ବୃଦ୍ଧା ଆଙ୍ଗୁଠିର ପାଖ ଆଙ୍ଗୁଠି କହିଥାଏ ବୈବାହିକ ଜୀବନର ରହସ୍ୟ ! ଜାଣନ୍ତୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ କାହାର କଥା ଚାଲିବ ।

Spread the love

ଯଦି ଆପଣ ନିଜର କିମ୍ବା ଅନ୍ୟ କୌଣସି ବ୍ୟକ୍ତିର ଅଭ୍ୟାସ ତଥା ସ୍ଵଭାବ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ସେହି ବ୍ୟକ୍ତିର ପାଦର ଆଙ୍ଗୁଠି ଆକାର ଦେଖି ତାର ସ୍ଵଭାବ ବିଷୟରେ ଅନେକ କିଛି କଥା ଜାଣିପାରିବେ । ଜ୍ୟୋତିଷ ଶାସ୍ତ୍ର ଅନ୍ତର୍ଗତ ଶରୀରର ଅଙ୍ଗର ଗଠନ, ଆକାର ଏବଂ ରଙ୍ଗରୁ ବ୍ୟକ୍ତିତ୍ୱର ରହସ୍ୟ ବିଷୟରେ ମଧ୍ୟ ସନ୍ଧାନ କରିଯାଇଥାଏ ଏବଂ ସେଥିରୁ ଭବିଷ୍ୟତର ସୂଚନା ମଧ୍ୟ ପ୍ରାପ୍ତ କରାଯାଇଥାଏ ।

କୌଣସି ବ୍ୟକ୍ତିର ପାଦର ଆକାର ଦେଖି ସହଜରେ କୁହାଯାଇ ପାରିବ ଯେ, ସ୍ତ୍ରୀ ଏବଂ ପୁରୁଷର ବ୍ୟବହାର, ଆଚାର ବିଚାର ଏବଂ କାର୍ଯ୍ୟକ୍ଷେତ୍ରରେ ସମ୍ବନ୍ଧରେ ଅନେକ କିଛି । ବିଶେଷ କରି ସ୍ୱାମୀ ଏବଂ ସ୍ତ୍ରୀର ପାଦ ଦେଖି ଏହା ଜାଣି ହେବ ଯେ, ସେ ଦୁହିଁଙ୍କ ମଧ୍ୟରେ କାହାର କଥା ଚାଲିବ ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ କେମିତି ରହିବ ।

ସ୍ୱାମୀ ସ୍ତ୍ରୀର ସମ୍ପର୍କ ବହୁତ ମୂଲ୍ୟବାନ ହୋଇଥାଏ । ଦୁଇଜଣ ଅପରିଚିତ ମଣିଷଙ୍କୁ ସାରା ଜୀବନ ଏକାସାଙ୍ଗରେ ବିତେଇବା ପାଇଁ ସମାଜ ଦ୍ୱାରା କିମ୍ବା ଦୁଇ ପରିବାର ଦ୍ୱାରା ଗୋଟିଏ ବନ୍ଧନରେ ବାନ୍ଧି ଦିଆଯାଏ । ଜୀବନରେ ସବୁ ପାରିବାରିକ ସମ୍ପର୍କ ସମୟ ସମୟରେ ସଙ୍ଗ ଛାଡ଼ି ଦେଇଥାନ୍ତି । ବାପା, ମା, ଭାଇ, ଭଉଣୀ ଏମିତିକି ସନ୍ତାନ ମଧ୍ୟ ଦୂରେଇ ଯାଇଥାଏ । ମାତ୍ର ସ୍ୱାମୀ ସ୍ତ୍ରୀ ଯେତେଦିନ ଜୀବିତ ଥାଆନ୍ତି, ସାଙ୍ଗରେ ରହିଥାନ୍ତି । ଏହି ଗୃହସ୍ଥ ସମ୍ପର୍କର ଅନ୍ତ ଦୁଇଜଣଙ୍କ ମଧ୍ୟରୁ କେହି ଜଣେ କିମ୍ବା ଦୁଇଜଣଙ୍କ ମୃତ୍ୟୁ ପରେ ହୋଇଥାଏ । ସେଥିପାଇଁ ସେମାନଙ୍କୁ ଜୀବନସାଥୀ ବୋଲି କୁହାଯାଏ । ଜୀବନର ଏହି ଯାତ୍ରାରେ ଅନେକ ଉତ୍ଥାନ ପତନ ଆସିଥାଏ । କେତେବେଳେ ଗୋଟିଏ ଭୂଲ ହୋଇଥାଏ ତ ଅନ୍ୟଟି ଠିକ, କେତେବେଳେ କିଏ ନମ୍ର ହୋଇଥାଏ ତ କିଏ କଠୋର । ଏମିତିରେ ତ ଏହା ପରିସ୍ଥିତି ଉପରେ ନିର୍ଭର କରିଥାଏ ମାତ୍ର ଆଜି ଆମେ ଏଠାରେ ପାଦର ଗଠନ ଅନୁସାରେ କହିବୁ ଯେ, ବୈବାହିକ ଜୀବନ କେମିତି କଟିବା ଏବଂ କିଏ ଏହି ସମ୍ପର୍କରେ ଗମ୍ଭୀର ହେବ ।

ବୃଦ୍ଧା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ବଡ଼ ହେଲେ :-

ଯେଉଁ ଲୋକଙ୍କ ପାଦର ବୃଦ୍ଧା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ବଡ଼ ହୋଇଥାଏ ଏବଂ ଶେଷ ଆଙ୍ଗୁଠି ଛୋଟ ହୋଇଥାଏ, ସେହି ଲୋକମାନେ କୌଣସି କାମକୁ ନୁଆ ଢ଼ଙ୍ଗରେ କରିବାକୁ ପସନ୍ଦ କରନ୍ତି । ମାତ୍ର ଏହା ସହିତ ଏହି ବ୍ୟକ୍ତିମାନେ ଅନ୍ୟ ଉପରେ ଅଧିକାର ଜଣାଇବାକୁ ପ୍ରୟାସ କରିଥାନ୍ତି । ଅର୍ଥାତ ଏହି ଗଠନର ପାଦ ଆଙ୍ଗୁଠି ଥିବା ବ୍ୟକ୍ତିମାନେ, ସର୍ବଦା ନିଜ ଅଧିକାର ସାବ୍ୟସ୍ତ କରିବାକୁ ପସନ୍ଦ କରନ୍ତି । ଏହି ପ୍ରକାର ବ୍ୟକ୍ତି ସବୁବେଳେ ଚାହାଁନ୍ତି ଯେ, ସବୁ ସ୍ଥାନରେ ତାଙ୍କୁ ମାନ ସମ୍ମାନ ମିଳୁ ଏବଂ ଅନ୍ୟ ଲୋକେ ତାଙ୍କ କଥାର ସବୁବେଳେ ପାଳନ କରନ୍ତୁ । ଯଦି ଘର ପରିବାରରେ କିମ୍ବା ସମାଜରେ କେହି ତାଙ୍କ ଇଚ୍ଛା ଅନୁସାରେ ନ ଚଳନ୍ତି, ତା’ହେଲେ ସେମାନଙ୍କୁ କ୍ରୋଧ ଆସିଥାଏ ।

ଏମିତିରେ ସ୍ୱାମୀ ସ୍ତ୍ରୀ କାହାର ବୃଦ୍ଧା ଆଙ୍ଗୁଠିର ପାଖ ଆଙ୍ଗୁଠି ବଡ଼ ହୋଇଥିଲେ, ଉଭୟଙ୍କର ମଧ୍ୟରେ ସମ୍ପର୍କ ଭଲ ରହିଥାଏ । ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରୁ କେହି ଜଣଙ୍କର ଆଙ୍ଗୁଠି ବଡ଼ ଥାଏ, ତା’ହେଲେ ଭଲ ମାତ୍ର ଯଦି ଦୁଇଜଣଙ୍କ ଆଙ୍ଗୁଠି ବଡ଼ ଥାଏ, ତା’ହେଲେ ଦୁଇଜଣଙ୍କର ସବୁବେଳେ ଅହଂକାର ଭାବ ଜାଗ୍ରତ ହେବ ଏବଂ ସେମାନେ ସବୁବେଳେ ବିବାଦରେ ରହିବେ ।

ଆଶା କରୁଛୁ ଅନୁଛେଦଟି ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !