ଆପଣଙ୍କ ଘରେ ଥିବା ଆଇନା ବା ଦର୍ପଣ ଆପଣଙ୍କ ଭବିଷ୍ୟତ ଜଣାଇଥାଏ ! ଜାଣନ୍ତୁ ସଂକେତ ।

Spread the love

ସମୁଦ୍ରଶାସ୍ତ୍ର ଅନୁସାରେ ମନୁଷ୍ୟର ଶାରୀରିକ ଗଠନ ଏବଂ ଅଙ୍ଗକୁ ଦେଖି ମନୁଷ୍ୟର ସ୍ଵଭାଵ, ତାହାର ଭବିଷ୍ୟତ ଏବଂ ଜୀବନ କିପରି ହେବ କୁହାଯାଇ ପାରେ । ଶରୀରରେ ଥିବା ଚିଂହ୍ନକୁ ନେଇ ମଧ୍ୟ ମନୁଷ୍ୟର ଭାଗ୍ୟ ବିଷୟରେ କୁହାଯାଇପାରେ । ସେହିପରି ସମୁଦ୍ରଶାସ୍ତ୍ର ଅନୁସାରେ ମନୁଷ୍ୟର ଭାଗ୍ୟ ବିଷୟରେ ଜଣା ପଡିଥାଏ । ଆସନ୍ତୁ ଜାଣିବେ ସମୁଦ୍ରଶାସ୍ତ୍ର ଅନୁସାରେ ୧୪ଟି ସଂକେତ ଯାହା ଆପଣଙ୍କୁ ଆପଣଙ୍କ ଭାଗ୍ୟ ଜାଣିବାରେ ସହାୟକ ହୋଇପାରିବ । ଆପଣ ନିଜ ଘରେ ଥିବା ଆଇନାରୁ ନିଜର ଭାଗ୍ୟ ବିଷୟରେ ଜାଣି ପାରିବେ ।

1. ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଛାତି ଚଉଡ଼ା, ନାକ ଲମ୍ବା, ନାଭି ଗଭୀର ହୋଇଥାଏ; ସେହି ବ୍ୟକ୍ତିଙ୍କୁ କମ ବୟସରେ ସଫଳତା ମିଳିଥାଏ । ଏମାନଙ୍କ ପାଖରେ ଅଧିକ ସମ୍ପତି ରହିଥାଏ ।

2. ଯେଉଁ ଵ୍ୟକ୍ତିଙ୍କ ପାଦରେ କୁଣ୍ଡଳୀ କିମ୍ବା ଚକ୍ର ଚିହ୍ନ ଥାଏ; ସେମାନେ ରାଜନୈତିକ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି । ଏହି ବ୍ୟକ୍ତିମାନେ ଭଲ ଶାସକ, ଭଲ ରାଜନେତା, ବଡ଼ ବ୍ୟାପାରି କିମ୍ବା ବଡ଼ ଅଧିକାରୀ ହୋଇଥାନ୍ତି ।

3. ଯେଉଁ ମହିଳାଙ୍କ ବାମ ହାତର ମଝିରେ କଳା ଜାଇ, ଧ୍ଵଜା, ମାଛ, ବୀଣା, ଚକ୍ର କିମ୍ବା ପଦ୍ମ ପରି ଆକୃତି ରହିଥାଏ; ସେମାନେ ଲକ୍ଷ୍ମୀବନ୍ତ ହୋଇଥାନ୍ତି । ଯଦି ପୁରୁଷଙ୍କ ପାଦରେ କୁଣ୍ଡଳୀ, ମାଛ, ବୀଣା ଚିହ୍ନ ଥାଏ; ସେହି ପୁରୁଷମାନେ କମ ସମୟ ମଧ୍ୟରେ ସମ୍ପତି ଏବଂ ମାନସମ୍ମାନ ଅର୍ଜନ କରିପାରିଥାନ୍ତି ।

4. ଯେଉଁ ବ୍ୟକ୍ତିଙ୍କ ହାତରେ କଳାଜାଇ ରହିଥାଏ; ସେହି ବ୍ୟକ୍ତିମାନେ ଧନୀ ହୋଇଥାନ୍ତି । ଯେଉଁ ବ୍ୟକ୍ତିମାନଙ୍କ ପାଦରେ କଳାଜାଇ, ଚନ୍ଦ୍ର କିମ୍ବା ବହାନର ଚିହ୍ନ ଥାଏ; ସେହି ବ୍ୟକ୍ତିମାନଙ୍କୁ ବହୁତ ଗୁଡିଏ ବହାନର ସୁଖ ପ୍ରାପ୍ତି ହୋଇଥାଏ ।

5. ଯେଉଁ ସ୍ତ୍ରୀ କିମ୍ବା ପୁରୁଷଙ୍କ ପଦରେ ଚକ୍ର, ପଦ୍ମ, ଶର, ରଥ କିମ୍ବା ସିଂହାସନ ଥାଏ; ସେମାନେ ସାରା ଜୀବନ ଭୂମି ଘର ସୁଖ ଭୋଗ କରିଥାନ୍ତି ।

6. ଯେଉଁ ଵ୍ୟକ୍ତିଙ୍କ ମଥାର ଡାହାଣ ପାର୍ଶ୍ୱରେ କଳାଜାଇ ରହିଥାଏ; ସେମାନଙ୍କ ଆର୍ଥିକ ସ୍ଥିତି ଖୁବ ମଜଭୁତ ହୋଇଥାଏ । ଡାହାଣ ଗାଲରେ କଳାଜାଇ ଥିଲେ; ସେମାନେ ଧନବାନ୍ ହୋଇଥାନ୍ତି ।

7. ଯେଉଁ ବ୍ୟକ୍ତିମାନଙ୍କ ୬ଟି ଆଙ୍ଗୁଠି ଥାଏ; ସେମାନଙ୍କ ଭାଗ୍ୟ ଉଜ୍ଜଳ ହୋଇଥାଏ । ଏହି ବ୍ୟକ୍ତିମାନେ ସବୁ କ୍ଷେତ୍ରରେ ଅଧିକ ଲାଭ ପାଇବା ପାଇଁ ଚେଷ୍ଠା କରିଥାନ୍ତି । ଏହି ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ।