଶ ଶୁକ୍ରବାର ଦିନ ରାତିରେ ଭୋଜନ ଖାଇଥିଲା । ସକାଳେ ପରିବାର ଲୋକ ବିକାଶକୁ ଫାସୀରେ ଝୁଲୁଥିବା ଦେଖିଥିଲେ । ଏହାପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଜବାନ ପୁଅ ଏପରି ଚାଲି ଯାଇଥିବାରୁ ପରିବାରରେ ଶୋକର ଛାୟା ଖେଳିଯାଇଛି । ଗାଁର ମୁଖିଆ ରଣବୀର ସିଂ ରାଣା କହିଛନ୍ତି; ବିକାଶ ଏକ ସରଳ ସାଧାସିଧା ପିଲା ଥିଲା । ବିକାଶର କେବେ ମଧ୍ୟ କୌଣସି ବ୍ୟକ୍ତି ସହ ଝଗଡା ହୋଇନାହିଁ । ସେ ଏପରି ଆତ୍ମହତ୍ୟା କରିବ ବୋଲି ଆମେ ଭାବି ପାରୁନାହୁଁ ।

ଏଏସପି ଲାଲ ଭରତ ପାଲ କହିଛନ୍ତି; ଆମେ ବିକାଶର ଶବକୁ ବ୍ୟବଛେଦ ପାଇଁ ପଠାଇ ଦେଇଛୁ । ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହୋଇପାରିବ । ବର୍ତ୍ତମାନ ଆମେ ଏହି ଘଟଣାର ଯାଞ୍ଚ କରୁଛୁ ।

ଏହି ଘଟଣା ପରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି । ଲୋକଙ୍କ ମଧ୍ୟରେ ଏହି କଥାବାର୍ତ୍ତା ଚାଲିଛି ଯେ, କେଉଁ କାରଣ ପାଇଁ ବିକାଶ ପରି ଶାନ୍ତ ସ୍ୱଭାବର ବ୍ୟକ୍ତି ବିବାହର ଗୋଟିଏ ଦିନ ପରେ ଆତ୍ମହତ୍ୟା କରିଛି । ଥରେ ଭାବନ୍ତୁ; ସେହି ନୂଆ ବିବାହିତ ଝିଅ ନିର୍ମଳାଙ୍କ ସହ କଣ ବିତୁଥିବ ? ଯାହାର ବିବାହର ଗୋଟିଏ ଦିନ ପରେ ନିଜ ସ୍ୱାମୀର ମୃତ୍ୟୁ ହୋଇଯାଇଛି । ସେ କେବେ ମଧ୍ୟ ଭାବି ନଥିବେ ବିବାହର ଗୋଟିଏ ଦିନ ପରେ ଏପରି ବିଧବା ହୋଇଯିବେ ।