ମହିଳାଙ୍କୁ ପ୍ରସବ ସମୟରେ ସନ୍ତାନ ସହ ଯାହା ବାହାରିଥିଲା ତାହା ଦେଖିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Spread the love

ବିହାରର ହାଜିପୁରରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଗର୍ଭବତୀ ମହିଳା ଗୋଟିଏ ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ଯେତେବେଳେ ମହିଳାଙ୍କ ପ୍ରସବ ହୋଇଥିଲା ଡାକ୍ତର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳାଙ୍କ ପେଟରେ ସନ୍ତାନ ସହ ବନ୍ଧୁକର ଗୁଳି ମିଳିଥିଲା ।

ହାଜିପୁରର ସୁଲତାନପୁରର ବାସିନ୍ଦା ରୁପା ଗତକାଲି ସନ୍ଧ୍ୟାରେ ପରିବାର ଲୋକଙ୍କୁ ପେଟ ପୀଡ଼ା ହେଉଥିବା କଥା କହିଥିଲେ । ଯେତେବେଳେ ସେମାନେ ଦେଖିଥିଲେ ରୂପାର ପେଟରେ ଗୋଟିଏ ଘାଆ ଦେଖିଥିଲେ ପରିବାର ଲୋକେ ମାମୁଲି ଘାଆ ଭାବି ଡ଼ାକ୍ତରଖାନାରେ ପ୍ରସବ କରାଇବା ପାଇଁ ଭର୍ତ୍ତି କରାଇଥିଲେ ।

ଡାକ୍ତରଖାନାରେ ଭର୍ତି ହୋଇଥିବା ରୂପାର ପ୍ରସବ ହୋଇଥିଲା କିନ୍ତୁ ତାର ପେଟରୁ ସନ୍ତାନ ସହ ବନ୍ଧୁକର ଗୁଳି ମଧ୍ୟ ମିଳିଥିଲା । ଯାହାକୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେମାନେ ପୋଲିସକୁ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ ।

ମହିଳା ଜଣକ ପୋଲିସକୁ କହିଥିଲା, ଯେତେବେଳେ ବିଳମ୍ବ ସନ୍ଧ୍ୟାରେ କବାଟ ପାଖରେ ବସିଥିଲା ସେହି ସମୟରେ ଶବ୍ଦ ଶୁଣା ଯାଇଥିଲା କିନ୍ତୁ କାହାରିକୁ କିଛି ବୁଝା ପଡିନଥିଲା କଣ ଘଟିଛି । ଏହାର କିଛି ସମୟ ପରେ ରୂପାକୁ ପେଟରେ ପୀଡ଼ା ଅନୁଭୂତ ହୋଇଥିଲା ।

ଘର ଲୋକେ ଏହାକୁ ପ୍ରସବ ବେଦନା ଭାବି ରୂପାକୁ ଡାକ୍ତରଖାନାରେ ଭର୍ତି କରାଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ଗୁଳି ଯୋଗୁଁ ନା ସନ୍ତାନକୁ କୌଣସି ହାନି ହୋଇଥିଲା ନାହିଁ ରୂପାକୁ କୌଣସି ହାନି ହୋଇଥିଲା । ଡାକ୍ତରଙ୍କ ଅନୁସାରେ ପେଟରେ ଗୁଳି ଲାଗିଥିଲା, ଯାହା କି ପେଟରେ ରହିଯାଇଥିଲା ଏବଂ ପେଟର କୌଣସି ଭିତିରି ଅଙ୍ଗକୁ ହାନି କରିନଥିଲା । ଏହା ଦ୍ୱାରା ସନ୍ତାନ ଏବଂ ମାଆ ଦୁହିଁଙ୍କୁ କୌଣସି ହାନି ହୋଇନଥିଲା । ନଗର ଥାନା ହାଜିପୁରର ଏସଆଇ ପର୍ଶୁରାମ ସିଂହଙ୍କ ଅନୁସାରେ ମହିଳାଙ୍କ ପେଟରେ ଗୁଳି ଲାଗିବା ଖବର ମିଳିବା ପରେ ପୋଲିସ ଦଳ ଡାକ୍ତରଖାନାରେ ପହଞ୍ଚିଥିଲେ । ବର୍ତ୍ତମାନ ଏହି ଘଟଣାର ଯାଞ୍ଚ ଚାଲିଛି ଯେ, ଗୁଳି କିଏ ମାରିଛି ?