ଯେଉଁ ଝିଅର ଜନ୍ମ ପରେ ପରିବାର ଦୁଃଖିତ ଥିଲେ, ସେହି ଝିଅ ଆଜି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ।

Spread the love

ଭାରତରେ ଆଜି ମଧ୍ୟ ଏମିତି କିଛି ପରିବାର ଅଛନ୍ତି; ଯେଉଁମାନଙ୍କର ଘରେ ଝିଅ ଜନ୍ମ ହେଲେ ସେମାନଙ୍କ ପରିବାର ବର୍ଗ ଖୁସି ହୁଅନ୍ତି ନାହିଁ । ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି; ଯେଉଁମାନେ ଝିଅ ଜନ୍ମ ହେବା ପୂର୍ବରୁ ମା’ର ପେଟରେ ହିଁ ମରି ଦେଇଥାନ୍ତି । ଏହାଠାରୁ ଅନ୍ୟ ଖରାପ କାମ ଆଉ କଣ ହୋଇପାରେ ! ଏହି ଲୋକମାନେ ଜାଣନ୍ତି ନାହିଁ ଯେ, ସମସ୍ତେ ନିଜର ଭବିଷ୍ୟତ ଭଗବାନଙ୍କ ଠାରୁ ଲେଖି ଆଣିଥାନ୍ତି । ଆଜି ଆମେ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାକୁ ନିଜ ମାତା ପିତା ଜନ୍ମହେବା ପୂର୍ବରୁ ମାରି ଦେବାକୁ ଚାହୁଁଥିଲେ କିନ୍ତୁ ଆଜି ସେ ନିଜର କର୍ତ୍ତବ୍ୟ ଓ ନିଷ୍ଠା ଯୋଗୁଁ ନିଜର ନାମ ଅର୍ଜନ କରିପାରିଛି ।

ଆପଣମାନଙ୍କୁ ଆଜି ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ସେ ହେଉଛନ୍ତି କମାଣ୍ଡୋ ଫିଲ୍ମର ପୂଜା ଚୋପଡା । ଯିଏ ବଲିଉଡରେ ଅଭିନେତ୍ରୀ ରୂପରେ ପୂଜା ନିଜର କ୍ୟାରିୟରର ପ୍ରାରମ୍ଭ ବିଦ୍ୟୁତ ଜାମ୍ବଲଙ୍କ ସହ ଫିଲ୍ମ କମାଣ୍ଡୋରେ କରିଥିଲେ । ଆଜି ପୂଜା ଚୋପଡା ବଲିଉଡ ସହ ସାରା ଦେଶରେ ପ୍ରସିଦ୍ଧ ଅଟନ୍ତି । ଗୋଟିଏ ସାକ୍ଷାତକାରରେ ପୂଜା ନିଜେ କହିଛନ୍ତି ଯେ, ଯେତେବେଳେ ସେ ମାଆଙ୍କ ପେଟରେ ଥିଲେ ଏବଂ ତାଙ୍କ ବାପାଙ୍କୁ ଜଣାପଡ଼ିଲା ଯେ, ତାଙ୍କର ଝିଅ ହେବ; ସେ ସିଧା କହିଥିଲେ ତାଙ୍କୁ ଝିଅ ଦରକାର ନାହିଁ । ପୂଜାଙ୍କ ବାପା ତାଙ୍କର ମାଆଙ୍କୁ ଅନେକ ଚାପ ପକାଇଥିଲେ ଛୁଆ ନଷ୍ଟ କରିଦେବା ପାଇଁ କିନ୍ତୁ ସେ କରିନଥିଲେ ଏବଂ ପୂଜାଙ୍କୁ ଜନ୍ମ ଦେଇଥିଲେ । ପୂଜାଙ୍କ ଜନ୍ମ ପରେ ତାଙ୍କ ବାପା, ମାଆ (ତାଙ୍କ ପତ୍ନୀ)ଙ୍କୁ ଘରୁ ବାହାର କରି ଦେଇଥିଲେ । ଏମିତି କି ହସ୍ପିଟାଲକୁ ଦେଖିବାକୁ ମଧ୍ୟ ଯାଇ ନ ଥିଲେ ।

ପୂଜା କହିଛନ୍ତି ଯେ, ସେହି ଦିନ ଠାରୁ ଆଜି ପଯ୍ୟନ୍ତ ତାଙ୍କ ମାଆ ତାଙ୍କର ଏବଂ ପୂଜାଙ୍କ ଭଉଣୀର ଯତ୍ନ ନେଉଛନ୍ତି । ବାପା ଘରୁ ତଡି ଦେବା ପରେ ତାଙ୍କ ମାଆ ନିଜ ଘର ମୁମ୍ବାଇକୁ ଚାଲି ଆସିଥିଲେ । ପୂଜା ଚୋପଡା କହିଛନ୍ତି, ତାଙ୍କ ମାଆ ତାଙ୍କୁ ଏବଂ ତାଙ୍କ ଭଉଣୀକୁ ସମାଜକୁ ସାମନା କରିବାର ସାହସ ଦେଇଛନ୍ତି ଏବଂ ଏଥିପାଇଁ ସେ ଜାଣିଲେ ଯେ, ଝିଅମାନେ କୌଣସି କାମରେ କମ ନୁହଁନ୍ତି ।

୩ ମେ ୧୯୮୬ ମସିହା, କୋଲକାତାରେ ଜନ୍ମିତ ପୂଜା ୨୦୦୯ରେ ଭାରତୀୟ ବଲିଉଡରେ ନିଜ ନାମ ଯୋଡିଲେ ଏବଂ ୨୦୧୧ରେ “ମସ୍ ୱାର୍ଲଡ଼” ପ୍ରତିଯୋଗିତାରେ ଭାଗ ନେଲେ ଏବଂ ସଫଳତାର ସହ ସେମି-ଫାଇନାଲରେ ପହଞ୍ଚିଥିଲେ । ପୂଜା ତାଙ୍କର ସଫଳତାର ସବୁ ପ୍ରଶଂସା ତାଙ୍କ ମାଆଙ୍କୁ ଦେଇଥିଲେ । ପୂଜା ଚୋପଡାଙ୍କ ପ୍ରଥମ ଫିଲ୍ମ “ଆୟାରୀ”ରେ ମନୋଜ ବଜପେୟୀ ଏବଂ ସିର୍ଦ୍ଧାର୍ଥ ମୋଲହୋତ୍ରାଙ୍କ ସହ ଏକ ସେନା ବହିନୀର ଅଫିସର ରୂପରେ ନଜରକୁ ଆସିଥିଲେ ।

ଆଶା କରୁଛୁ ବଲିଉଡ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରି ନିଜ ମତାମତ କମେଣ୍ଟ କରି ଜାଣନ୍ତୁ । ଧନ୍ୟବାଦ ।