କ୍ଷୀର ତଳେ ପଡିଯିବା, ଆପଣଙ୍କୁ ଦେଇଥାଏ କେତେକ ଶୁଭ ଓ ଅଶୁଭ ସଂକେତର ସୂଚନା । ଜାଣନ୍ତୁ କଣ କହେ ଜୋତିଷଶାସ୍ତ୍ର ।

Spread the love

ଥଣ୍ଡା କ୍ଷୀର କିମ୍ବା ଗରମ କ୍ଷୀର ବାସନରୁ ପଡିଯିବା ଆପଣଙ୍କୁ ଭବିଷ୍ୟତର ସଂକେତ ସୁଚାଇଥାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଆମ ଜୀବନରେ ଏହିଭଳି ଅନେକ ଘଟଣା ଘଟିଥାଏ, ଯାହା ଆମକୁ ଆମର ଭବିଷ୍ୟତ ବିଷୟରେ ଅନେକ ସଂକେତ ଦେଇଥାଏ । ଆମ ଆଖପାଖରେ ଅନେକ ଜିନିଷ ଏହିଭଳି ରହିଛି; ଯାହା ଆମ୍ଭମାନଙ୍କୁ ଶୁଭ ଅଶୁଭ ସଂକେତ ସୁଚାଇଥାଏ । କିନ୍ତୁ ଆମେ ସେହି ଜିନିଷ ଗୁଡିକ ଉପରେ ବିଶେଷ ଧ୍ୟାନ ଦେଇନଥାଉ । ଯେପରି କଳା ବିଲେଇ ରାସ୍ତାରେ ଆସିଯିବା, ଘରୁ ବାହାରକୁ ଯିବା ସମୟରେ ଖାଲି ବାଲଟି ରାସ୍ତାରେ ଥିବା । ଜୋତିଷ ଶାସ୍ତ୍ର ଅନୁସାରେ ଯଦି ଏହିଭଳି କିଛି ଘଟୁଛି, ତେବେ ଏହାକୁ ଅଶୁଭ ସଂକେତ ବୋଲି କୁହାଯାଇଥାଏ । ଏହା ବ୍ୟତୀତ ଅନେକ ଗୁଡିଏ ଜିନିଷ ରହିଛି, ଯାହା ଦୈନଦିନ ଜୀବନରେ ଶୁଭ ଅଶୁଭ ସଂକେତ ଦେଇଥାଏ । ଭବିଷ୍ୟତରେ ଆମ ସହ କଣ ସବୁ ଘଟିବା ପାଇଁ ଯାଉଛି; ସେହି ବିଷୟରେ ଅନେକ କିଛି ସୂଚନା ଦର୍ଶାଇ ଥାଏ ।

ଆପଣ ଦେଖିଥିବେ, ଘରେ ମାଆ ଅନ୍ୟ କାମରେ ବ୍ୟସ୍ତ ରହିଥିବେ ଏବଂ ଗ୍ୟାସରେ ବସିଥିବା କ୍ଷୀର ଉତୁରି ପଡି ଯାଇଥିବ । ଦେଖିବା ପାଇଁ ଗଲେ ଏହା ଏକ ସାଧାରଣ ଘଟଣା ଅଟେ କିନ୍ତୁ ଏହା ଆପଣଙ୍କ ଭବିଷ୍ୟତର ସଂକେତ ସୁଚାଇଥାଏ । ଜୋତିଷ ଶାସ୍ତ୍ର ଅନୁସାରେ ଯଦି ଯେତେବେଳେ କ୍ଷୀର ଉତୁରି ଯାଏ, ତେବେ ଏହା ଆପଣଙ୍କୁ ଆପଣଙ୍କ ଭବିଷ୍ୟତର ସଂକେତ ସୁଚାଇଥାଏ । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ଏହି ସଂକେତ ଗୁଡିକ ବିଷୟରେ ଅବଗତ କରାଇବୁ ।

ବାସନରୁ ଥଣ୍ଡା କ୍ଷୀର ପଡିଯିବା :

ଜୋତିଷ ଶାସ୍ତ୍ର ଅନୁସାରେ ଯଦି ବାସନରୁ ଥଣ୍ଡା କ୍ଷୀର ପଡ଼ିଯାଏ, ତେବେ ଏହା ଭବିଷ୍ୟତରେ ଆସୁଥିବା ଅଶୁଭ ସଂକେତ ବିଷୟରେ ସୂଚନା ଦେଇଥାଏ । ଏଥିପାଇଁ ଥଣ୍ଡା କ୍ଷୀର ବାସନରୁ ପଡିଗଲେ, ଅଣଦେଖା କରନ୍ତୁ ନାହିଁ । ଅନ୍ତଃ ଏହି ବିଷୟର ଧ୍ୟାନ ରଖନ୍ତୁ; ଯେପରି ଭବିଷ୍ୟତରେ ବାସନରୁ ଥଣ୍ଡା କ୍ଷୀର ନପଡ଼େ ।

ଫୁଟୁଥିବା କ୍ଷୀର ବାସନରୁ ତଳେ ପଡିବା :

ଜୋତିଷଶାସ୍ତ୍ର ଅନୁସାରେ ଯଦି ଗ୍ୟାସରେ ଫୁଟୁଥିବା କ୍ଷୀର ଉତୁରି ତଳେ ପଡ଼ିଯାଏ, ତେବେ ଏହାକୁ ଶୁଭ ସଂକେତ ବୋଲି ମାନ୍ୟତା ରହିଛି । ଫୁଟୁଥିବା କ୍ଷୀର ବାସନରୁ ପଡିଲେ, ଏହା ଭବିଷ୍ୟତରେ ଆସୁଥିବା କୌଣସି ଶୁଭ ସଂକେତ ଅଟେ । କିନ୍ତୁ ଜାଣିଶୁଣି ଏହିଭଳି କରିବା ଉଚିତ୍ ନୁହେଁ । ଅଜାଣତରେ ଏହିଭଳି ହୋଇଥିଲେ, ଏହା ଆପଣଙ୍କୁ ଶୁଭ ସଂକେତ ଦେଇଥାଏ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ନିଜ ମତାମତ ଦେବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ !