ଡାକ୍ତର ଅପରେସନ ଥିଏଟରରେ ନର୍ସକୁ କଲେ ଚୁମ୍ବନ ! ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ଭିଡିଓ !

Spread the love

ଗୋଟିଏ ଭାଇରାଲ ଭିଡିଓ ପାଇଁ ଜଣେ ସିବିଲ ସର୍ଜନର ଚାକିରି ଚାଲିଯାଇଛି । ଏହି ଘଟଣା ମଧ୍ୟପ୍ରଦେଶର ଉଜ୍ଜୈନର ଅଟେ । ସେଠାକାର ଜିଲ୍ଲା ହସ୍ପିଟାଲର ସିବିଲ ସର୍ଜନର ଏକ ଭିଡିଓ ଆସିଲା, ଯେଉଁଥିରେ ସେ ଅପରେଶନ ଥିଏଟର ଭିତରେ ନର୍ସଙ୍କୁ କିସ କରୁଥିଲେ । ୬ ସେକେଣ୍ଡର ଭିଡିଓଟି ଅଟେ । କିଛି ବୁଝିବା ଆଗରୁ ଭିଡିଓ ସରିଯାଏ ।

ସେତେବେଳେ ଅପରେଶନ ଥିଏଟରରେ ଅପରେଶନ ଚାଲୁଥିଲା । ଏମିତି କୌଣସି ଖବର ଆସିନାହିଁ କି ସର୍ଜନ ଜଣଙ୍କ ଜବରଦସ୍ତି ନର୍ସକୁ କିସ କରିଥିବାର । ଭିଡିଓଟିକୁ ନ ଦେଖିଲେ ଲାଗେ କି କୌଣସି ଜୋର ଜବରଦସ୍ତି କରାଯାଇଛି । ତଥାପି ଲୋକ ଏହାକୁ ଅଶ୍ଳୀଳ ଭିଡିଓ ବୋଲି କହୁଛନ୍ତି ।

ମିଳିଥିବା ସୂତ୍ର ଅନୁସାରେ ପ୍ରମୁଖ ସଚିବଙ୍କୁ ସେହି ହସପିଟାଲକୁ ଯିବାର ଥିଲା । ତାଙ୍କ ଯିବାର ଦୁଇ ଘଣ୍ଟା ପୂର୍ବରୁ ଏହି ଭିଡିଓ ଭାଇରାଲ ହୋଇଥିଲା । ଖବର ଅନୁସାରେ ଭିଡିଓରେ ଥିବା ନର୍ସଙ୍କର ମୋବାଇଲରୁ ଏହି ଭିଡିଓ କରାଯାଇଥିଲା । ସେହିଠାରୁ ଭିଡିଓ ଡିପାର୍ଟମେଣ୍ଟାଲ ଗ୍ରୁପରେ ପହଞ୍ଚିଲା । ଭିଡିଓ ଭାଇରାଲ ହେବାର ଖବର ଶୁଣିବା ମାତ୍ରେ ଆରୋପି ସିବିଲ ସର୍ଜନ ତାଙ୍କର ମୋବାଇଲ ବନ୍ଦ କରିଦେଲେ ।

ଭିଡିଓ ଭାଇରାଲ ହେବାର ଖବର ପ୍ରଶାସନକୁ ମିଳିଲା । ଜିଲ୍ଲା କଲେକ୍ଟର ଶଶାଙ୍କ ମିଶ୍ରା ଆରୋପି ସିବିଲ ସର୍ଜନଙ୍କୁ ଚାକିରିରୁ ବାହାର କରିଦେଲେ, କହିଲେ କି ଅଧିକାରୀ ହସ୍ପିଟାଲ ଭିତରେ ଏମିତି କାମ କରି ପାରିବେ ନାହିଁ ।

ଏହି ମାମଲାର ଯାଞ୍ଚ କରିବାର ଆଦେଶ ବି ଦେଇଛନ୍ତି । PTIଙ୍କ ସହିତ କଥା ହେବାବେଳେ ଜିଲ୍ଲା କଲେକ୍ଟର କହିଲେ କି, “ମୁଁ ତାଙ୍କୁ ଡିଷ୍ଟ୍ରିକ୍ଟ ହସ୍ପିଟାଲର ସିବିଲ ସର୍ଜନ ପୋଷ୍ଟରୁ ହଟାଇ ଦେଇଛି ।”

ଏହିପରି ବ୍ୟକ୍ତିମାନେ ଡାକ୍ତରଙ୍କ ନାମରେ ଗୋଟିଏ ଗୋଟିଏ କଳଙ୍କ ! ନିଜ ମତାମତ Comment କରି ଜାଣନ୍ତୁ !