କୁକୁରକୁ ଆଘାତ ଲାଗିବା କାରଣରୁ ନିଜେ ହିଁ ଯାଇଥିଲା ମେଡିକାଲ ଷ୍ଟୋର, ଏହିପରି ଭାବରେ ମାଗିଲା ସାହାଯ୍ୟ । ଦେଖନ୍ତୁ ବିଡିଓଟି

ଆମେ ସମସ୍ତେ ଇଣ୍ଟରନେଟରେ କୁକୁରର କେତେ ଭିଡ଼ିଓ ଦେଖିଥିବୁ । କେତେକ ଭିଡ଼ିଓ ଆକର୍ଷଣୀୟ ଥାଏ ଏବଂ ଆଉ କେତେକ ଭିଡ଼ିଓରେ କୁକୁର ଅନ୍ୟର ଜୀବନ ମଧ୍ୟ ବଞ୍ଚାଇଥାଏ ଓ ଆଉ କେତେକରେ କୁକୁର ନିଜ ଅତ୍ମୀୟତାର ପରିଚୟ ମଧ୍ୟ ଦେଇଥାଏ । କୁକୁର ଗୋଟିଏ ଆତ୍ମୀୟ ବନ୍ଧୁ ଅଟେ । ଏହା ଆମେ ସମସ୍ତେ ବହୁତ ଥର ଦେଖିଛୁ ଏବଂ ଶୁଣିଛୁ ମଧ୍ୟ । କିନ୍ତୁ ଆପଣ କଣ ଜାଣନ୍ତି କୁକୁର ବହୁତ ଚତୁର ମଧ୍ୟ ହୋଇପାରେ । ଯଦି ପାଳିତ କୁକୁର ମାନଙ୍କ କଥା କୁହାଯାଏ, ତା’ହେଲେ ତାକୁ ଘରେ ନିଜ ମାଲିକରୁ ନିତି ବହୁତ କିଛି ଶିଖିବାକୁ ମିଳିଥାଏ । ତାକୁ ଏମିତି ତାଲିମ ପ୍ରଦାନ କରାଯାଏ ଯେ, ସେ ଏହି କଥା ଜାଣିପାରେ ଯେ କେଉଁ ସ୍ଥିତିରେ କଣ କରିବା ଉଚିତ । କିନ୍ତୁ ଯେବେ ଗଳିର ବୁଲା କୁକୁରଙ୍କ କଥା ଆସେ, ତେବେ ତାଙ୍କୁ ଶିଖାଇବା ପାଇଁ କେହି ମଧ୍ୟ ନ ଥାନ୍ତି । ସେମାନେ ନିଜ ପ୍ରତିଦିନିଆ ଅନୁଭବ ଦ୍ୱାରା ହିଁ ଶିଖନ୍ତି ଓ ବଞ୍ଚିବାକୁ ଚେଷ୍ଟା କରନ୍ତି ।
ଯଦି ଆପଣଙ୍କ ପୋଷା କୁକୁରକୁ ଆଘାତ ଲାଗିଯାଏ, ତାହେଲେ ଆପଣ ତାକୁ ଉଠେଇ ତୁରନ୍ତ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଯାନ୍ତି । କିନ୍ତୁ ଗଲିର ବୁଲା କୁକୁରକୁ ଯଦି ଆଘାତ ଲାଗେ, ତେବେ ତାହାର ସାହାଯ୍ୟ କରିବ ପାଇଁ କେହି ମଧ୍ୟ ନଥାନ୍ତି । ଏମିତିରେ ଇସ୍ତାବୁଲରେ ଏକ ମାମଲା ଦେଖିବାକୁ ମିଳିଛି ଯେଉଁଠାରେ କି ଗୋଟିଏ ବୁଲା କୁକୁର ନିଜ ଚତୁରତାର ଭଲ ଉଦାହରଣ ଦେଇଛି । ଯେହେତୁ ବର୍ତ୍ତମାନ ଇଣ୍ଟରନେଟରେ ଗୋଟିଏ ଭିଡ଼ିଓ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି ଭିଡ଼ିଓରେ କୁକୁର ମେଡିକାଲ ଷ୍ଟୋର ବା ଔଷଧ ଦୋକାନ ଆଗରେ ଠିଆ ଥିବାର ଦେଖା ଦେଇଛି ଓ ସେଠାରେ ସେ ଏମିତି ବ୍ୟବହାର କରୁଥିଲା ଯେପରିକି କହୁଛି ଯେ, ମୁଁ ଅସୁସ୍ଥ ଅଛି, ମୋତେ ଆଘାତ ଲାଗିଛି, ମୋର ଚିକିତ୍ସା କରେଇ ଦିଅନ୍ତୁ ।
ଔଷଧ ଦୋକାନର ମାଳିକାଣୀ ବାନୁ ସେଙ୍ଗୀଜ଼ କହିଲେ ଯେ କୁକୁରର ଗୋଡ଼ରେ ଆଘାତ ଲାଗିଥିଲା ଓ ରକ୍ତ ମଧ୍ୟ ବହୁଥିଲା । ଏହି ପରିସ୍ଥିତିରେ କୁକୁରଟି, ମୋର ଫର୍ମଶି ଦୋକାନକୁ ଆସିଲା ଓ ମୋତେ ବାରମ୍ବାର ଏପରି ଚାହିଁଲା ଯେ, ଯେପରି କହିବାକୁ ଚାହୁଁଥିଲା ମୋର ସାହାଯ୍ୟ କରନ୍ତୁ । ଏହା ପରେ ବାନୁ ସେହି କୁକୁରକୁ ଭିତରକୁ ଆଣିଲେ ଏବଂ ଚିକିତ୍ସା କରିବାକୁ ଲାଗିଲେ । ଏହି କଥାରେ କୁକୁର ମଧ୍ୟ ରାଜି ଥିଲା ଓ ନିନା ପଞ୍ଜାକୁ ବାନୁ ହାତରେ ରଖିଦେଲା । ହୃଦୟଙ୍ଗମ କରିବା ଜିନିଷ ଏହା ଯେ ବାନୁ ଯେବେ ତାର ଚିକିତ୍ସା କରିଦେଲେ ତୋ ସେ ଭୂଇଁ ଉପରେ ଗଡି ପଡ଼ିଲା । ଯେପରି କି ଧନ୍ୟବାଦ ଜଣାଉଛି । ମୁଁ ତୁମ ଉପରେ ବିଶ୍ୱାସ କରେ । ବାନୁ ଏହା ପରେ କୁକୁରକୁ ଖାଦ୍ୟ ଓ ପାଣି ମଧ୍ୟ ଦେଲେ ।
ପ୍ରଥମ ବିଡିଓ :
İstanbul’da patisi yaralanan sokak köpeği, gittiği eczanede yardım istedi. Yaralı köpeği tedavi eden Eczacı Banu Cengiz, "Yüreklerinde insan sevgisi, hayvan sevgisi, doğan sevgisi olanlar kapısına gelen bu canlıya müdahale ederdi" dedi. pic.twitter.com/rYy7OoWq1j
— Vaziyet (@vaziyetcomtr) June 22, 2019
ସେଠାକାର ଇଣ୍ଟରନେଟରେ ଏହାର ପୁରା ଘଟଣାର ଦୁଇଟି ଭିଡ଼ିଓ ଖୁବ୍ ଭାଇରଲ ହେଉଛି । ପ୍ରଥମ ଭିଡ଼ିଓ ସିସିଟିଭି ଫୁଟେଜର ଯେଉଁଠାରେ କି ସମସ୍ତ ଘଟଣା ରେକର୍ଡ ହୋଇଛି ଏବଂ ଦ୍ଵିତୀୟ ଭିଡିଓରେ କୁକୁରର ପାଖର ସମସ୍ତ ଜିନିଷ ରେକର୍ଡ ହୋଇଛି । ଏହି ଭିଡ଼ିଓ ଦେଖିବା ପରେ ସୋସିଆଲ ମିଡ଼ିଆରେ ଲୋକେ ଫର୍ମଶି ଦୋକାନର ମାଳିକାଣି ବାନୁଙ୍କୁ ବହୁତ ପ୍ରଶଂସା କରୁଛନ୍ତି । ସେ ବିନା ସ୍ଵାର୍ଥରେ କୁକୁରର ବହୁତ ସାହାଯ୍ୟ କଲେ । ସେମିତିରେ ଲୋକେ ଏହି କଥାକୁ ଦେଖି ବହୁତ ଆଶ୍ଚର୍ଯ୍ୟ ଅଛନ୍ତି ଯେ, କୁକୁର ଆଘାତ ଲାଗିବା ଦ୍ୱାରା ନିଜେ କିପରି ଔଷଧ ଦୋକାନକୁ ଆସିଗଲା । ଏହାଦ୍ୱାରା ଏହା ଜଣାପଡେ ଯେ, କୁକୁରମାନେ ବହୁତ ଚତୁର ଅଟନ୍ତି ।
ଦ୍ଵିତୀୟ ବିଡିଓ :
Senin o kimden yardım isteyeceğini bilen aklına,güzelliğine,usluluğuna kurban olurum.patisi kanamış,eczaneye girip patisini uzattı,yarasını gösterdi bana. pic.twitter.com/MUYE9yFM6j
— Badores (@badores) June 20, 2019