ଜାଣନ୍ତୁ କିପରି ଏକ ଫୋଟ ଯୋଗୁଁ ଗୋଟିଏ ପରିବାରର ଭାଗ୍ୟ ବଦଳି ଯାଇଛି । ଫୋଟ ପ୍ରତିବଦଳରେ ମିଳିଲା 57ଲକ୍ଷ ଟଙ୍କା ।

Spread the love

ଆଜିକାଲି ସୋସିଆଲ ମିଡ଼ିଆର ଦୁନିଆ ଅଟେ । ଅନେକ ଲୋକଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରସିଦ୍ଧି ଲାଭ ମିଳି ପାରୁଛି । ଅନ୍ୟ ପକ୍ଷରେ କିଛି ଲୋକ ଏହିଭଳି ଅଛନ୍ତି, ଯେଉଁ ମାନଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଲାଭ ପ୍ରତିବଦଳରେ କ୍ଷତି ସହିବା ପାଇଁ ପଡୁଛି । ଅନେକ ଲୋକ ସୋସିଆଲ ମିଡ଼ିଆ ମାଧ୍ୟମରେ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି ଏବଂ ଲୋକେ ସେମାନଙ୍କ ପ୍ରଶଂସା କରିବା ପାଇଁ ଭୁଲନ୍ତି ନାହିଁ । କିଛି ଲୋକ ସୋସିଆଲ ମିଡ଼ିଆରୁ ଟଙ୍କା ଉପାର୍ଜନ କରି ରାତାରାତି ଧନୀ ହୋଇ ଯାଉଛନ୍ତି ।

୩୧ ହଜାର ଥର ଟୁଇଟରରେ ଫୋଟଟି ସେୟାର ହୋଇଛି :

ଆପଣ ମାନଙ୍କୁ ଜଣାଇବା ପାଇଁ ଚାହୁଁଛୁ, ବିଗତ କିଛି ଦିନ ହେବ ଏକ ଦୁଃଖଭରା ଫୋଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭାଇରଲ ହେଉଥିବା ଫୋଟ କାରଣରୁ ଗୋଟିଏ ଗରିବ ପରିବାରର ଭାଗ୍ୟ ବଦଳି ଯାଇଛି । ଭାଇରଲ ହେଉଥିବା ଏହି ଦୁଃଖଭରା ଫୋଟଟି ପ୍ରତିବଦଳରେ ଗୋଟିଏ ଗରିବ ପରିବାରକୁ ୫୭ ଲକ୍ଷ ଟଙ୍କା ମିଳିଛି । କହିବା ପାଇଁ ଚାହୁଁଛୁ, ଏହି ଫୋଟଟି ଟୁଇଟରରେ ପାଖାପାଖି ୩୧ ହଜାରରୁ ଅଧିକ ଥର ସେୟାର ହୋଇଛି ।

କେବଳ ଦୁଇ ଦିନରେ ମିଳିଛି ୫୭ ଲକ୍ଷ ଟଙ୍କା :

ସୂଚନା ଅନୁସାରେ ୩୭ ବର୍ଷୀୟ ସଫାଇ କର୍ମଚାରୀ ଅନିଲଙ୍କ ମୃତ୍ୟୁ ଶୁକ୍ରବାର ଦିନ କାମ କରିଥିବା ସମୟରେ ହୋଇ ଯାଇଥିଲା । ଏହାପରେ ଟୁଇଟର ଯୁର୍ଜରସ୍ ଶିବ ସନ୍ନି ଗୋଟିଏ ଫୋଟ ପୋଷ୍ଟ କରିଥିଲେ, ଯେଉଁଥିରେ ନିଜ ପିତାଙ୍କ ଶବ ପାଖରେ ତାର ୧୧ ବର୍ଷୀୟ ପୁଅ କାନ୍ଦୁଥିବାର ଦେଖିବା ପାଇଁ ମିଳୁଛି । ସୋସିଆଲ ମିଡିଆରେ ଏହି ଚିତ୍ରଟି ଭାଇରଲ ହେବା ପରେ ଅନେକ ଲୋକ ଏହି ଗରିବ ପରିବାରକୁ ସାହାଯ୍ୟ କରିଥିଲେ । ଏହାପରେ କ୍ରାଉଡ଼ ଫିଡିଂ ୱେବସାଇଟ ketto.orgରେ ଗୋଟିଏ ଏନଜିଓ ଟଙ୍କା ସାହାଯ୍ୟ ପାଇଁ ଗୋଟିଏ କ୍ୟାମ୍ପ ବସାଇଥିଲେ । ଏହାଫଳରେ ଦୁଇ ଦିନ ମଧ୍ୟରେ ୫୭ ଲକ୍ଷ ଟଙ୍କା ଜମା ହୋଇଥିଲା, ଯାହା ଅନିଲଙ୍କ ପରିବାରକୁ ହସ୍ତାନ୍ତର କରି ଦିଆ ଯାଇଛି ।

ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଟଙ୍କା ନଥିଲା :

ରିପୋର୍ଟ ଅନୁସାରେ ସଫାଇକର୍ମୀ ଅନିଲ ବିନା ସୁରକ୍ଷା ଉପକରଣରେ ସଫା କରିବା ପାଇଁ ଶିବରକୁ ଓହ୍ଲାଇ ଥିଲା ଏବଂ କାମ କରୁଥିବା ସମୟରେ ମୃତ୍ୟୁ ହୋଇ ଯାଇଥିଲା ।ଯେଉଁ ଦଉଡି ସାହାଯ୍ୟରେ ସେ ଶିବରକୁ ଓହ୍ଲାଇ ଥିଲା, ତାହା ଦୁର୍ବଳ ଥିଲା । ଅନିଲଙ୍କ ପରିବାରରେ ତାର ପତ୍ନୀ ରାଣୀ ଏବଂ ୩ଟି ପିଲା ଅଛନ୍ତି । ଅନିଲର ପରିବାର ଗରିବ ଅଟନ୍ତି । କେବଳ ଏତିକି ନୁହେଁ, ଗରିବତା କାରଣରୁ ଅନିଲର ମୃତ୍ୟୁ ପରେ ତା’ପରିବାର ପାଖରେ ଅନିଲର ଅନ୍ତିମ ସଂସ୍କାର ପାଇଁ ଟଙ୍କା ନଥିଲା । ଅନିଲର ପରିବାର ଦିଲ୍ଲୀର ପଶ୍ଚିମ ଦାବରୀରେ ଭଡାରେ ରହୁଥିଲେ ।

ଏକ ରିପୋର୍ଟ ଅନୁସାରେ କ୍ରାଉଡ଼ ଫଣ୍ଡିଙ୍ଗ ୱେବସାଇଟ କେଟ୍ଟୋ ସଂଘଠନ, ଟଙ୍କା ଓ ଜିଏସଟି ଏବଂ ପେମେଂଟ ଗେଟୱେ ଚାର୍ଜ ସହ ମୋଟ ୯.୪୪ ପ୍ରତିଶତ କାଟିବା ପରେ ବଳକା ଟଙ୍କା ପିଡ଼ିତଙ୍କ ପରିବାରର ଆକାଉଣ୍ଟକୁ ପଠାଇ ଦେଇଛି । ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଶିବରରେ ବିନା ସୁରକ୍ଷା ଉପକାରଣରେ କାହାର ମୃତ୍ୟୁ ହୋଇଯାଇଛି । ଏହା ପୂର୍ବରୁ ଏହିଭଳି ଅନେକ ଘଟଣା ଶୁଣିବା ପାଇଁ ମିଳିଛି ।