ଜଳୁଥିବା ବାଇକରେ ପରିବାରର ସଦସ୍ୟ ବସି ଥିଲେ, ୪ କିଲୋମିଟର ପର୍ଯ୍ୟନ୍ତ ଜଣ ପଡିନଥିଲା । ଏହିପରି ଭାବରେ ଜୀବନ ବଞ୍ଚି ଯାଇଥିଲା ।

Spread the love

ବାଇକରେ ନିଆଁ ଲାଗି ଯାଇଥିଲା । ପତିପତ୍ନୀଙ୍କୁ ନିଆଁ ଲାଗିଯାଇଥିବା ଜଣା ପଡିନଥିଲା । ଦେଖନ୍ତୁ ପରେ କଣ ହୋଇଥିଲା ?

ଊତ୍ତରପ୍ରଦେଶ ପୋଲିସ ଯୋଗୁଁ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ଜୀବନ ବଞ୍ଚି ଯାଇଥିଲା । ନିକଟ ଅତୀତରେ ପତି ପତ୍ନୀ ନିଜର ଛୋଟ ପିଲା ସହ ବାଇକରେ କେଉଁ ଆଡେ ଯାଉଥିଲେ । ସେହି ସମୟରେ ସେମାନଙ୍କ ବାଇକରେ ନିଆଁ ଲାଗି ଯାଇଥିଲା । ହଠାତ ବାଇକରେ ଲାଗିଥିବା ନିଆଁ ବିଷୟରେ ସେମାନଙ୍କୁ ଜଣାପରି ନଥିଲେ । ବାଇକ ଚଲାଉ ଥିବା ପତିକୁ ନା ବାଇକରେ ବସି ଥିବା ପତ୍ନୀଙ୍କୁ, କେହି ମଧ୍ୟ ଜାଣିପାରି ନ ଥିଲେ ଯେ, ବାଇକରେ ନିଆଁ ଲାଗିଯାଇଛି । ସେମାନେ ମଜାରେ ଯାଉଥିଲେ । ଏହିପରି ସେମାନେ ବହୁ ବାଟ ଯିବା ପରେ ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଅଟକାଇ ଥିଲେ, ସେହି ସମୟରେ ହିଁ ପତିପତ୍ନୀଙ୍କୁ ବାଇକରେ ନିଆଁ ଲାଗିଥିବା କଥା ଜଣା ପଡିଥିଲା ।

ଟୁଇଟର୍ ମାଧ୍ୟମରେ ଶେୟର ହେଲା ଭିଡିଓ :

ଟୁଇଟର୍ ମାଧ୍ୟମରେ ଭିଡିଓ ଭାଇରାଲ ହୋଇଥିଲା । ଗାଡିରେ ନିଆଁ ଲାଗିବା ଖବର ପ୍ରାୟତଃ ଶୁଣିବା ପାଇଁ ମିଳିଥାଏ । କିନ୍ତୁ ଏହିଥର ଗୋଟିଏ ବାଇକରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି ଓ ଏହି ଘଟଣାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଏହି ଭିଡିଓରେ ଦେଖାଯାଉଛି; ଗୋଟିଏ ପରିବାରର ତିନି ଜଣ ଆରାମରେ ବାଇକରେ ବସି କେଉଁ ଆଡେ ଯାଉଥିଲେ ଓ ସେମାନଙ୍କ ବାଇକର ପଛ ଭାଗରେ ନିଆଁ ଲାଗି ଯାଇଥିଲା । ବାଇକରେ ଲାଗିଥିବା ନିଆଁର ଏହି ଭିଡିଓ ୟୁପି ପୋଲିସ ନିଜର ଟୁଇଟର୍ ଆକାଉଣ୍ଟରେ ସେୟାର କରି କହିଛି; କୌଣସି ପ୍ରକାରରେ ୟୁପି ପୋଲିସ ଏହି ବାଇକର ପିଛା କରି ବାଇକଟିକୁ ରୋକିଥିଲା ଓ ସେହି ବାଇକରେ ବସିଥିବା ପତିପତ୍ନୀ ଓ ସେମାନଙ୍କ ପିଲାକୁ ବଞ୍ଚାଇଥିଲା । :

ଏହି ପ୍ରକାରରେ ଜୀବନ ବଞ୍ଚିଥିଲା :

ଏହି ଘଟଣା ଇଟାବା ପାର୍ଶ୍ଵ ଏକ୍ସପ୍ରେସ ହାଇୱେରେ ହୋଇଥିଲା । ଏହି ଦମ୍ପତି ନିଜ ପୁଅ ସହ ବାଇକରେ ବସି ଥିଲେ । ସେହି ସମୟରେ ସେମାନଙ୍କ ବାଇକରେ ନିଆଁ ଲାଗି ଯାଇଥିଲା । ଠିକ ସେହି ସମୟରେ ଏକ୍ସପ୍ରେସ ହାଇୱେରେ ଠିଆ ହୋଇଥିବା ପୋଲିସର ନଜର ବାଇକ ଉପରେ ପଡିଥିଲା । ଯେତେବେଳେ ପୋଲିସ ବାଇକକୁ ଦେଖିଥିଲେ, ସେମାନଙ୍କୁ ଜଣ ପଡିଥିଲା ବାଇକ ପଛରେ ନିଆଁ ଲାଗିଯାଇଛି । ଏହାପରେ ୟୁପି ପୋଲିସ, ଏହି ଦମ୍ପତିଙ୍କୁ ଖବର ଦେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଦମ୍ପତିଙ୍କୁ ସେମାନଙ୍କ ସ୍ଵର ଶୁଣା ଯାଇନଥିଲା, ଯାହାଫଳରେ ସେମାନେ ରହି ନଥିଲେ । ଡାକିବା ପରେ ମଧ୍ୟ ବାଇକ ନ ରହିବା ଦେଖି ପୋଲିସ ବାଇକର ପିଛା କରିଥିଲେ ଓ କିଛି ସମୟ ପରେ ସେମାନଙ୍କ ବାଇକକୁ ରୋକୀ ସେମାନଙ୍କ ଜୀବନ ବଞ୍ଚାଇ ଥିଲେ । ବାଇକ ରୋକିବା ପାଇଁ ପୋଲିସକୁ ୪ କିଲୋମିଟର ଏମାନଙ୍କ ପିଛା କରିବା ପାଇଁ ପଡିଥିଲା । ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଥିଲେ । ନିଆଁ ବାଇକର ପଛ ଟାୟାରରେ ଲାଗିଥିଲା ଓ ନିଆଁ ସହଜରେ ମହିଳାଙ୍କ ପୋଷାକରେ ଲାଗିଯାଇ ପାରନ୍ତା । ବାଇକରେ ବସିଥିବ, ଏହି ପାରିବାରର ଭାଗ୍ୟ ଯୋଗୁଁ କେହି ମଧ୍ୟ ନିଆଁର ବଶବର୍ତ୍ତୀ ହୋଇନଥିଲେ । ବାଇକ ରୋକିବା ପରେ ପୋଲିସ ପ୍ରଥମେ ପତିପତ୍ନୀଙ୍କୁ ବାଇକରୁ ଓଲ୍ଲାହି ଥିଲେ ଓ ପରେ ବାଇକରେ ଲାଗିଥିବା ନିଆଁକୁ ଲିଭାଇ ଥିଲେ ।

ଏହି କାରଣରୁ ନିଆଁ ଲାଗିଥିଲା :

ଏହି ଦମ୍ପତି ଏକ ବ୍ୟାଗ ନିଜ ବାଇକର ପଛ ପରେ ଝୁଲାଇ ଥିଲେ । ଏହି ବ୍ୟାଗଟି ବାରମ୍ବାର ବାଇକର ପଛ ପାଖରେ ଘଷି ହେବା ଫଳରେ ନିଆଁ ଲାଗି ଯାଇଥିଲା । ଭାଗ୍ୟର ବିଷୟ ହେଉଛି ନିଆଁ ପେଟ୍ରୋଲ ଟ୍ୟାଙ୍କି ପାଖରେ ପହଞ୍ଚି ନଥିଲା । ସମୟ ଥାଇ ପୋଲିସ ଏହି ଦୁଇ ଦମ୍ପତିଙ୍କୁ ରକ୍ଷା କରି ଦେଇଥିଲେ ।