ପରିବାର ବ୍ୟାଙ୍କ ଲୋନ୍ ପୈଠ କରି ନ ପରିବାରୁ, ଅଫିସରମାନେ କିଛି ଏପରି କରିଥିଲେ; ଆପଣ ଜାଣି ସାରିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ବହୁ ଦିନ ପର୍ଯ୍ୟନ୍ତ ପରିବାର ଲୋନ ପୈଠ କରି ପାରିନଥିଲେ ।
ଜର୍ମାନୀର ଗୋଟିଏ ବ୍ୟାଙ୍କର ଅଜବ ପ୍ରକାରରେ ଲୋନ୍ ଟଙ୍କା ଆଦାୟ କରିଛି ।
Debt କଲେକ୍ଟର ଘରର ସବୁଠାରୁ ଦାମୀ ଜିନିଷ ବିକି ଟଙ୍କା ଆଦାୟ କରିଥିଲେ ।
ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଲୋନ୍ ପୈଠ କରି ପାରନ୍ତି ନାହିଁ, ତେବେ ବ୍ୟାଙ୍କ କର୍ମଚାରୀ ସେହି ବ୍ୟକ୍ତିର ଜମିକୁ ନିଜ ଅଧୀନକୁ ନେଇ ସେହି ଜମିକୁ ନିଲାମ କରି ଟଙ୍କା ଆଦାୟ କରିଥାନ୍ତି । ଗତ କିଛି ଦିନ ତଳେ, ଏହିପରି ଘଟଣା ଜର୍ମାନୀରେ ଘଟିଛି; ଯାହାକୁ ଶୁଣି ସାରିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ସରକାରୀ debt କଲେକ୍ଟର ଗୋଟିଏ ପରିବାର ଠାରୁ ଟ୍ୟାକ୍ସ କଲେକ୍ଟ କରିବା ପାଇଁ ଏପରି ଏକ ଯୋଜନା କରିଥିଲେ, ଯାହା ଶୁଣି ଆପଣ ଚକିତ ହୋଇଯିବେ ।ଏହି ଟ୍ୟାକ୍ସ କଲେକ୍ଟର ଜଣକ ଏହି ପରିବାରର ସବୁଠାରୁ ମୂଲ୍ୟବାନ ଜିନିଷ ବିକି ଟ୍ୟାକ୍ସ କଲେକ୍ଟ କରିଥିଲେ ।
ମିଡ଼ିଆ ରିପୋର୍ଟ ଅନୁସାରେ; ଜର୍ମାନୀର ଏକ ପରିବାରର ପାଞ୍ଚ ଜଣ ବ୍ୟକ୍ତି ଋଣରେ ଭରି ହୋଇରହିଥିଲେ । ବହୁ ଦିନର ଚେଷ୍ଟା ସତ୍ତ୍ୱେ ସେମାନେ ଋଣ ପରିଶୋଧ କରି ପାରିନଥିଲେ । ଏହି ସମୟରେ ଜଣେ debt କଲେକ୍ଟର ସେହି ପରିବାରଙ୍କ ସବୁଠାରୁ ମୂଲ୍ୟବାନ ଜିନିଷକୁ ଖୋଜିବାକୁ ଲାଗିଲେ । କିନ୍ତୁ ବହୁତ ଖୋଜାଖୋଜି ପରେ ମଧ୍ୟ କୌଣସି ବି ମୂଲ୍ୟବାନ ଜିନିଷ ମିଳିନଥିଲା । ସେହି ସମୟରେ debt କଲେକ୍ଟରଙ୍କୁ ଗୋଟିଏ କୁକୁର ମିଳିଥିଲା ।
ଏହି ପରିବାର ପାଖରେ “ଏଡା” ନାମକ ଏକ ମୂଲ୍ୟବାନ କୁକୁର ଥିଲା । ଏହି କୁକୁରର ମୂଲ୍ୟ ୮୫୦ ଆମେରିକି ଡଲାର ମାନେ ଭାରତୀୟ ମୂଲ୍ୟରେ ପ୍ରାୟ ୬୦୪୬୩ ଟଙ୍କା ଅଟେ । ସେହି debt କଲେକ୍ଟର ଏହି କୁକୁରଟିକୁ ebayରେ ବିକ୍ରି କରି, ଋଣ ଟଙ୍କା ଆଦାୟ କରିଥିଲେ । ବ୍ୟାଙ୍କର ଏପରି ଋଣ କଲେକ୍ସନ ପାଇଁ ସ୍ଥାନୀୟ ଲୋକ ଓ ଏଅନିମାଲ ରାଇଟ୍ସ ଆକଟିବ୍ସ ଦୁଃଖ ପ୍ରକାଶ କରିଛନ୍ତି ।