ଡାକ୍ତରଖାନା ସଦସ୍ୟ ଟଙ୍କା ପାଇଁ ପରିବାର ଲୋକଙ୍କୁ ଶବ ଦେଇ ନଥିଲେ । ଶବ ନେବା ପାଇଁ କରଜ କରିବା ପାଇଁ ପଡିଥିଲା ।

Spread the love

ଗତ ସୋମବାର ଦିନର କଥା । ରାଜ୍ ହସ୍ପିଟାଲର ପ୍ରବଦ୍ଧଙ୍କ ରୋଗୀର ମୃତ୍ୟୁ ପରେ ବକେୟା ଟଙ୍କା ଦେଇ ନ ପରିବାରୁ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ମନା କରିଥିଲେ । ଏହି ଅଭିଯୋଗ କରିଥିଲେ ମୃତ ବ୍ୟକ୍ତିଙ୍କ ପରିବାର ଵର୍ଗ ।

ରୋଗୀର ପରିଜନଙ୍କ କହିବା ଅନୁସାରେ, ସେମାନଙ୍କ ପାଖରେ ଆୟୁସ୍ମାନ ଭାରତ ଯୋଜନାର କାର୍ଡ ଥାଇ ମଧ୍ୟ ମେଡିକାଲ କତୃପକ୍ଷ ୫୪ ହଜାର ଟଙ୍କାର ବିଲ୍ ହାତରେ ଧରାଇ ଦେଲେ । ପରିବାର ଲୋକେ କହିଲେ, ହସ୍ପିଟାଲ କତ୍ତୃପକ୍ଷଙ୍କୁ ଦେବା ପାଇଁ ୪୪ ହଜାର ଟଙ୍କା କରଜ ନେଇଥିଲେ । ସେହି ଟଙ୍କା ଦେବା ପରେ ମଧ୍ୟ ୧୦ ହଜାର ଟଙ୍କା ପାଇଁ ଆମକୁ ଶବ ଦେବାକୁ ମନା କରିଦେଲେ ।

ଯେଉଁ ବ୍ୟକ୍ତିର ଶବ ହସ୍ପିଟାଲ କତ୍ତୃପକ୍ଷ ଦେବା ପାଇଁ ମନା କରିଥିଲେ, ସେହି ବ୍ୟକ୍ତିଙ୍କ ନାମ ଅମର ସିଂ । ଅମର ସିଂ ହାଟିଆ ରେଳବାଇ କେଣ୍ଟିନରେ କାମ କରୁଥିଲେ ।ଅମରର ବେଳେବେଳେ ମୁଣ୍ଡ ବୁଲାଊଥିଲା । ଅମରଙ୍କ ସହକର୍ମୀ ରମେଶ ସିଂ କହିଛନ୍ତି, ଗତ ରବିବାର ଦିନ MRI କରିବା ପାଇଁ ତାଙ୍କୁ ରାଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆମର ସିଂଙ୍କୁ ସେହି ସମୟରେ ହୃତଘାତ ଆସିଥିଲା, ଏହା ପରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଆୟୁସ୍ମାନ ଭାରତ କାର୍ଡ଼ ଅମର ସିଂ ପାଖରେ ଥିଲେ ମଧ୍ୟ ମେଡିକାଲ କତ୍ତୃପକ୍ଷ ରୋଗୀର ପରିଜନଙ୍କୁ ଏକ ବିଲ୍ ଧରାଇ ଦେଇଥିଲେ । ଅମର ସିଂଙ୍କ ଶବ ନେବା ପାଇଁ ପରିବାର ଲୋକେ ଆଖପାଖରୁ ଚାନ୍ଦାମାଗି ଟଙ୍କା ଦେବା ପରେ, ହସ୍ପିଟାଲ କତ୍ତୃପକ୍ଷ ଶବ ଅମର ସିଂର ପରିଜନଙ୍କୁ ଶବ ହସ୍ତାନ୍ତର କରିଥିଲେ ।

କେବଳ ୧୦ ହଜାର ଟଙ୍କା ପାଇଁ ଶବ ଦେଇନଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ :

ଏହି ଘଟଣାରେ ରାଜ ଡାକ୍ତରଖାନାର ପ୍ରବଦ୍ଧଙ୍କ ଯୋଗେଶ ଗମ୍ଭୀର ବାର୍ତାଲାପ ସମୟରେ କହିଛନ୍ତି; ଟଙ୍କାକୁ ନେଇ କୌଣସି ବିବାଦ ହୋଇ ନାହିଁ । ଅମର ସିଂର ମୃତ୍ୟୁ ପରେ ଅମରର ପତ୍ନୀ କହିଥିଲେ, ସେମାନେ ରାତିରେ ଶବକୁ ନେଇଯିବେ ଓ ବର୍ତ୍ତମାନ ଶବକୁ ମାର୍ଚରି (ଶବ ଗୃହ)ରେ ରଖି ଦିଆଯାଇଛି । ଏହାପରେ ପରିବାର ଲୋକେ ସକାଳେ ଆସିଥିଲେ ଓ ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଟଙ୍କା ଦେଇ ଶବକୁ ନେଇ ଯାଇଥିଲେ ।

ଡାକ୍ତରଖାନା ପ୍ରବଦ୍ଧଙ୍କ କହିଛନ୍ତି; ରୋଗୀର ପରିବାର ଲୋକେ କୌଣସି କମ୍ପ୍ଲେନ କରିନାହାନ୍ତି । ଅମର ସିଂର MRI ହୋଇଥିଲା ଯାହା ଅୟୁସ୍ମାନ କାର୍ଡ ଅନ୍ତର୍ଭୁକ୍ତ ନୁହେଁ । ଡାକ୍ତରଖାନାରେ ଅୟୁସ୍ମାନ ଭାରତ କିମ୍ବା ଅନ୍ୟ କୌଣସି ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଥିଲେ, ପ୍ରଥମେ ଫର୍ମ ପୁରଣ କରିବା ପାଇଁ ପଡିଥାଏ । ଅମର ସିଂର ପରିବାର ଲୋକେଙ୍କୁ ଏହି ଫର୍ମ ପୂରଣ କରିବା ପାଇଁ କୁହାଯାଇ ଥିଲା କିନ୍ତୁ ସେମାନେ ଏପରି କରି ନଥିଲେ ।