କୋଠାରେ ବୃଦ୍ଧ ଜଣଙ୍କ ଝିଅଙ୍କ ସହ ସମ୍ବନ୍ଧ ରଖୁଥିଲା, ସିସିଟିଭି ମାଧ୍ୟମରେ ଘଟଣା ସାମ୍ନାକୁ ଆସିଛି । ସଂପୂର୍ଣ୍ଣ ଖବରଟି ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ॥

Spread the love

କୋଠାରେ ବୃଦ୍ଧ ଜଣଙ୍କ ଝିଅଙ୍କ ସହ ସମ୍ବନ୍ଧ ରଖୁଥିଲା, ସିସିଟିଭି ମାଧ୍ୟମରେ ଘଟଣା ସାମ୍ନାକୁ ଆସିଛି । ସଂପୂର୍ଣ୍ଣ ଖବରଟି ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଉତ୍ତରପ୍ରଦେଶର ମେରଠରେ ୬୨ ବର୍ଷର ଅବସରପ୍ରାପ୍ତ ଏଲ.ଆଇ.ସି ଅଫିସରକୁ ପୋଲିସ ଛୋଟ ପିଲାମାନଙ୍କ ସହିତ ଯୌନ ଶୋଷଣ ଆରୋପରେ ଗିରଫ କରିଲେ । କୁହାଯାଉଛି କି, ଅବସରପ୍ରାପ୍ତ ଏଲ.ଆଇ.ସି ଅଫିସର ନିଜ ଶରୀରର ଭୋକ ମେଣ୍ଟାଇବା ପାଇଁ ଛୋଟ ପିଲାମାନଙ୍କୁ ଶିକାର କରୁଥିଲା । ସେ କରୁଥିବା ଏଭଳି କୁକର୍ମର ଖୁଲସା ସିସିଟିଭି ଫୁଟେଜ ଦ୍ଵାରା ସଭିଙ୍କ ସାମ୍ନାକୁ ଆସିଥିଲା ଏବଂ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହେବାରେ ଲାଗିଛି ।

ପୋଲିସ କହିବା ଅନୁସାରେ, ଆରୋପୀ ବିମଲ ଚନ୍ଦ କରିଲ, ମୂଳରୂପରେ ଉତ୍ତର ପ୍ରଦେଶର ଅନ୍ନାବ ଗାଁଆର ବାସିନ୍ଦା । ସେ ଏଲ.ଆଇ.ସିରୁ କିଛି ବର୍ଷ ପୂର୍ବରୁ ହିଁ ଅବସରପ୍ରାପ୍ତ ହୋଇଥିଲେ । ୨୦୧୫ ମସିହାରେ ତାଙ୍କ ପତ୍ନୀ ସନ୍ତୋଷୀଙ୍କ ଦେହାନ୍ତ ହୋଇଥିଲା । ତାହାପରେ ବିମଲ ଚନ୍ଦ ଘରେ ଏକା ହିଁ ରହୁଥିଲେ । ଗତବର୍ଷ ସେ ଘରରେ ସିସିଟିଭି ଲଗାଇ ଥିଲେ କିନ୍ତୁ ସେ ଜାଣି ନ ଥିଲା ଯେ, ସୁରକ୍ଷା ପାଇଁ ଲଗାଯାଇ ଥିବା ସିସିଟିଭି ତାର ହିଁ କୁକର୍ମର ଗୂଢ ରହସ୍ୟ ଖୋଲି ଦେଵ ।

ଏହି ବିଷୟରେ ଏସ.ପି ସିଟି ଅଖିଲେଶ ନାରାୟଣ କହିଛନ୍ତି ଯେ, ଆରୋପୀ ବିମଲଙ୍କ ଘରେ ସିସିଟିଭି କ୍ୟାମେରା, ତାଙ୍କ ଘର ପାଖରେ ରହୁ ଆସୁଥିବା ଆଶୁ କଶ୍ୟପ ଲଗାଇଥିଲା । ଆଶୁ କାଶ୍ୟପଙ୍କୁ ସିସିଟିଭି କ୍ୟାମେରାର ଇଣ୍ଟରନେଟର ପାସ୍ ୱାର୍ଡ ଜଣାଥିଲା । ସେ କ୍ୟାମେରାକୁ ନିଜ ମୋବାଇଲ ଫୋନରେ କନେକ୍ଟ କରି ବିମଲ ଚନ୍ଦ ଘରକୁ ନିଜେ ନିରୀକ୍ଷଣ ରଖିବାକୁ ଲାଗିଲା ।

କିନ୍ତୁ ଆଶୁ କାଶ୍ୟପ ସେତେବେଳେ ହତାସ ହୋଇଗଲା ଯେତେବେଳେ ସେ ଦେଖିଲା ଯେ,୬୨ ବର୍ଷର ବିମଲ ଚନ୍ଦ ଘର ଭିତରେ କାମ କରିବାକୁ ଡାକି ଥିବା ଛୋଟଛୋଟ ପିଲାଙ୍କୁ ମିଠା ମିଠା କଥା କହି ସେମାନଙ୍କ ସହ ଯୌନ ଶୋଷଣ କରୁଥିଲା । ପୋଲିସକୁ କହିବା ବଦଳରେ ଆଶୁ କାଶ୍ୟପ, ବିମଲକୁ ବ୍ଲେକ୍ ମେଲ୍ କରିବାକୁ ଲାଗିଲା । ସେ ବିମଲକୁ ଧମକାଉ ଥିଲା କି, ୨୫ ଲକ୍ଷ ଟଙ୍କା ନ ଦେଲେ, ସେ ଛୋଟ ଝିଅଙ୍କ ସହିତ ଯୌନ ଶୋଷଣ କରୁଥିବା ଅଶ୍ଳୀଳ ବିଡ଼ିଓକୁ ଭାଇରଲ କରିଦେବ ।

ବିମଲ, ଆଶୁ କାଶ୍ୟପ ଠାରୁ ସେହି ବିଡ଼ିଓ ହାସଲ କରିବା ପାଇଁ ଟଙ୍କା ଦେବି ବୋଲି ରାଜି ହୋଇଥିଲା କିନ୍ତୁ ବିଡ଼ିଓ ନେବା ତୁରନ୍ତ ବିମଲ ଦେଇଥିବା କଥାକୁ ପରିବର୍ତ୍ତନ କରିଦେଲା । ଏଥିପାଇଁ ଆଶୁ କାଶ୍ୟପ କ୍ରୋଧ ହୋଇ ସେହି ଅଶ୍ଳୀଳ ବିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରଲ କରିଦେଲା ।

ବିଡ଼ିଓ ଭାଇରଲ ହେବାପରେ ମାମଲା ପୋଲିସ ପର୍ଯ୍ୟନ୍ତ ପହଞ୍ଚିଗଲା । ତତ୍କାଳ ପୋଲିସ ବିମଲ ଓ ଆଶୁକୁ ନିଜ ହିଫାଜତକୁ ନେଇଥିଲା । ଦୁହେଁଙ୍କ ବିରୋଧରେ ପୋଲିସ ତରଫରୁ ମେଡିକାଲ ଥାନାରେ ମୁକଦମ ରଜ୍ଜୁ ଦର୍ଜ କରାଯାଇଛି । କୁହାଯାଉଛି କି ଏହି ମାମଲା ସେକ୍ସ ରାକେଟ୍ ସହ ଯୋଡିତ ହୋଇପାରେ । ବର୍ତ୍ତମାନ ପୋଲିସ ମାମଲାର ଟିକନିଖ ଯାଞ୍ଚ କରୁଛନ୍ତି ।