ମଧ୍ୟ ରାତ୍ରରେ ବସରୁ ଓଲ୍ଲାଇ ଥିଲା ଝିଅଟିଏ !ଡ୍ରାଇଭର ଏବଂ କଣ୍ଡକ୍ଟର ପଚାରିଥିଲେ, କେହି ନେବା ପାଇଁ ଆସିବ ? ଝିଅଟି ନାହିଁ କହିଥିଲା ତାପରେ…

Spread the love

କହିବାପାଇଁ ଗଲେ ମହିଳାମାନେ କଦାପି ସୁରକ୍ଷିତ ନୁହଁନ୍ତି କିନ୍ତୁ ଆଜିକାଲିର ଘଟୁଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଝିଅ ୫ ବର୍ଷର ହେଉ କିମ୍ବା ୩୫ ବର୍ଷୀୟ ମହିଳା, ଖରାପ ନଜର ଲୋକେ ହଇରାଣ କରିବା ପାଇଁ ପ୍ରସ୍ତୁତି ହୋଇ ରହିଥାନ୍ତି । ୧୦୦ରୁ କେବଳ ୨୫ ଜଣ ମହିଳାଙ୍କୁ ହିଁ ସମ୍ମାନ ପ୍ରଦର୍ଶନ କରି ସେମାନଙ୍କୁ ସୁରକ୍ଷା କରିବା ପାଇଁ ଚିନ୍ତା କରାଯାଇଥାଏ । ନଚେତ ଆଜିର ଦୁନିଆରେ ମହିଳା ନିଜ ଘରେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଆଜି ସାରା ଦେଶରେ #Me too କେମ୍ପେନ ଚାଲିଛି । ସାଧାରଣ ଝିଅଙ୍କ ସହ ବଲିଉଡ ଅଭିନେତ୍ରୀ ମାନେ ମଧ୍ୟ ନିଜ ସହ ଘଟିଥିବା ଖରାପ ବ୍ୟବହାର ବିଷୟରେ କୁହନ୍ତି । ଦେଶରେ ମହିଳାଙ୍କୁ ନେଇ ଖରାପ ବ୍ୟବହାର ଏବଂ ଦୁଷ୍କର୍ମ ହେବା ସାଧାରଣ ଘଟଣା ପାଲଟି ଯାଇଛି କିନ୍ତୁ ଏହି ମଧ୍ୟରେ ମୁମ୍ବାଇ ବେଷ୍ଟ ବସର ଜଣେ ଡ୍ରାଇଭର ଏବଂ କଣ୍ଡକ୍ଟର ଏହିପରି କିଛି କାମ କରିଛନ୍ତି; ଆପଣ ଶୁଣିବା ପରେ ସେହି ଦୁହିଁଙ୍କୁ ସମ୍ମାନ କରିବେ । ମଧ୍ୟରାତ୍ରରେ ବସରୁ ଓହ୍ଲାଇ ଥିଲା ଜଣେ ଝିଅ । ଯେତେବେଳେ ଡ୍ରାଇଭରକୁ ଜଣା ପଡିଥିଲା ଝିଅଟି ଏକୁଟିଆ ଅଛି, ତାହାପରେ ଡ୍ରାଇଭର ଝିଅଟି ସହ କଣ କରିଥିଲା ?

ମଧ୍ୟରାତ୍ରରେ ବସରୁ ଓହ୍ଲାଇ ଥିଲା ଜଣେ ଝିଅ :

ମୁମ୍ବାଇରେ ଝିଅମାନେ ନିର୍ଭୟରେ ବୁଲନ୍ତି, ଛୋଟ ପୋଷାକ ପିନ୍ଧନ୍ତି ଏବଂ ମସ୍ତି କରନ୍ତି । କିନ୍ତୁ ପ୍ରତି ଝିଅର ସମ୍ମାନ ଏକା ଭଳି ହୋଇନଥାଏ, ଏହି କଥା ଖୁବ କମ ଲୋକେ ଜାଣନ୍ତି । ତେଣୁ ମୁମ୍ବାଇରେ କିଛି ଦିନ ପୂର୍ବେ ଜଣେ ମହିଳାଙ୍କୁ ଅନୁଭଵ ହୋଇଥିଲା ଯେ, ମୁମ୍ବାଇ ମହିଳାଙ୍କ ପାଇଁ ସୁରକ୍ଷିତ ଅଟେ । ଏହା ଏହି କାରଣରୁ ପ୍ରମାଣିତ ହୋଇଛି;

ଜଣେ ମୁମ୍ବାଇରେ କାମ କରୁଥିବା ଝିଅ ୧.୩୦ରେ ବେଷ୍ଟ ବସରେ ଗୋରେଗାଁର ରାୟଲ ପାମ ବସ ଷ୍ଟପରେ ଓହ୍ଲାଇ ଥିଲା ଏବଂ ସେହି ସ୍ଥାନ ନିଛାଟିଆ ଥିଲା । ଝିଅଟି ବିଲକୁଲ ଏକୁଟିଆ ଥିଲା ଏବଂ ଅକ୍ପ ଭୟଭିତ ଥିଲା । ଏହାପରେ ବସ ଡ୍ରାଇଭର ଏବଂ କଣ୍ଡକ୍ଟର ଝିଅଟିକୁ ପଚାରି ଥିଲେ କେହି ନେବା ପାଇଁ ଆସିବେ ? ଝିଅଟି କହିଥିଲା ମୋତେ ଏକୁଟିଆ ହିଁ ଘରକୁ ଯିବା ପାଇଁ ପଡିବ । ପରିସ୍ଥିତିକୁ ବୁଝି ଡ୍ରାଇଭର ଏବଂ କଣ୍ଡକ୍ଟର ସେହି ସମୟ ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିଲେ, ଯେତେବେଳ ପର୍ଯ୍ୟନ୍ତ ଅଟୋ ମିଳିନଥିଲା ଝିଅଟିକୁ । ପରେ ଅଟୋ ଆସିଥିଲା ସେମାନେ ଝିଅଟିକୁ ଅଟୋରେ ବସାଇଥିଲେ ଏବଂ ନିଜର ଅନ୍ୟ ଷ୍ଟପ ପାଇଁ ବାହାରିଥିଲେ । ସେମାନଙ୍କ ଏହି କାର୍ଯ୍ୟ ସମ୍ମାନୀୟ ଅଟେ ଏବଂ ଦେଶରେ ଯଦି ସମସ୍ତେ ଏହିପରି ହୋଇଯିବେ, ତେବେ ଝିଅଙ୍କ ସହ ଦୁଷ୍କର୍ମ ଏବଂ ଦୁର୍ବ୍ୟବହାର କମିଯିବ ।

ସୋସିଆଲ ମିଡିଆରେ ପ୍ରଶଂସାର ଛୁଅ ଛୁଟିଛି :

ସାଧାରଣତଃ ବସ ଷ୍ଟାଫ ଝିଅଟିକୁ ସେଠାରେ ଛାଡି ଚାଲି ଯାଇଥାନ୍ତି । କାରଣ ସେମାନଙ୍କ ଡିୟୁଟିରେ ଏହା ସାମିଲ ନଥାଏ କିନ୍ତୁ ମାନବିକତା ଯୋଗୁଁ ସେମାନେ ଝିଅଟିକୁ ଅଟୋରେ ବସାଇଥିଲେ ଏବଂ ଅଟୋ ନ ମିଳିବା ପର୍ଯ୍ୟନ୍ତ ଝିଅଟିକୁ ଏକୁଟିଆ ଛାଡିନଥିଲେ । ଏହି ଘଟଣା ପରେ ଝିଅଟି @nautankipanti ଟୁଇଟର ହେଣ୍ଡେଲରେ ସେହି ଝିଅଟି ବେଷ୍ଟ ବସ ୩୯୮ର ଡ୍ରାଇଭର ଏବଂ କଣ୍ଡକ୍ଟରର ପ୍ରଶଂସା କରି ଲେଖିଥିଲେ, ସେମାନେ ମୋତେ ଅଟୋ ମିଲିବା ପର୍ଯ୍ୟନ୍ତ ଏକୁଟିଆ ଛାଡିନଥିଲେ । ସେମାନେ ମୋତେ ପଚାରିଥିଲେ, କଣ ଆପଣଙ୍କୁ କେହି ନେବା ପାଇଁ ଆସିବେ ? ଯେତେବେଳେ ମୁଁ ନାହିଁ କେହି ଆସିବେନି କହିଥିଲି, ସେମାନେ ବସ ରଖିଥିଲେ ଯେତେବେଳେ ପର୍ଯ୍ୟନ୍ତ ଅଟୋ ମିଳିନଥିଲା । ଏହାପରେ ମୋତେ ସେମାନେ ଅଟୋରେ ବସାଇ ଚାଲି ଯାଇଥିଲେ । ଏହି କାରଣରୁ ମୁଁ ମୁମ୍ବାଇକୁ ପ୍ରେମ କରେ ।