ଭାରି ଚତୁର ହୋଇଥାନ୍ତି ଏହି ଅକ୍ଷର ନାମଧାରୀ ଝିଅମାନେ ! ଲୋକଙ୍କୁ ବୋକା ବନେଇବା ଏମାନଙ୍କ ପାଇଁ ବହୁତ ସହଜ ।

Spread the love

ତୃତୀୟ ନମ୍ବର ଝିଅମାନେ ସବୁଠାରୁ ଅଧିକ ବିପଦଜନକ ।

ଦୁନିଆରେ ଆପଣଙ୍କୁ ଏମିତି ବହୁତ ଲୋକ ମିଳି ଯିବେ, ଯେଉଁମାନେ ଲୋକମାନଙ୍କୁ କମ ବୁଦ୍ଧିର ବୋଲି ମନେ କରନ୍ତି ଓ ତାଙ୍କୁ ବୋକା ବନେଇବାରେ ସୁଯୋଗ ଖୋଜିଥାନ୍ତି । ସେମାନଙ୍କୁ ଲାଗେ ଯେ, ଝିଅମାନେ ସରଳ ଥାନ୍ତି ଓ ତାଙ୍କୁ ଯଦି କିଛି ଖରାପ ବ୍ୟବହାର କରିବା, ସେମାନେ କିଛି ଉତ୍ତର ଦେଇ ପାରିବେ ନାହିଁ । କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି । ଝିଅମାନେ ମଧ୍ୟ ଚତୁର ହେବାକୁ ଲାଗିଛନ୍ତି । ଆପଣ ତାଙ୍କୁ ଯେତିକି ବୋକା ମନେ କରନ୍ତି; ସେମାନେ ସେମିତି ବୋକି ହୋଇନାହାନ୍ତି । ବରଂ କିଛି ବିଶେଷ ଝିଅମାନେ ଏତେ ଚତୁର ଏବଂ ପ୍ରଖର ବୁଦ୍ଧି ସମ୍ପର୍ଣ୍ଣର ହୋଇଥାନ୍ତି ଯେ, ସେମାନେ ଆପଣଙ୍କୁ ହିଁ ବୋକା ବନେଇ ପାରିବେ । ଏହି ଝିଅମାନେ କାହାକୁ ଡରି ନଥାନ୍ତି ଓ କଷ୍ଟ ଆସିଲେ ମଧ୍ୟ ଡରନ୍ତି ନାହିଁ । ଏମାନଙ୍କର ସବୁଠାରୁ ବଡ଼ ହତିଆର ଏମାନଙ୍କ ବୁଦ୍ଧି ହୋଇଥାଏ । ଏହାର ବ୍ୟବହାର କରି ଏମାନେ କୌଣସି ପୁଅଙ୍କୁ ମଧ୍ୟ ତାଙ୍କ ଭୁଲ କର୍ମର ଉତ୍ତର ଦେଇପାରନ୍ତି ।

ଏହି ଝିଅମାନଙ୍କ ଠାରେ ଏହି ପ୍ରତିଭା ଜନ୍ମରୁ ହିଁ ରହିଥାଏ, ଯାହା ଏମାନଙ୍କ ବଡ଼ ହେଉ ହେଉ ସାମନାକୁ ଭଲ ଭାବେ ଦେଖାଯାଏ । ଏଥିପାଇଁ ଆପଣ କହି ପାରିବେ ଯେ, ଏହା ଏମାନଙ୍କ ରାଶି ଓ ତାକୁ ଆଧାର କରି ଦିଆଯାଇଥିବା ନାମ ବହୁତ ମହତ୍ତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ଚାଲନ୍ତୁ ବିଳମ୍ବ ନକରି ଆମେ ଜାଣି ନେବା ଯେ, ସେ ଅକ୍ଷର ଗୁଡ଼ିକ କଣ ଏବଂ କେଉଁ ଜାତକର ଝିଅମାନେ ବହୁତ ଚତୁର ଏବଂ ପ୍ରଖର ବୁଦ୍ଧି ବିଶିଷ୍ଟ ଅଟନ୍ତି ।

J ଅକ୍ଷର ଥିବା ନାମର ଝିଅମାନେ :

ଏହି ଅକ୍ଷର ଥିବା ଝିଅମାନେ ଯେକୌଣସି ବ୍ୟକ୍ତିଙ୍କୁ ଭେଟିଲେ, ସେହି ବ୍ୟକ୍ତିଙ୍କୁ ଭଲ ଭାବରେ ଜାଣି ନିଅନ୍ତି । ତାଙ୍କୁ ଜଣାଥାଏ ଯେ, ସେ ବ୍ୟକ୍ତି କିପରି ଅଟନ୍ତି ଓ ସେମାନଙ୍କ ଚିନ୍ତାଧାରା ଏବଂ ବ୍ୟବହାର କିପରି ଅଟେ । ଏହି ଅକ୍ଷର ଥିବା ଝିଅମାନେ ଯାହାକୁ ମଧ୍ୟ ଦେଖିବା ମାତ୍ରକେ ତାଙ୍କର ଦୁର୍ବଳତାର ସନ୍ଧାନ କରି ନିଅନ୍ତି । ଏହା ପରେ ସେ ଏହି ଦୁର୍ବଳତା ଆଧାରରେ ଆପଣଙ୍କୁ ହରାଇ ଦିଅନ୍ତି କିମ୍ବା ବୋକା ବନେଇ ଦିଅନ୍ତି । ଏଥିପାଇଁ ଏହି ନାମ ଥିବା ଝିଅମାନଙ୍କୁ କେବେ ମଧ୍ୟ ମିଛ କହିବେ ନାହିଁ ନ ହେଲେ ଏମାନେ ଆପଣଙ୍କୁ ବହୁତ ବ୍ୟସ୍ତ ବିବ୍ରତ କରି ଦିଅନ୍ତି ।

T ଅକ୍ଷର ଥିବା ଝିଅମାନେ :

ଏହି ଝିଅମାନେ ବାହାରୁ ବହୁତ ସରଳ ଓ ନରମ ଦେଖାଯାନ୍ତି କିନ୍ତୁ ଭିତରୁ ଏମାନେ ବହୁତ ଚତୁର ଅଟନ୍ତି । ଏମାନେ ସେହି ଲୋକମାନଙ୍କୁ ହିଁ ମଜା ଚଖାନ୍ତି; ଯେଉଁମାନେ ଭୁଲ କାମ କରନ୍ତି । ଏହି ଅକ୍ଷର ନାମଧାରୀ ଝିଅମାନେ ଯଦି କେହି ବ୍ୟକ୍ତି ଅନ୍ୟ କାହା ସାଙ୍ଗରେ ଭୁଲ କରିବାର ଦେଖାନିଅନ୍ତି; ତେବେ ନିଜର ପ୍ରଖର ବୁଦ୍ଧିମତା ଦ୍ୱାରା ସେହି ଭୁଲ କରିଥିବା ବ୍ୟକ୍ତିଙ୍କୁ ଉଚିତ ଜବାବ ଦେଇଥାନ୍ତି । ଏମାନଙ୍କ ସହ ଶତ୍ରୁତା ଏବଂ ପ୍ରତିଶୋଧ ବହୁତ ବିପଦ ଜନକ ହୋଇଥାଏ । ଏମିତି ଝିଅମାନଙ୍କ ସହିତ କେବେ ମଧ୍ୟ ଜୀବନରେ ଛଳନା କରିବା ଉଚିତ ନୁହେଁ । ଯଦି ଆପଣ ଏପରି କରିବେ; ତାହେଲେ ଆପଣ ହିଁ କ୍ଷତିରେ ପଡ଼ିପାରନ୍ତି ।

Y ନାମ ଥିବା ଝିଅମାନେ :

ଏହି ଝିଅମାନଙ୍କ ବୁଦ୍ଧି ବହୁତ ପ୍ରଖର ଅଟେ । ଏମାନେ ତୁରନ୍ତ ସବୁପ୍ରକାର ସ୍ଥିତି ଜାଣିଯାଆନ୍ତି ଏବଂ ନିଜର ଇଚ୍ଛା ମୁତାବକ କାମ କରିଦିଅନ୍ତି । ଅନ୍ୟର ଚିନ୍ତାଧାରା ବଦଳେଇବା ଏବଂ ତାଙ୍କ ଠାରୁ ନିଜ କଥା ପାଇଁ ରାଜି କରାଇବା ଏମାନଙ୍କ ପାଇଁ ବହୁତ ସହଜ ଅଟେ । ଏମାନେ କାହାକୁ ମଧ୍ୟ କେତେବେଳେ ଏବଂ କେଉଁଠି ମଧ୍ୟ ବୋକା ବନେଇ ପାରନ୍ତି । ଏମାନଙ୍କ ସହ ଶତ୍ରୁତା ନେବା ଲୋକ କେବେ ମଧ୍ୟ ଖୁସିରେ ରହିପାରେ ନାହିଁ । ଏମାନେ ନିଜ ଶତ୍ରୁଙ୍କୁ କେବେ ମଧ୍ୟ ଭୁଲି ନଥାନ୍ତି । ଏମାନେ କାହା ସହିତ ମଧ୍ୟ ଭେଦଭାବ କରନ୍ତି ନାହିଁ । ତେଣୁ କେହି ମଧ୍ୟ ଏମାନଙ୍କ ସହିତ କିଛି ଭୁଲ କରିବା ବିଷୟରେ ଚିନ୍ତା ମଧ୍ୟ କରନ୍ତୁ ନାହିଁ ।

ଏହି କଥାଗୁଡ଼ିକ ଏହି ନାମ ଥିବା ୭୫ ପ୍ରତିଶତ ଲୋକଙ୍କ ଉପରେ ହିଁ ଲାଗୁ ହୋଇଥାଏ । ହୋଇପାରେ ବାକି ଝିଅମାନଙ୍କ ପାଖରେ ଏପରି ଗୁଣ ନ ଥାଏ ପାରେ ।