ପିଏମ୍ ମୋଦୀଙ୍କ “ମ୍ୟାକ୍ ଇନ୍ ଇଣ୍ଡିଆ”ରେ ବଡ ସଫଳତା, ବର୍ତ୍ତମାନ ଭାରତରେ ତିଆରି ହେଉଛି iphone 7

Spread the love

ତାଇବାନର କଣ୍ଟ୍ରାକ୍ଟ ମେନିଫେଚ୍ୟରିଙ୍ଗ କମ୍ପାନୀ ପଶ୍ଚିମ ବେଙ୍ଗଲୁରରେ iphone 7 ଡିଭାଇଜ ଉତ୍ପାଦନ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ କରିଛି ।

ଭାରତରେ iphone ନିର୍ମାଣ ହେଲେ, iphoneର ମୂଲ୍ୟରେ ହ୍ରାସ ହେବ ।

:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାହାତ୍ତ୍ୱାକାଂକ୍ଷା ଯୋଜନା “ମ୍ୟାକ୍ ଇନ୍ ଇଣ୍ଡିଆ”ରେ ବଡ ସଫଳତା । “ମ୍ୟାକ୍ ଇନ୍ ଇଣ୍ଡିଆ” ଯୋଜନା ଦ୍ଵାରା ଭାରତରେ ପ୍ରଥମ ଥର ଆପ୍ପଲ୍ ଆ.ଫୋନ ତିଆରି ହେବ ଆରମ୍ଭ ହୋଇଛି । ଦୁନିଆର ପ୍ରମୁଖ ମୋବାଇଲ କମ୍ପାନୀ Apple ଭାରତରେ iphone SE ଓ iphone 6S ସହ iphone 7 ନିର୍ମାଣ କରିବା ଆରମ୍ଭ କରିଛି । Appleର ଏହି ନିସ୍ପତିରେ ଦୁନିଆର ପ୍ରମୁଖ ଗ୍ଲୋବାଲ ଟେକ୍ କମ୍ପାନୀ ଗୁଡିଆ ଭାରତ ପ୍ରତି ବିଶ୍ଵାସ ବଢିବ ଏବଂ ଆଗାମୀ ଦିନରେ ଭାରତର ଟେକନଲୋଜି କ୍ଷେତରେ ଆହୁରି ରୂପରେଖା ବଦଳିବା । Apple iphone କମ୍ପାନୀ ସଂକେତ ଦେଇଛି, ଭାରତରେ ମେନିଫେଚ୍ୟରିଙ୍ଗ ହୱ ଜରିଆରେ ଭାରତରେ ଏହି କମ୍ପାନୀ ନିଜର ଭିତ୍ତ ଭୂମି ସ୍ଥାପନ କରିବା ସଙ୍ଗେ ସଙ୍ଗେ ଉନ୍ନତି ମଧ୍ୟ କରିବା ପାଇଁ ଇଚ୍ଛୁକ ।

ତାଇବାନର ମିଳିଲା କଣ୍ଟ୍ରାକ୍ଟ

ମିଡିଆ ରିପୋର୍ଟ ଅନୁସାରେ Apple କହିଛି, “ଆମକୁ ଗର୍ବ ହେଉଛି, ଆମେ ନିଜର ଗ୍ରହକଙ୍କ ପାଇଁ ବେଙ୍ଗଲୁରରେ iphone 7 ତିଆରି କରିବୁ ।” ଏହାଦ୍ଵାରା ଭାରତ ସହିତ ଆମର ଦୀର୍ଘ ସମୟ ଧରି ପ୍ରତିଶ୍ରୁତି ବଳବତର ରହିବା ଓ ସମ୍ପର୍କ ମଧ୍ୟ ଅଧିକରୁ ଅଧିକ ମଜବୁତ ହେବ । ତାଇବାନର କଣ୍ଟ୍ରାକ୍ଟ ମେନିଫେଚ୍ୟରିଙ୍ଗ କମ୍ପାନୀ ପଶ୍ଚିମ ବେଙ୍ଗଲୁରରେ ମାର୍ଚ୍ଚ ମାସରୁ iphone 7 ଡିଭାଇଜ ତିଆରି କରୁଛି । ପଶ୍ଚିମ ବେଙ୍ଗଲୁର ପ୍ଲାଣ୍ଟରେ iphone SE ଓ iphone 6S ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ସଂପୂର୍ଣ୍ଣ କାର୍ଯ୍ୟାବଳୀକୁ ଦୃଷ୍ଟି ନିକ୍ଷେପ କରିଲେ, ଜଣାପଡ଼ୁଛି, ଆଗାମୀ ଦିନରେ iphoneର ମୂଲ୍ୟରେ ଯଥେଷ୍ଟ କମିବାର ସମ୍ଭାବନା ରହିଛି । ସେମାନଙ୍କ କହିବ କଥା, ଭାରତରେ ବିନିର୍ମାଣ ବାବଦକୁ ଯାହା ଲାଭ ହେବ, କମ୍ପାନୀ ସେହି ଲାଭକୁ ଆକ୍ରମଣାତ୍ମକ ବିକ୍ରି ଓ ମାର୍କେଟିଂଗରେ ଖର୍ଚ୍ଚ କରିବା ।

୫୦୦୦ କୋଟି ଟଙ୍କା ନିବେଶ ପାଇଁ ମଞ୍ଜୁର :

ଆପଣଙ୍କୁ ଜଣାଇଦେଉଛୁ, ୱେଷ୍ଟର୍ନ ବେଙ୍ଗଲୁରରେ ସ୍ଥାପିତ ଏହି କମ୍ପାନୀ ବିନିର୍ମାଣ ଉଦ୍ୟୋଗ ବିସ୍ତାର ପାଇଁ ୫୦୦୦ କୋଟି ଟଙ୍କା ନିବେଶ କରିବା ପାଇଁ ସରକାର ମଞ୍ଜୁର ଦେଇଛି । ଏହାର ଏକମାତ୍ର ଉଦ୍ଦେଶ୍ୟ Appleର ଉଚ୍ଚ ନିର୍ମାଣ କୌଶଳ ସମ୍ପର୍ଣ୍ଣ ଡିଭାଇଜ ନିର୍ମାଣ କରିବା ।