୧୭ବର୍ଷ ବୟସରେ ଶରୀର ବିକିବାକୁ ବାଧ୍ୟ ହୋଇଥିଲେ ଏହି ଝିଅ ! ମାଆ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । କିନ୍ତୁ ଆଜି ଅଟନ୍ତି ବଲିଉଡର ଏକ ପ୍ରସିଦ୍ଧ ତରକା ।

Spread the love

ସଗୁପ୍ତା ରଫିକ୍ ଫିଲ୍ମ ଦୁନିଆର ଏପରି ଏକ ନାମ ଯାହାଙ୍କୁ କମ୍ ଲୋକ ହିଁ ଜାଣନ୍ତି । କିନ୍ତୁ ଯେତେବେଳେ ଆପଣ ଏହାଙ୍କ ଜୀବନର ସଙ୍ଘର୍ଷର କାହାଣୀ ଶୁଣିବେ ଆପଣଙ୍କ ଆଖିରୁ ଲୁହ ଚାଲି ଆସିବ । ଆପଣମାନେ ଜାଣି ରଖନ୍ତୁ ଯେ, ସଗୁପ୍ତା “ଆଶିକି-୨” ଭଳି ଫିଲ୍ମରେ ଲେଖିକା ଥିଲେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ, ସେ ମାତ୍ର ୧୭ ବର୍ଷ ବୟସରେ ଏକ ଦେହ ବ୍ୟବସାୟୀ କନ୍ୟା ହେବା ପାଇଁ ବାଧ୍ୟ ହୋଇଥିଲେ । ୨୭ ବର୍ଷ ପର୍ଯ୍ୟନ୍ତ ସେ ଏହି ଧନ୍ଦାରେ ଲିପ୍ତ ଥିଲେ । ତାଙ୍କ ମାଆଙ୍କୁ ମଧ୍ୟ ଏହି ଧନ୍ଦା ବିଷୟରେ ଜଣାଥିଲା ।

ମାଆଙ୍କୁ ନେଇ ବିଶୃଙ୍ଖଳିତ ରହୁଥିଲେ :

ସଗୁପ୍ତା କହିଥିଲେ ଯେ, ସେ ନିଜ ବାୟୋଲୋଜିକାଲ ମାଆଙ୍କୁ ନେଇ ସବୁବେଳେ ବିଶୃଙ୍ଖଳିତ ରହୁଥିଲେ । ସେ ଅନବରି ବେଗମ (ଯିଏ ତାଙ୍କୁ ପୋଷ୍ୟ କନ୍ୟା ରୂପରେ ଗ୍ରହଣ କରିଥିଲେ)ଙ୍କୁ ନିଜ ମାଆ ମାନୁଥିଲେ । ସଗୁପ୍ତାଙ୍କ କହିବା ଅନୁଯାୟୀ, ସେତେବେଳେ ତାଙ୍କୁ ନେଇ ଲୋକେ ତିନି ପ୍ରକାରର କଥା କହୁଥିଲେ । ପ୍ରଥମ ହେଲା ସେ ପ୍ରସିଦ୍ଧ ତାରକା ଏବଂ ନିର୍ଦ୍ଦେଶକ ବ୍ରିଜ ସଦାନାଙ୍କ ପତ୍ନୀ ସାଇଦା ଖାନଙ୍କ ଝିଅ ଅଟନ୍ତି । ଦ୍ୱିତୀୟ ହେଲା, ସେ ଏପରି ଏକ ମହିଳାଙ୍କ ଝିଅ ଯିଏକି ଏକ ଧନୀକ ପୁରୁଷଙ୍କ ସହ ସମ୍ବନ୍ଧ ରଖିଥିଲେ ଏବଂ ତାଙ୍କୁ ଜନ୍ମ ଦେଇ ଛାଡି ଦେଇଥିଲେ । ତୃତୀୟ କଥା ହେଲା ଯେ, ତାଙ୍କ ମାତା-ପିତା ବହୁତ ଗରିବ ଥିଲେ ଏବଂ ବସ୍ତିରେ ରହୁଥିଲେ ।

ସଗୁପ୍ତାଙ୍କ ସହିତ ପଶୁ ଭଳି ବ୍ୟବହାର ହେଉଥିଲା :

ସଗୁପ୍ତା କହିଥିଲେ ଯେ ପିଲାଦିନେ ତାଙ୍କୁ ସମସ୍ତେ ବଦମାସ ଝିଅ ବୋଲି ଡାକୁଥିଲେ । ତାଙ୍କୁ ବହୁତ ଖରାପ ଲାଗୁଥିଲା ଏବଂ ସେ ଘଣ୍ଟା ଘଣ୍ଟା ବସି କାନ୍ଦନ୍ତି । କେତେ ରହସ୍ୟ ତାଙ୍କୁ ନିଷ୍ଟୁର କରି ଦେଇଥିଲା । ସଗୁପ୍ତା ନିଜର ପାଠ ପଢା ମଧ୍ୟ ଛାଡ଼ି ଦେଇଥିଲେ । ସେ ଲୋକଙ୍କ ସହ ଗଣ୍ଡଗୋଳ କରିବା ଆରମ୍ଭ କରିଦେଲେ । କାରଣ ଏହା ନୁହେଁ ଯେ ସେ ଲୋକଙ୍କୁ ଘୃଣା କରୁଥିଲେ । କିନ୍ତୁ ତାଙ୍କୁ ଲାଗୁଥିଲା ଯେ, ଲୋକେ ତାଙ୍କୁ ଘୃଣା କରୁଛନ୍ତି । ତାଙ୍କୁ ନିଜ ମାଆଙ୍କ ଉପରେ ବହୁତ କ୍ରୋଧ ଆସୁଥିଲା । ଅନବରି ବେଗମ ତାଙ୍କ ମାଆ ବୋଲି ସେ ମାନିବାକୁ ମନା କରିଦେଲେ କିନ୍ତୁ ସେ ହିଁ ଏକ ବ୍ୟକ୍ତି ଯିଏ ସଗୁପ୍ତାଙ୍କ ସହ ସବୁବେଳେ ରହୁଥିଲେ । ଅନବରି ବେଗମ ଦୁଇଟି ବିବାହ କରିଥିଲେ । ତାଙ୍କର ଦ୍ୱିତୀୟ ପତିଙ୍କ ନାମ ମୋହମ୍ମଦ ରଫିକ ଥିଲା । ସେଇଥିପାଇଁ ସେ ସଗୁପ୍ତା ରଫିକ ନାମରେ ପରିଚିତ ।

ପଇସା ପାଇଁ ନାଚିବା ଆରମ୍ଭ କରିଥିଲେ :

ସଗୁପ୍ତାଙ୍କ କହିବା ଅନୁସାରେ ତାଙ୍କ ମାଆ ଅନବରି ବେଗମ ବହୁତ ଧନୀ ଥିଲେ । କିନ୍ତୁ ପରେ ଅର୍ଥର ଅଭାବ କଷ୍ଟ ଦେବା ପାଇଁ ଲାଗିଲା ଏବଂ ତାଙ୍କୁ ଜୀବନ ଅତିବାହିତ କରିବା ପାଇଁ ନିଜର ଚୁଡି ଏବଂ ବାସନ କୁସନ ବିକି ଦେଇଥିଲେ । ସେହି ସମୟରେ ସଗୁପ୍ତା କଥକ ନୃତ୍ୟ ଶିଖୁଥିଲେ । ୧୨ ବର୍ଷ ବୟସରେ ସେ ବ୍ୟକ୍ତିଗତ ଭୋଜି ଗୁଡିକରେ ନୃତ୍ୟ କରିବା ଆରମ୍ଭ କରିଥିଲେ । ଏହି ଭୋଜି ଗୁଡିକରେ ବଡ଼ ବଡ଼ ଲୋକ ନିଜ ଘରଣୀ ଏବଂ କଲ ଗାର୍ଲଙ୍କ ସହ ଆସୁଥିଲେ । ଏହି ଭୋଜି ଗୁଡିକରେ ଉପର ଶ୍ରେଣୀର ଅଧିକାରୀ, ପୋଲିସ, ମନ୍ତ୍ରୀ ଏବଂ ଆୟକର ବିଭାଗର ଅଧିକାରୀଙ୍କ ଭଳି ନାମୀଦାମୀ ଲୋକେ ସାମିଲ ହୋଇଥିଲେ । ସେମାନେ ପଇସା ଉଡାଉ ଥିଲେ ଏବଂ ସଗୁପ୍ତା ତାକୁ ନିଜ ମୁଣିରେ ସାଉଁଟୁ ଥିଲେ । ୧୭ ବର୍ଷ ପର୍ଯ୍ୟନ୍ତ ସେ ଏହିପରି କରୁଥିଲେ ।

୨୭ ବର୍ଷ ବୟସରେ ଦୁବାଇ ଚାଲି ଯାଇଥିଲେ :

୧୭ ରୁ ୨୭ ବର୍ଷ ପର୍ଯ୍ୟନ୍ତ ସେ ଏହି ଧନ୍ଦାରେ ରହିଥିଲେ । ଏହି ମଧ୍ୟରେ ତାଙ୍କୁ କେହି ଜଣେ ଦୁବାଇ ଯିବାକୁ ପରାମର୍ଶ ଦେଲେ ଏବଂ ସେ ଦୁବାଇ ଚାଲିଗଲେ । ଦୁବାଇ ଗଲେ ଅଧିକ ଅର୍ଥ ଉପାର୍ଜନ କରିବୁ ବୋଲି କେହି ଜଣେ ତାଙ୍କୁ କହିଥିଲେ । କିନ୍ତୁ ଆରବ ଲୋକଙ୍କ ଡ଼ରରେ ସେ ଏହି ଧନ୍ଦାରୁ ଦୂରରେ ରହିଲେ । ମାଆଙ୍କ ଅସୁସ୍ଥତା ପରେ ସେ ମୁମ୍ବାଇ ଫେରି ଆସିଲେ । ଏହି ସମୟ ମଧ୍ୟରେ ସେ କିଛି ଶୋ’ରେ ନାଚ କରୁଥିଲେ । ଶେଷରେ ୧୯୯୯ରେ ଅନବରୀ ବେଗମଙ୍କ କର୍କଟ ରୋଗରେ ମୃତ୍ୟୁ ହୋଇଗଲା ।

୨୦୦୬ରେ ଲେଖିବାର ସୁଯୋଗ ମିଳିଲା :

୨୦୦୨ ମସିହାରେ ୩୬ ବର୍ଷ ବୟସରେ ତାଙ୍କର ସାକ୍ଷାତ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସହ ହୋଇଥିଲା । ସଗୁପ୍ତା ତାଙ୍କ ସମ୍ମୁଖରେ ନିଜର ଲେଖିବାର ଇଛାକୁ ପ୍ରକଟ କରିଥିଲେ । କିନ୍ତୁ ୨୦୦୬ ପର୍ଯ୍ୟନ୍ତ ତାଙ୍କୁ ଲେଖିବା ପାଇଁ ସୁଯୋଗ ମିଳିନଥିଲା । କିନ୍ତୁ ମୋହିତ ସୁରୀଙ୍କ ଫିଲ୍ମରେ ତାଙ୍କୁ ଦୁଇ ତିନୋଟି ଦୃଶ୍ୟ ଲେଖିର ସୁଯୋଗ ମିଳିଥିଲା, ଯାହା ପରେ ସେ “ୱ ଲମହେ”, “ଆବାରାପନ୍”, “ରାଜ୍-୨”, “ଜିସ୍ମ-୨”, “ମଡର୍-୨”, “ରାଜ୍-୩” ଏବଂ “ଆଶିକି-୨” ଭଳି ସୁପରହିଟ୍ ଫିଲ୍ମରେ ଲେଖିବା ପାଇଁ ସୁଯୋଗ ମିଳିଥିଲା । ସଗୁପ୍ତା ମହେଶ ଭଟ୍ଟଙ୍କୁ ନିଜର ଯାଆଁଳା ଭାଇ ମାନନ୍ତି । କାହିଁକି ନା ଉଭୟଙ୍କ ଜନ୍ମ ତାରିଖ ସମାନ ଅଟେ ।