ନିରୀହ ଶିଶୁଟିର ଡାକ ଶୁଣି ବଞ୍ଚି ଉଠିଥିଲେ ମାଆ । ଖବରଟି ପଢିବା ପରେ ନିଜ ଆଖିର ଲୁହକୁ ଅଟକାଇ ପାରିବେ ନାହିଁ ।

Spread the love

କୁହାଯାଏ ଦୁନିଆର ନିଆରା ସମ୍ପର୍କ ହେଉଛି ମାଆ ଓ ନିଜ ସନ୍ତାନର । ସନ୍ତାନ ଯେପରି ମଧ୍ୟ ହୋଇଥାଉ, ତାକୁ ଭଲ ପାଇବା ପାଇଁ ପଛାଇ ନଥାଏ ମାଆ ।ସନ୍ତାନ କୌଣସି ଜିଦ କଲେ ମଧ୍ୟ ମାଆ ସେହି ଜିଦକୁ ପୂରଣ କରି ଦେଇଥାନ୍ତି । ଏପରି ଏକ ମା ଓ ଛୁଆର ଘଟଣା ଆପଣ ଶୁଣିବା ପରେ ଆପଣଙ୍କ ଆଖିରୁ ଲୁହ ସ୍ଵତ୍ତହ ଭାବରେ ବାହାରି ଆସିବ । ଛୁଆର ଜିଦ ଆଗରେ ହାରିଯାଇ ମାଆ ମୃତ୍ୟୁ ଶଯ୍ୟାରୁ ଉଠି ଚାଲି ଆସିଥିଲେ ।

ଛୁଆକୁ ଜନ୍ମ ଦେବା ସଙ୍ଗେ ସଙ୍ଗେ ମାଆଙ୍କ ମୃତ୍ୟୁ ହୋଇଯାଇ ଥିଲା :

ମାଆ ନିଜ ସନ୍ତାନ ପାଇଁ କୌଣସି ଭଗବାନଙ୍କ ଠାରୁ କମ ନୁହଁନ୍ତି । ଯଦି ଭଗବାନଙ୍କ ହିଁ ପଥର ହୋଇଯାଏ ତେବେ ଛୁଆ ଦୁନିଆରେ ଅନାଥ ହୋଇଯିବ । ଏହି ଘଟଣା ବରଘିମର କୁଇନ୍ ଏଲିଜବେଥ୍ ଡାକ୍ତରଖାନାରେ ଜନ୍ମ ହୋଇଥିବା ଛୁଆ, ଛୁଆର ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଡାକ୍ତରଖାନାର ଡାକ୍ତରମାନେ କହିଛନ୍ତି; ଛୁଆର ଜନ୍ମ ପୂର୍ବରୁ ହିଁ ମାଆଙ୍କ ମୃତ୍ୟୁ ହୋଇଯାଇ ଥିଲା ଓ ସେମାନେ ଡରି ଯାଇଥିଲେ, କାଳେ ଛୁଆର ମଧ୍ୟ ମୃତ୍ୟୁ ହୋଇଯିବ ବୋଲି । ସେଠାରେ ଉପସ୍ଥିତ ଲୋକେ କହିଛନ୍ତି; ଯେତେବେଳେ ଛୁଆ ବହାରକୁ ଆସିଥିଲା, ସେହି ସମୟରେ ଖୁବ୍ ଜୋର୍ ସେ କାନ୍ଦିଥିଲା ଏପରି ଲାଗୁଥିଲା ଯେପରି ତାକୁ ଜଣା ପଡିଯାଇ ଥିଲା ତା’ମାଆ ଏହି ଦୁନିଆରେ ନାହିଁ ।

ଛୁଆ ଲଗାତାର ୪ ଘଣ୍ଟା କାନ୍ଦିବା ପରେ ମାଆ ଜୀବିତ ହୋଇଯାଇଥିଲେ :

ମାଆଙ୍କ ମୃତ୍ୟୁ ପରେ ଜନ୍ମ ହୋଇଥିବା ଛୁଆ ଲଗାତାର ୪ ଘଣ୍ଟା କାନ୍ଦିଥିଲା । ଡାକ୍ତରଖାନା କତ୍ତୃପକ୍ଷ ବହୁତ ଚେଷ୍ଠା କରିଥିଲେ ଛୁଆକୁ ଚୁପ୍ କରାଇବା ପାଇଁ କିନ୍ତୁ ଛୁଆ ଚୁପ୍ ହୋଇନଥିଲା । ଶେଷରେ ସେମାନେ ହାରି ଯାଇ ଛୁଆକୁ ମୃତ ମାଆ ପାଖକୁ ନେଇ ଯାଇଥିଲେ ଓ ସେଠାକୁ ଯିବା ପରେ ଛୁଆ ଆହୁରି ଜୋରରେ କାନ୍ଦିବା ପାଇଁ ଲାଗିଲା । ଛୁଆର କାନ୍ଦିବା ଏତେ ପରିମାଣରେ ଦୁଃଖଭରା ଥିଲା ଯେ, ସେଠାରେ ଉପସ୍ଥିତ ଲୋକେ ମଧ୍ୟ କାନ୍ଦି ପକାଇଥିଲେ ।

ଛୁଆ ଲଗାତାର ୪ ଘଣ୍ଟା କାନ୍ଦିବା ପରେ ତା’ମାଆ ଆଖି ଖୋଲିଥିଲେ । ଏହା ପରେ ଛୁଆକୁ କିଛି ସମୟ ପାଇଁ ମାଆଙ୍କ ପାଖରେ ଛାଡି ଦିଆ ଯାଇଥିଲା । ସେଠାରେ ଉପସ୍ଥିତ ଲୋକେ କହିଛନ୍ତି; ଏହି ଘଟଣା ଏପରି ଲାଗିଥିଲା ଯେପରି ଛୁଆ କାନ୍ଦି କାନ୍ଦି ମାଆକୁ ମୃତ୍ୟୁ ଶଯ୍ୟାରୁ ଉଠାଇ ଦେଇଥିଲା । ଶେଷରେ ମାଆ ଛୁଆର ଜିଦରେ ହାରି ଯାଇ ମୃତ୍ୟୁ ଶଯ୍ୟାରୁ ଉଠି ଆସିଥିଲେ ।