ଅଗ୍ନିପଥ ଚଳଚିତ୍ରରେ ହ୍ରିତିକ ରୋଷନଙ୍କ ଛୋଟ ଭଉଣୀ ରୂପେ ଅଭିନୟ କରିଥିବା ଝିଅ ଏବେ ବହୁତ ସୁନ୍ଦର ଦେଖା ଯାଆନ୍ତି ।

Spread the love

ଚଳଚିତ୍ର ଅଗ୍ନିପଥରେ ହ୍ରିତିକ୍ ରୋଷନ ଏକ ଦମଦାର ଅଭିନୟ କରିଥିବା ଯୋଗୁଁ ଲୋକମାନେ ବହୁତ ପ୍ରଶଂସା କରିଥିଲେ । ଏହି ଚଳଚିତ୍ରରେ ତାଙ୍କ ଭଉଣୀର ଅଭିନୟ କରୁଥିବା କନିକା ତିୱାରି ମଧ୍ୟ ନିଜ ସୁନ୍ଦର ଅଭିନୟ ଦ୍ୱାରା ସଭିଙ୍କ ହୃଦୟକୁ ଜିତିଥିଲେ । ଏହି ଚଳଚିତ୍ରରେ କନିକା ତିୱାରି ଏକ ବିଦ୍ୟାଳୟର ଛାତ୍ରୀର ଭୂମିକରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ସୁଟିଙ୍ଗ ଚାଲୁଥିବା ସମୟରେ ସେ ୧୬ ବର୍ଷର ଥିଲେ କିନ୍ତୁ ସେ ଏବେ ୨୩ ବର୍ଷର ହୋଇ ଯାଇଛନ୍ତି । ବର୍ତ୍ତମାନ ସେ ଆଗ ଅପେକ୍ଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି କିନ୍ତୁ ସେ ବଲିଉଡ ଠାରୁ ବହୁତ ଦୂରରେ ଅଛନ୍ତି ।

ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ କନିକା ଚଳଚିତ୍ରରେ ଦେଖା ନ ଯିବା ବହୁତ ଦୁଃଖ ଦାୟକ ନୁହେଁ । କାରଣ କନିକା ତିୱାରି ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରୁହନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, କନିକା ତିୱାରି ବହୁତ ଲୋକପ୍ରିୟ ଟିଭି ଷ୍ଟାର ଦିବ୍ୟାଙ୍ଗ ତିୱାରିଙ୍କ ଭଉଣୀ ଅଟନ୍ତି । ବଲିଉଡରେ କାମ କରିବାକୁ ପ୍ରେରଣା ଦିବ୍ୟାଙ୍କାଙ୍କ ଠାରୁ ହିଁ ମିଳିଥିଲା । ଅଗ୍ନିପଥ ଚଳଚିତ୍ର ପରେ ସେ ଗୋଟିଏ ତେଲୁଗୁ ଚଳଚିତ୍ର ଓ କନ୍ନଡ଼ ଚଳଚିତ୍ରରେ କାମ କରିଥିଲେ । ସେ ୨୦୧୬ରେ ତାମିଲ ଚଳଚିତ୍ରରେ ଅଭିନୟ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ବଲିଉଡରୁ ଦୂରରେ ରହୁଥିବା କନିକା ତିୱାରି ସଲମାନ ଖାନ୍ ଓ ରଣବୀରଙ୍କ ସହ ମିଶି ଚଳଚିତ୍ରରେ କାମ କରୁବାକୁ ଚାହୁଁଛନ୍ତି । କନିକା ତିୱାରି କହିଛନ୍ତି, ଯଦି ତାଙ୍କୁ ଏଭଳି ସୁଯୋଗ ମିଳିବ; ତେବେ ସେ ବଲିଉଡରେ ନିଶ୍ଚୟ କାମ କରିବେ । ସେ ମଧ୍ୟପ୍ରଦେଶର ଭୋପାଳ ଠାରେ ରୁହନ୍ତି । ସେ ୯ ମାର୍ଚ୍ଚ ୧୯୯୬ରେ ଜନ୍ମ ହୋଇଥିଲେ । କନିକା ତିୱାରିଙ୍କୁ ଯେତେବେଳେ ଅଗ୍ନିପଥ ଚଳଚିତ୍ରରେ କାମ କରିବାକୁ ସୁଯୋଗ ମିଳିଥିଲା, ସେତେବେଳେ ସେ ୧୦ମ ଶ୍ରେଣୀରେ ପଢୁଥିଲେ ଓ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିଲେ । ତାଙ୍କ ପ୍ରଧାନ ଶିକ୍ଷକ ଚଳଚିତ୍ରରେ କାମ କରିବାକୁ ପ୍ରୋତ୍ସାହିତ କରିଥିଲେ । ଏଥିଯୋଗୁଁ ସେ ଚଳଚିତ୍ରରେ ଅଭିନୟ କରି ପାରିଥିଲେ । ତାଙ୍କ ଫ୍ୟାନ୍ସ ଏବେ ଅପେକ୍ଷା କରୁଛନ୍ତି କନିକା ତିୱାରିଙ୍କୁ ବଲିଉଡରେ ଦେଖିବା ପାଇଁ ।

ବଲିଉଡ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । କନିକା ତିୱାରିଙ୍କ ସୁନ୍ଦରତାକୁ ନେଇ ଆପଣଙ୍କ ମତାମତ କଣ ? କଣ ଆଗାମୀ ଭବିଷ୍ୟତରେ ବଲିଉଡ ଜଗତରେ କାମ କରିବାକୁ ସୁଯୋଗ ମିଳିବ କି ? ନିଜ ମତାମତ କମେଣ୍ଟ ମାଧ୍ୟମରେ ଆମକୁ ଜାଣନ୍ତୁ । ଧନ୍ୟବାଦ !