ମାଆଙ୍କୁ ଜାବୁଡି ଧରି ବହୁତ କାନ୍ଦିଥିଲେ ଜୟଶ୍ରୀ, ଦୀର୍ଘ ନଅ ମାସ ପର୍ଯ୍ୟନ୍ତ ଅକଥନୀୟ ମାଡ ଓ ଗାଳି ଦେଉଥିଲେ; ବାପା ।

Spread the love

୯ ମାସ ପରେ ମାଆଙ୍କ ସହ ମିଶି ଥିଲେ ଜଣେ ନିରୀହ ୫ ବର୍ଷୀୟ ଝିଅ । ବାପା ବହୁତ ମାରୁଥିଲେ, ଝିଅଟି ମାଡ ଖାଉଥିବା ଭିଡିଓ ଭାଇରାଲ ହୋଇଛି ।

ନିକଟ ଅତୀତରେ ଜଣେ ନିରୀହ ଶିଶୁର ମାଡ ଖାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଜଣେ ନିରୀହ ଝିଅକୁ କୌଣସି ଅନ୍ୟ ବ୍ୟକ୍ତି ନୁହେଁ ବରଂ ନିଜ ବାପା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓରେ ମାଡ ଖାଉଥିବା ଝିଅ, ଜୟଶ୍ରୀର ବୟସ ୫ ବର୍ଷ ଅଟେ । ୨୭ ମାର୍ଚ୍ଚ, ସମସ୍ତଙ୍କ ସାମ୍ନାକୁ ଏହି ଭିଡିଓଟି ଆସିବା ପରେ ପୁଲିସ ହିଂସ୍ର ପିତା ଠାରୁ ମୁକୁଲାଇ ଶିଶୁ ମଙ୍ଗଳ ସଂସ୍ଥାକୁ ହସ୍ତାନ୍ତର କରିଛି । ଆଜି ଶିଶୁ ମଙ୍ଗଳ ସଂସ୍ଥା ଝିଅଟିର ମାଆଙ୍କୁ, ହସ୍ତାନ୍ତର କରିଛି ଝିଅଟିକୁ । ମାଆଙ୍କୁ ଦେଖିବା ପରେ ଜୟଶ୍ରୀ କୁଣ୍ଢାଇ ଧରି ଖୁବ୍ କାନ୍ଦିଥିଲା ।

୯ ମାସ ପରେ ମିଶି ଥିଲା ଜୟଶ୍ରୀ ନିଜ ମାଆଙ୍କ ସହ :

ଜୟଶ୍ରୀ ନିଜ ମାଆଙ୍କ ଠାରୁ ଅଲଗା ହୋଇ ନିଜ ବାପାଙ୍କ ପାଖରେ ରହୁଥିଲା କିନ୍ତୁ ଯେତେବେଳେ ନଅ ମାସ ପରେ ନିଜ ମାଆଙ୍କୁ ଦେଖିଥିଲା, ସେହି ସମୟରେ, ମାଆଙ୍କୁ କୁଣ୍ଢାଇ ଖୁବ୍ କାନ୍ଦିଥିଲା । କୁହାଯାଉଛି; ଜୟଶ୍ରୀ ନିଜ ପିତା କୃଷ୍ଣା ମୁକ୍ତିବୋଦ୍ଧଙ୍କ ସହ ପାଟଣାରେ ରହୁଥିଲା ଓ ଜୟଶ୍ରୀର ମାଆ ନୈନା ରାଞ୍ଚିରେ କାର୍ଯ୍ୟ ଉଦ୍ଦେଶ୍ୟରେ ରହୁଥିଲେ । ପୁଲିସ ଅନୁସାରେ ଏହି ଦମ୍ପତିଙ୍କ ୩ଜଣ ପିଲା ଅଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଦୁଇ ଜଣ ଝିଅ, ନୈନାଙ୍କ ସହ ରାଞ୍ଚିରେ ହିଁ ରହୁଥିଲେ କିନ୍ତୁ କିଛି ମାସ ପାଇଁ ଜୟଶ୍ରୀ ନିଜ ପିତାଙ୍କ ସହ ରହୁଥିଲା । ନୈନା କେବଳ ଦ୍ଵାଦଶ ପାସ କରିଛନ୍ତି କିନ୍ତୁ କୃଷ୍ଣା ପି.ଏଚ୍.ଡି ଶେଷ କରି ପ୍ରଫେସର ରୂପେ କାର୍ଯ୍ୟରତ ଅଟେ ।

ଏହି କାରଣରୁ ସ୍ଵାମୀଙ୍କ ସହ ରହୁନାହାନ୍ତି ନୈନା :

ନୈନାଙ୍କ କହିବା ଅନୁସାରେ ଆମେ ଦୁହେଁ ପ୍ରେମ ବିବାହ କରିଥିଲୁ ଓ ବିବାହର ୧୫ ବର୍ଷ ପରେ ଆମେ ଅଲଗା ହେବା ପାଇଁ ଚିନ୍ତା କରିଥିଲୁ । ନୈନାଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀ ତାଙ୍କୁ ବହୁତ ମାରୁଥିଲେ ଓ ବିବାହର କିଛି ସମୟ ପରେ ହିଁ ସ୍ଵାମୀ ମାରିବା ଆରମ୍ଭ କରି ଦେଇଥିଲେ । ବିବାହର ୧୫ ବର୍ଷ ପର୍ଯ୍ୟନ୍ତ ନୈନା ସ୍ଵାମୀଙ୍କ ଠାରୁ ମାଡ ଖାଉଥିଲେ କିନ୍ତୁ କିଛି ମାସ ପୂର୍ବରୁ କୃଷ୍ଣାଙ୍କ ଏହି ବ୍ୟବାହାରରେ ବିରକ୍ତ ହୋଇ ନୈନା, କୃଷ୍ଣାଙ୍କ ଠାରୁ ଅଲଗା ହେବା ପାଇଁ ଚିନ୍ତା କରିଥିଲେ । ନିଜେ ଓ ତିନି ଜଣ ଝିଅଙ୍କୁ ନେଇ ନିଜ ମାଆଙ୍କ ଘର ଗୌହାଟି ଚାଲି ଯାଇଥିଲେ । ନୈନା ଗୌହାଟି ଯିବା ପରେ କୃଷ୍ଣା ସେଠାକୁ ଚାଲିଆସି ନିଜ ଝିଅଙ୍କୁ ପାଟଣା ନେଇ ଚାଲି ଯାଇଥିଲା । ପାଟଣା ଆସିବା ପରେ କୃଷ୍ଣା, ନୈନାଙ୍କୁ ଫୋନ କରି କ୍ଷମା ମାଗିଥିଲା । କୃଷ୍ଣାଙ୍କ ବାରମ୍ବାର କ୍ଷମା ମାଗିବା ପରେ ନୈନା ପାଟଣା ଫେରି ଆସିଥିଲେ । ପାଟଣା ଆସିବାର କିଛି ସମୟ ପରେ ନୈନାଙ୍କୁ ପୁଣି ଥରେ କୃଷ୍ଣା ମାରିବା ଆରମ୍ଭ କରି ଦେଇଥିଲେ ।

କୃଷ୍ଣାଙ୍କୁ ଛାଡି ଚାଲି ଯାଇଥିଲେ ନୈନା :

କୃଷ୍ଣାଙ୍କ ମାଡ ମାରିବାରେ ବିରକ୍ତ ହୋଇ ନୈନା ତାଙ୍କୁ ଛାଡିବା ପାଇଁ ଚିନ୍ତା କରିଥିଲେ ଓ ଗୋଟିଏ ଦିନ ୨ଝିଅ ସ୍କୁଲକୁ ଯାଇଥିଲେ, ନୈନା ସ୍କୁଲରୁ ହିଁ ଦୁଇ ଜଣଙ୍କୁ ନେଇ ରାଞ୍ଚି ଚାଲି ଯାଇଥିଲେ । ସେହି ସମୟରେ ଜୟଶ୍ରୀ ହିଁ ନିଜ ପିତାଙ୍କ ସହ ରହିଯାଇଥିଲା । ନୈନାଙ୍କ କହିବା ଅନୁସାରେ ସେ ଚାଲି ଆସିବା ପରେ ତାଙ୍କ ସ୍ଵାମୀ ଜୟଶ୍ରୀକୁ ବାଡାଇବା ଆରମ୍ଭ କରିଥିଲା ଓ ଭିଡିଓ କରି ନୈନାଙ୍କୁ ପଠାଉଥିଲା । ନୈନାଙ୍କୁ କୃଷ୍ଣା ଏହିପରି ବହୁତ ଗୁଡିଏ ଭିଡିଓ ପଠାଇଥିଲା । କୃଷ୍ଣା, ନୈନାଙ୍କୁ ଧମକ ଦେଉଥିଲା ତୁମେ ଫେରି ଆସ ନଚେତ ମୁଁ ଏହିପରି ଜୟଶ୍ରୀକୁ ମାରୁଥିବି । ଥରେ ନୈନା ସାହସ କରି ଏକ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ଭିଡିଓ ଭାଇରାଲ ହେବାରେ ଲାଗିଲା ଓ ପୁଲିସ କୃଷ୍ଣାଙ୍କୁ ଗିରଫ କରିଥିଲା । ଜୟଶ୍ରୀ କିଛି ଦିନ ଶିଶୁ ମଙ୍ଗଲ ସଂସ୍ଥାରେ ରହିବା ପରେ, ନିଜ ମାଆଙ୍କ ହସ୍ତାନ୍ତର କରଯାଇଥିଲା ।

କୃଷ୍ଣା କହିଛନ୍ତି ସମସ୍ତ ଆରୋପ ଭୁଲ ଅଟେ :

ପୁଲିସ ହାଜତରେ କୃଷ୍ଣା ନିଜକୁ ନିର୍ଦ୍ଦୋଷୀ, ସମସ୍ତ ଆରୋପ ଭୁଲ ଅଟେ ବୋଲି କହିଛି । ପୁଲିସ କହିଛି, ଯେତେବେଳେ ସେମାନେ କୃଷ୍ଣାକୁ ଗିରଫ କରିଥିଲେ, ସେହି ସମୟରେ କୃଷ୍ଣା ନିଶାସକ୍ତ ଅବସ୍ତାରେ ଥିଲା । ବର୍ତ୍ତମାନ ସମୟରେ, ସେ କୌଣସି ସ୍ଥାନରେ ଚାକିରି କରୁ ନାହିଁ ଓ ତାକୁ ଯେଉଁ ଘର ଭଡା ଟଙ୍କା ମିଳୁଛି, ସେଥିରେ ସେ ନିଜ ଘର ଖର୍ଚ୍ଚ କରୁଛି । ନୈନା ଯେତେବେଳେ ୧୬ ବର୍ଷ ବୟସର ଥିଲେ ସେହି ସମୟରେ ସେ କୃଷ୍ଣାଙ୍କ ସହ ବିବାହ କରିଥିଲେ ଓ ନୈନା ସେହି ସମୟରେ ରାଞ୍ଚିରେ କାର୍ଯ୍ୟ କରୁଥିଲେ । ନୈନାଙ୍କ ଅନୁସାରେ; ନୈନା ପୁଲିସକୁ ସାହାଯ୍ୟ ଲୋଡି ଥିଲେ କିନ୍ତୁ ପୁଲିସ ନୈନାଙ୍କୁ ସାହାଯ୍ୟ କରିନଥିଲା । ନୈନା ସିଧା ସିଧା କହିଛନ୍ତି; ସେ କୃଷ୍ଣାଙ୍କ ଠାରୁ ଛାଡପତ୍ର ଚାହୁଁନାହାନ୍ତି କିନ୍ତୁ ସେ କେବଳ କୃଷ୍ଣାଙ୍କ ଠାରୁ ଅଲଗା ରହିବା ପାଇଁ ଚାହୁଁଛନ୍ତି ।